Indus Valley Times

ମହିଳାଙ୍କ ସୁରକ୍ଷା ଦାବୀରେ ଜିଲ୍ଲା କଂଗ୍ରେସର ପ୍ରତିବାଦ ସଭା

 Breaking News

ମହିଳାଙ୍କ ସୁରକ୍ଷା ଦାବୀରେ ଜିଲ୍ଲା କଂଗ୍ରେସର ପ୍ରତିବାଦ ସଭା

ମହିଳାଙ୍କ ସୁରକ୍ଷା ଦାବୀରେ ଜିଲ୍ଲା କଂଗ୍ରେସର ପ୍ରତିବାଦ ସଭା
March 10
20:53 2025

ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟ
ଖୋର୍ଦ୍ଧା, ୧୦/୪ : ପ୍ରଦେଶ କଂଗ୍ରେସର ଜାତୀୟ ପ୍ରଭାରୀ ଅଜୟ କୁମାର ଲଲ୍ଲଙ୍କ ଆନ୍ଦୋଳନ ଓ ପ୍ରଦେଶ କଂଗ୍ରେସ ସଭାପତି ଭକ୍ତ ଚରଣ ଦାସଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟରେ ସମ୍ପ୍ରତି ବଢ଼ିଚାଲିଥିବା ନାରୀ ନିର୍ଯ୍ୟାତନା, ଦୁଷ୍କର୍ମ, ଶିଶୁ ବଳତ୍କାର ପ୍ରତିବାଦରେ ଖୋରଧା ଜିଲ୍ଲା କଂଗ୍ରେସ ସଭାପତି
ରାଜୀବ ପଟ୍ଟନାୟକଙ୍କ ନେତୃତ୍ୱରେ ଖୋରଧା ନୂଆ ବସ୍‌ଷ୍ଟାଣ୍ଡ ଠାରୁ ଏକ ଶୋଭାଯାତ୍ରା ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ପହଞ୍ଚିଥିଲା।
ଏହି ଶୋଭାଯାତ୍ରାରେ ଖୋରଧା ବେଗୁନିଆ, ବୋଲଗଡ଼, ଚିଲିକା, ଜଟଣୀ, ବାଲିଅନ୍ତା, ବାଲିପାଟଣା ନିର୍ବାଚନ ମଣ୍ଡଳୀର କଂଗ୍ରେସ କର୍ମୀ ଓ ମହିଳା ବହୁ ସଂଖ୍ୟାରେ ଯୋଗଦେଇ ସରକାର ବିରୋଧ ନାରାବାଜି ଓ ମହିଳା ସୁରକ୍ଷାର ସ୍ଲୋଗାନ ଦେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ପହଞ୍ଚିବା ପରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା ।
ଏହି ପ୍ରତିବାଦ ସଭାରେ ପୂର୍ବତନ ମନ୍ତ୍ରୀ ସୁରେଶ କୁମାର ରାଉତରାୟ, ବେଗୁନିଆ ବୋଲଗଡ଼ର ବିଧାୟକ ପ୍ରାର୍ଥୀ ପୃଥ‌ବୀ ବଲ୍ଲଭ ପଟ୍ଟନାୟକ, ପୂର୍ବତନ ଛାତ୍ର କଂଗ୍ରେସ ସଭାପତି ସ୍ଵାଗତିକା ପଟ୍ଟନାୟକ, ପ୍ରଦେଶ କଂଗ୍ରେସ ଉପସଭାପତି ଓ ପୂର୍ବତନ ଜିଲ୍ଲା କଂଗ୍ରେସ ସଭାପତି ଜାନକୀ ବଲ୍ଲଭ ପଟ୍ଟନାୟକ, ସଦାଶିବ ମହାପାତ୍ର, ଜୟଶ୍ରୀ ପଟ୍ଟନାୟକ, ବିଶ୍ବଭୂଷଣ ଛୋଟରାୟ, ତପନ
ଚକ୍ରବର୍ତ୍ତୀ ଚିଲିକା ନିର୍ବାଚନ ମଣ୍ଡଳୀର ପ୍ରାର୍ଥୀ ପ୍ରଦୀପ ସ୍ଵାଇଁ, ସୌମ୍ୟ ରଂଜନ ବରାଳ, ଅମିତ୍ ମହାନ୍ତି, ଡଃ ବିଶ୍ଵରଂଜନ ମହାନ୍ତି, ଶିଳାଦିତ୍ୟ ପଟ୍ଟନାୟକ, ବରିଷ୍ଠ ଅଧିବକ୍ତା ତଥା ଖୋରଧା ବାର କାଉନସିଲର ପୂର୍ବତନ ସଭାପତି ଶିଶିର ପରିଡ଼ା, ପ୍ଲାବନ ପଟ୍ଟନାୟକ ଓ କାର୍ଯ୍ୟକ୍ରମର ପ୍ରଭାରୀ ଜୟଶ୍ରୀ ପାତ୍ର ପ୍ରମୁଖ ନିଜ ନିଜ ଅଭିଭାଷଣରେ ବିଜେପି ସରକାର ଅମଳରେ ଆବାସିକ୍ ବିଦ୍ୟାଳୟରେ ବୃଦ୍ଧି ପାଉଥିବା କୁମାରୀ ମାତୃତ୍ଵ, ଦୁଷ୍କର୍ମ ଓ ପ୍ରତ୍ୟେକ ଦିନ ଘଟିଚାଲିଥିବା ନାରୀ ନିର୍ଯ୍ୟାତନାର ପ୍ରତିବାଦ କରିବା ସହ ଅପରାଧିଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନିମନ୍ତେ ଆହ୍ବାନ ଦେବା ସହ ସରକାରଙ୍କୁ ଚେତାବନୀ ଦେଇଥିଲେ ।
ନଚେତ ଆଗାମୀ ଦିନରେ କଂଗ୍ରେସ ଦଳ ପକ୍ଷରୁ ଜନ ଆନ୍ଦୋଳନ କରି ସରକାରଙ୍କୁ ଅକାମୀ କରିଦେବାକୁ ଚେତାବନୀ ଦେଇଥିଲେ । ପ୍ରତିବାଦ ସଭା ପରେ କଂଗ୍ରେସର ଏକ ପ୍ରତିନିଧି ମଣ୍ଡଳୀ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବୀ ପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ କରିଥିଲେ ।

About Author

indadmin

indadmin

Related Articles

Archives

Calendar

August 2026
M T W T F S S
 12
3456789
10111213141516
17181920212223
24252627282930
31