Indus Valley Times

ମହାରାଷ୍ଟ୍ରରେ ଓମିକ୍ରନର ନୂଆ ସବ୍ ଭାରିଏଣ୍ଟ, ୭ ପଜିଟିଭ

 Breaking News

ମହାରାଷ୍ଟ୍ରରେ ଓମିକ୍ରନର ନୂଆ ସବ୍ ଭାରିଏଣ୍ଟ, ୭ ପଜିଟିଭ

ମହାରାଷ୍ଟ୍ରରେ ଓମିକ୍ରନର ନୂଆ ସବ୍ ଭାରିଏଣ୍ଟ, ୭ ପଜିଟିଭ
May 29
11:02 2022

ନୂଆଦିଲ୍ଲୀ ୨୯/୫ : ଭାରତରେ ଚିହ୍ନଟ ହେଲା ଓମିକ୍ରନର ଭାରିଆଣ୍ଟ B.A-4 ଓB.A-5 ଆଉ କିଛି ମାମଲା । ମହାରାଷ୍ଟ୍ର ପୁଣେରୁB.A-4 ର ୪ଟି ମାମଲା ଓ B.A-5 ର ୩ଟି ମାମଲା ଚିହ୍ନଟ ହୋଇଛି । ଏହି ୭ ଜଣଙ୍କ ମଧ୍ୟରୁ ୪ ଜଣ ପୁରୁଷ ଓ ୩ ଜଣ ମହିଳା । ରାଜ୍ୟରେ ପ୍ରଥମ ଥର ଏସବୁ ମାମଲା ଚିହ୍ନଟ ହୋଇଛି ।
ମହାରାଷ୍ଟ୍ର ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏନେଇ ସ୍ପଷ୍ଟ କରାଯାଇଛି । ଚିହ୍ନଟ ବ୍ୟକ୍ତିମାନଙ୍କ ଶରୀରରେ ସାମାନ୍ୟ ଲକ୍ଷଣ ରହିଛି ଓ ସମସ୍ତେ ଘରେ ଚିକିତ୍ସିତ ହେଉଛନ୍ତି ।
ଗତ ୨୦ ତାରିଖରେ ଭାରତର ପ୍ରଥମ B.A-4 ମାମଲା ହାଇଦ୍ରାବାଦରେ ଚିହ୍ନଟ ହୋଇଥିଲା । B.A-4 ସବ୍-ଭାରିଆଣ୍ଟ ଗତ ଜାନୁଆରି ୧୦ ରେ ଦକ୍ଷିଣ ଆଫ୍ରିକାର ଲିମ୍ପୋପୋରେ ଚିହ୍ନଟ ହୋଇଥିଲା ।
ସେହିପରି B.A-5 ସବ୍-ଭାରିଣାଣ୍ଟ ଫେବ୍ରୁଆରି ୨୫ରେ ଦକ୍ଷିଣ ଆଫ୍ରିକାର କ୍ବାଜୁଲୁ ନାଟାଲଠାରେ ପ୍ରଥମ ଥର ଚିହ୍ନଟ ହୋଇଥିଲା ।
ଏହା ପରେ ଏହି ୨ଟି ସବ୍-ଭାରିଆଣ୍ଟ ବିଶ୍ବର ଅନେକ ଦେଶରେ ପହଞ୍ଚି ସାରିଲାଣି । ଏପରିକି ନିକଟରେ କେତେକ ଦେଶରେ ବଢ଼ି ଚାଲିଥିବା ସଂକ୍ରମଣ ପଛରେ ଏହି ୨ଟି ସବ୍-ଭାରିଆଣ୍ଟ ରହିଛି ବୋଲି କୁହାଯାଉଛି । ଏହି ସବ୍-ଭାରିଆଣ୍ଟ କମ ମାରାତ୍ମକ ହେଲେ ବି ଅଧିକ ସଂକ୍ରାମକ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031