Indus Valley Times

ମହାନଦୀ ମୁହାଣରେ ବୁଡିଲା ଡଙ୍ଗା, ଭାସୁଛନ୍ତି ମତ୍ସ୍ୟଜୀବୀ

 Breaking News

ମହାନଦୀ ମୁହାଣରେ ବୁଡିଲା ଡଙ୍ଗା, ଭାସୁଛନ୍ତି ମତ୍ସ୍ୟଜୀବୀ

ମହାନଦୀ ମୁହାଣରେ ବୁଡିଲା ଡଙ୍ଗା, ଭାସୁଛନ୍ତି ମତ୍ସ୍ୟଜୀବୀ
September 19
20:23 2023

ପାରାଦୀପ,୧୯/୯ : ନୀଳ ସମୁଦ୍ରକୁ ମାଛ ଧରିବା ପାଇଁ ଯାଇଥିଲେ। ଆଜି ମାଛ ଧରି ଫେରୁଥିବା ବେଳେ ମୁହାଣରେ ଓଲଟି ପଡ଼ିଲା ଡଙ୍ଗା।
ଯାହାଫଳରେ ୭ରୁ ୮ ଜଣ ମତ୍ସ୍ୟଜୀବୀ ବୁଡ଼ି ଯାଇଥିବା ଜଣାପଡ଼ିଛି। ଏବେ ଉଦ୍ଧାର କାର୍ଯ୍ୟ ଚାଲିଛି। ଆଜି ଏପରି ଘଟଣା ଜଗତସିଂହପୁର ଜିଲ୍ଲା ପାରାଦୀପରେ ଘଟିଛି।
ପାରାଦୀପ ଅଞ୍ଚଳର କିଛି ମତ୍ସ୍ୟଜୀବୀ ମାଛ ଧରିବା ପାଇଁ ସମୁଦ୍ରକୁ ଯାଇଥିଲେ। ସେମାନେ ମାଛ ଧରି ଆଜି ଅପରାହ୍ନରେ କୂଳକୁ ଫେରୁଥିଲେ। ତେବେ ହଠାତ୍ ମୁହାଣଠାରୁ ଅଳ୍ପଦୂର(ମହାନଦୀ ଓ ସମୁଦ୍ରର ମିଳନ ସ୍ଥଳ)ରେ ଡଙ୍ଗାଟି ଓଲଟି ପଡ଼ିଥିଲା।
ଯାହାଫଳରେ ମତ୍ସ୍ୟଜୀବୀମାନେ ବୁଡ଼ି ଯାଇଥିଲେ। ସେମାନଙ୍କ ଚିତ୍କାର ଶୁଣି ନିକଟରେ ମାଛ ଧରୁଥିବା ମତ୍ସ୍ୟଜୀବୀମାନେ ଉଦ୍ଧାର ପାଇଁ ଆସିଥିଲେ। ଏବେ ଉଦ୍ଧାର କାର୍ଯ୍ୟ ଚାଲିଛି। ତେବେ ଡଙ୍ଗାରେ ୭ରୁ ୮ ଜଣଥିବା ଜଣାପଡୁଛି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031