Indus Valley Times

ମହିଳାଙ୍କ ଲାଗି ବଜେଟ୍‌ରେ ସ୍ୱତନ୍ତ୍ର ପ୍ୟାକେଜ – କ’ଣ ପଢନ୍ତୁ

 Breaking News

ମହିଳାଙ୍କ ଲାଗି ବଜେଟ୍‌ରେ ସ୍ୱତନ୍ତ୍ର ପ୍ୟାକେଜ – କ’ଣ ପଢନ୍ତୁ

ମହିଳାଙ୍କ ଲାଗି ବଜେଟ୍‌ରେ ସ୍ୱତନ୍ତ୍ର ପ୍ୟାକେଜ – କ’ଣ ପଢନ୍ତୁ
February 02
08:51 2023

ଭୁବନେଶ୍ୱର, ୨ ।୨: ୨୦୨୩-୨୪ କେନ୍ଦ୍ର ବଜେଟ୍‌ରେ ମହିଳାଙ୍କ ପାଇଁ ରହିଛି ସ୍ୱତନ୍ତ୍ର ପ୍ୟାକେଜ୍ । କେନ୍ଦ୍ର ସରକାର ମହିଳାଙ୍କୁ ସ୍ୱତନ୍ତ୍ର ପ୍ରାଧାନ୍ୟ ଦେଇଛନ୍ତି । ମହିଳା ସଶକ୍ତି କରଣ ପାଇଁ ସ୍ୱତନ୍ତ୍ର ଯୋଜନା କରିଛନ୍ତି କେନ୍ର ସରକାର । ମହିଳାଙ୍କୁ ସମୃଦ୍ଧ କରିବାକୁ ‘ମହିଳା ସମ୍ମାନ ପତ୍ର’ ଆରମ୍ଭ କରିଯିବା ନେଇ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସୂଚନା ଦେଇଛନ୍ତି । ଯେଉଁଥିରେ ମହିଳାମାଦେ ୨ଲକ୍ଷ ଟଙ୍କା ସୁଦ୍ଧ ପାଇ ପାରିବେ ।
ମହିଳାମାନ ନାଁ ରେ ବ୍ୟାଙ୍କରେ ୨ଲକ୍ଷ ଟଙ୍କା ଜମା ରଖାଯିବ । ଏଥିପାଇଁ ବ୍ୟାଙ୍କ ଆଇନ୍‌ରେ ପରିବର୍ତ୍ତନ ଅଣାଯିବ । ସ୍ୱଳ୍ପ ସଂଚୟ ଜରିଆରେ ୨ ବର୍ଷ ପାଇଁ ସ୍ଥାୟୀ ଜମା କରାଯିବ । ଛୋଟ ଛୋଟ ପିଲା ଓ ମହିଳାଙ୍କ ନାଁରେ ସ୍ଥାୟୀ ଜମା ଟଙ୍କା ରଖାଯାଇପାରିବ ବୋଲି ଅର୍ଥମନ୍ତ୍ରୀ ବଜେଟ୍ ଉପସ୍ଥାପନ ବେଳେ କହିଛନ୍ତି ।
ଏଥିରେ ଆହୁରି ସୁବିଧା କରାଯାଇଛି, ସଞ୍ଚୟ କରାଯାଇଥିବା ଟଙ୍କାକୁ ମଝିରୁ ଉଠାଣ ବ୍ୟବସ୍ଥା ରଖାଯିବ ।ରଖାଯାଇଥିବା ଟଙ୍କାର ସୁଦ୍ଧ ୭.୫ ପ୍ରତିଶତ ରହିବ । ସେହିପରି ବିତ୍ତୀୟ ନିଅଣ୍ଟ ମୋଟ ଜିଡିପିର ୫.୯% ରହିବା ନେଇ ଆକଳନ କରାଯାଇଛି । ୨୦୨୫ ସୁଦ୍ଧା ବିତ୍ତୀୟ ନିଅଣ୍ଟ ୪.୯%କୁ ଆଣିବାକୁ ଆକଳନ ହୋଇଛି ।

About Author

indadmin

indadmin

Related Articles

Archives

Calendar

June 2024
M T W T F S S
 12
3456789
10111213141516
17181920212223
24252627282930