Indus Valley Times

ମହା କୁମ୍ଭ ମେଳା ଦଳାଚକଟା ପରେ ଓଡ଼ିଶା ସରକାରଙ୍କ ବଡ଼ ନିଷ୍ପତ୍ତି, ଫେରସ୍ତ ହେବ ଟଙ୍କା

 Breaking News

ମହା କୁମ୍ଭ ମେଳା ଦଳାଚକଟା ପରେ ଓଡ଼ିଶା ସରକାରଙ୍କ ବଡ଼ ନିଷ୍ପତ୍ତି, ଫେରସ୍ତ ହେବ ଟଙ୍କା

ମହା କୁମ୍ଭ ମେଳା ଦଳାଚକଟା ପରେ ଓଡ଼ିଶା ସରକାରଙ୍କ ବଡ଼ ନିଷ୍ପତ୍ତି, ଫେରସ୍ତ ହେବ ଟଙ୍କା
January 30
19:00 2025

ଭୁବନେଶ୍ୱର, ୩୦/୧ : ଓଡ଼ିଶାରୁ ମହାକୁମ୍ଭକୁ ଯାତ୍ରା କରୁଥିବା ଶ୍ରଦ୍ଧାଳୁଙ୍କ ପାଇଁ ଆସିଛି ନିରାଶ ଜନକ ଖବର । ମହାକୁମ୍ଭ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଆରମ୍ଭ କରାଯାଇଥିବା ସ୍ୱତନ୍ତ୍ର ବସ ସେବାକୁ ବାତିଲ କରାଯାଇଛି ।
ଓଡ଼ିଶା ରାଜ୍ୟ ସଡ଼କ ଓ ପରିବହନ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ଓଏସ୍ଆରଟିସି ବସ୍ ସେବାକୁ ବନ୍ଦ କରାଯାଇଛି । ଫେବ୍ରୁଆରୀ ୪ ତାରିଖ ଯାଏ ବସ୍ ଚଳାଚଳ ବନ୍ଦ ରହିବ ।
ତେବେ କାହିଁକି ବାତିଲ କରାଯାଇଛି ସ୍ପଷ୍ଟ ଦିଆଯାଇ ନ ଥିବାବେଳେ ମହାକୁମ୍ଭରେ ଅପ୍ରୀତିକର ପରିସ୍ଥିତିକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଥିବା ଅନୁମାନ କରାଯାଉଛି ।
ତେବେ ଯେଉଁମାନେ ଆଗୁଆ ବୁକ୍ କରିଥିବା ପଇସା ଫେରସ୍ତ ପାଇବାକୁ ଚାହୁଁ ସେମାନଙ୍କୁ ସେମାନଙ୍କର ଟଙ୍କା ଫେରାଇବାକୁ ମଧ୍ୟ ପ୍ରତିଶ୍ରୁତି ଦିଆଯାଇଛି ।
ଟଙ୍କା ଫେରସ୍ତ ପାଇଁ ଯାତ୍ରୀଙ୍କ ନିମନ୍ତେ ସ୍ୱତନ୍ତ୍ର ଯୋଗାଯୋଗ ନମ୍ବର ଦିଆଯାଇଛି । ଶ୍ରଦ୍ଧାଳୁମାନେ ୯୯୩୭୫୪୭୭୭୩କୁ ଯୋଗଯୋଗ କରିବାକୁ କୁହାଯାଇଛି । ପରବର୍ତ୍ତୀ ସମୟରେ ବସ୍ ଚାଲିବ କି ନାହିଁ ସେ ନେଇ ବିଭାଗ ପକ୍ଷରୁ ସୂଚନା ଦିଆଯିବ ବୋଲି କୁହାଯାଇଛି ।
ଏଠାରେ ଉଲ୍ଲେଖ ଯୋଗ୍ୟ, ଗତକାଲି ମୌନୀ ଅମାବାସ୍ୟା ଅବସରରେ ପ୍ରୟାଗରାଜରେ ୧୦ କୋଟି ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା ।
ପ୍ରଥମ ଅମୃତବେଳାରେ ସାହିସ୍ନାନ କରିବାକୁ ଲୋକଙ୍କ ମଧ୍ୟରେ ଦଳାଚକଟା ହୋଇଥିଲା । ଫଳରେ ବ୍ୟାରିକେଡ୍ ଭାଙ୍ଗିଯିବାରୁ ପ୍ରାୟ ୩୦ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୫୦ରୁ ଉର୍ଦ୍ଧ୍ୱ ଶ୍ରଦ୍ଧାଳୁ ଆହତ ହୋଇଥିଲେ ।

About Author

indadmin

indadmin

Related Articles

Archives

Calendar

June 2026
M T W T F S S
1234567
891011121314
15161718192021
22232425262728
2930