Indus Valley Times

ମହିପୁର ବନାଞ୍ଚଳ ଅଧିକାରୀଙ୍କ ଚଢ଼ାଉ,ଟ୍ରାକ୍ଟର ସହିତ ଦୁଇଟି ଶାଳ ଲଗ୍ ଜବତ

 Breaking News

ମହିପୁର ବନାଞ୍ଚଳ ଅଧିକାରୀଙ୍କ ଚଢ଼ାଉ,ଟ୍ରାକ୍ଟର ସହିତ ଦୁଇଟି ଶାଳ ଲଗ୍ ଜବତ

November 26
20:10 2020

ପୁଷ୍ପଲତା ପ୍ରଧାନ ଙ୍କ ରିପୋର୍ଟ

ନୂଆଗାଁ,୨୬/୧୧: ନୟାଗଡ ଜିଲ୍ଲା ମହିପୁର ବନାଞ୍ଚଳ ମହିପୁର ସେକ୍ସନ ଅଧିନସ୍ଥ କୃଷ୍ଣଚନ୍ଦ୍ର ପୁର ଗ୍ରାମ ଠାରେ ବନବିଭାଗ ଚଢ଼ାଉ କରି ଦୁଇଟି ଶାଳ ଲଗ୍ ସମେତ ଟ୍ରାକ୍ଟର ଜବତ ଜବତ କରିଛି। କୃଷ୍ଣଚନ୍ଦ୍ର ପୁର ନିକଟସ୍ଥ ଜଙ୍ଗଲରୁ  ଟ୍ରାକ୍ଟର  ( ଓଡ଼ି- ୨୫ ଏ ୨୪୫୧) ରେ ଶାଳ ଲଗ୍ ନିଆଯାଉଥିବା ନେଇ  ମହିପୁର ବନାଞ୍ଚଳ ଅଧିକାରୀ ସୁଧାଂଶୁ ଶେଖର ପଣ୍ଡା କୌଣସି ମତେ ଖବର ପାଇ ଚଢାଉ କରିଥିଲେ।ଚଢ଼ାଉ କରି ଟ୍ରାକ୍ଟର ସମେତ ଦୁଇଟି ଶାଳ ଲଗ୍ ଜବତ କରିଥିଲେ। ବନାଞ୍ଚଳ ଅଧିକାରୀ ଶ୍ରୀ ପଣ୍ଡା  ମହିପୁର ବିଟ୍ ଭାରପ୍ରାପ୍ତ  ଫରେଷ୍ଟର ଶ୍ରୀ ବସନ୍ତ , ମହିତମା ସେକ୍ସନ ଫରେଷ୍ଟର ରାକେଶ କୁମାର ସାହୁ, ମହିପୁର ସେକ୍ସନ ଫରେଷ୍ଟର ବବୁଲ ସାହୁ,ଫରେଷ୍ଟ ଗାର୍ଡ ଶ୍ରୀକାନ୍ତ କୁମାର ନାୟକ, ମହିପୁର ବନାଞ୍ଚଳ ସ୍କ୍ୱାର୍ଡ ୱାଚର୍  ମାନଙ୍କୁ ନେଇ ଚଢ଼ାଉ କରିଥିଲେ।ଜଙ୍ଗଲ ସଂରକ୍ଷଣ ପାଇଁ ବନାଞ୍ଚ ଳ ଅଧିକାରୀ ଙ୍କ ଏଭଳି ଚଢ଼ାଉ କୁ ଜନସାଧାରଣ ରେ ପ୍ରଶଂସା କରାଯାଇଛି ।

ନୂଆଗାଁରେ ଆଦିତ୍ୟ ଫିଟନେସ ସେଣ୍ଟରର  ଶୁଭାରମ୍ଭ

ନୂଆଗାଁ,୨୬/୧୧: ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ସଦର ମହକୁମା ରେ ଥିବା ଗଦାଧର ପୁର ଠାରେ ଆଦିତ୍ୟ ଫିଟନେସ ସେଣ୍ଟର୍ ର ଶୁଭାରମ୍ଭ ହୋଇଯାଇଛି।ବ୍ୟସ୍ତ ବହୁଳ ଜୀବନରେ ଲୋକମାନେ କାର‌୍ୟ୍ୟ ବ୍ୟସ୍ତତା ଯୋଗୁଁ ନିଜ ଶରୀରକୁ ବ୍ୟାୟାମ ଦ୍ବାରା ଫିଟ୍ ରଖି ପାରୁନଥାନ୍ତି।ଯାହାଫଳରେ ବିଭିନ୍ନ ରୋଗରେ ଶିକାର ହୋଇଥାନ୍ତି।ନୂଆଗାଁ ବ୍ଲକ୍ ରେ ଫିଟ୍ ନେସ୍ ସେଣ୍ଟର୍ ନଥିବା ଯୋଗୁଁ ଶରୀରକୁ ଫିଟ୍ ରଖିବାକୁ ଇଚ୍ଛା ପ୍ରକାଶ କରୁଥିବା ଲୋକମାନେ ବ୍ୟାୟାମ ର ସୁବିଧା ପାଇବାରୁ ବଞ୍ଚିତ ହେଉଥିଲେ।ଏହି ଫିଟନେସ ସେଣ୍ଟର ଶୁଭାରମ୍ଭ ହେବା ପରେ ଯୁବ ପିଢ଼ି ଙ୍କ ମଧ୍ୟରେ ଉତ୍ସାହ ଭରିଯାଇଛି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031