Indus Valley Times

ମହାନଦୀରେ ଗାଧୋଇବା ହେଲା କାଳ, ପୁଣି ବୁଡିଯାଇ ୨ ଛାତ୍ର ମୃତ

 Breaking News

ମହାନଦୀରେ ଗାଧୋଇବା ହେଲା କାଳ, ପୁଣି ବୁଡିଯାଇ ୨ ଛାତ୍ର ମୃତ

ମହାନଦୀରେ ଗାଧୋଇବା ହେଲା କାଳ, ପୁଣି ବୁଡିଯାଇ ୨ ଛାତ୍ର ମୃତ
April 14
17:08 2022

ପାରାଦୀପ,୧୪/୪: ମହାନଦୀରେ ବୁଡ଼ି ଦୁଇ ଭାଇଙ୍କ ମୃତ୍ୟୁ ଘଟିଛି। ଏଭଳି ଦୁଃଖଦ ଘଟଣା ଘଟିଛି ଜଗତସିଂହପୁର ଜିଲ୍ଲା କୁଜଙ୍ଗର ପଥୁରିଆ ଗାଁରେ। ମୃତକ ଦ୍ୱୟ ହେଲେ ଗଣେଶ୍ୱର ସାହୁ ଓ ରାଜେନ୍ଦ୍ର ସାହୁ। ସେମାନେ ଯୁକ୍ତ ଦୁଇର ଛାତ୍ର ଥିଲେ।
ଆଜି ପଥୁରିଆ ଗାଁର ଚାରି ଜଣ ପିଲା ମହାନଦୀକୁ ଗାଧୋଇବାକୁ ଯାଇଥିଲେ। ଗଣେଶ ଓ ରାଜେନ୍ଦ୍ର ଗାଧୋଉ ଥିବା ବେଳେ ଅନ୍ୟ ଦୁଇ ଜଣ ନଦୀ ପଠାରେ ବସିଥିଲେ।
ତେବେ ଗାଧୋଇଲା ବେଳେ ଚୋରାବାଲିରେ ଗଣେଶ ଓ ରାଜେନ୍ଦ୍ରଙ୍କ ଗୋଡ଼ ଖସି ଯାଇଥିଲା। ସେମାନେ ଗଣ୍ଡ ଭିତରକୁ ଖସି ଯାଇଥିଲେ। ଗଣେଶ ଓ ରାଜେନ୍ଦ୍ର ବୁଡ଼ି ଯାଉଥିବା ଦେଖି ଅନ୍ୟ ଦୁଇ ଜଣ ଏନେଇ ଗାଁ ଲୋକଙ୍କୁ ଜଣାଇଥିଲେ।
ଗାଁ ଲୋକେ ଓ ଅଗ୍ନିଶମ ବାହିନୀ ଆସି ଦୁଇ ଭାଇଙ୍କୁ ଉଦ୍ଧାର କରି କୁଜଙ୍ଗ ମେଡିକାଲରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031