Indus Valley Times

ମହିଳା ଓ ଶିଶୁ ବିକାଶ ବିଭାଗ ଦ୍ୱାରା ପ୍ରାଯୋଜିତ ବାଲ୍ୟ ବିବାହ ନିରାକରଣ ପାଇଁ ସଚେତନତା ରଥ

 Breaking News

ମହିଳା ଓ ଶିଶୁ ବିକାଶ ବିଭାଗ ଦ୍ୱାରା ପ୍ରାଯୋଜିତ ବାଲ୍ୟ ବିବାହ ନିରାକରଣ ପାଇଁ ସଚେତନତା ରଥ

June 25
10:35 2022

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୨୫/୬: ଶୁକ୍ରବାର ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ରୁ ଜିଲ୍ଲାପାଳ ଶ୍ରୀଯୁକ୍ତ ଲଲାଟେନ୍ଦୁ ମିଶ୍ର ଙ୍କ ଦ୍ୱାରା ସବୁଜ ପତାକା ଦେଖାଇ ବାଲ୍ୟ ବିବାହ ନିରାକରଣ ସଚେତନତା ରଥ ର ଶୁଭାରମ୍ଭ କରାଯାଇଛି ।
ଏହି ରଥ ବୌଦ୍ଧ ଜିଲ୍ଲାରେ ବାଲ୍ୟ ବିବାହ ପ୍ରବଣ ଅଞ୍ଚଳ ଗୁଡିକରେ ସଚେତନତା ବାର୍ତ୍ତା ଆଠ ଦିନ ଧରି ପ୍ରଚାର ପ୍ରସାର କରିବ ।
ବିଭିନ୍ନ ସମସ୍ୟା ଯେପରିକି ବାଲ୍ୟ ବିବାହ, ଶିଶୁ ଶ୍ରମିକ, ମହିଳା ମାନଙ୍କ ଉପରେ ହେଉଥିବା ଅତ୍ୟାଚାର ରୁ କିପରି ପୀଡିତା ମାନେ ରକ୍ଷା ପାଇବେ ଓ କାହାକୁ ଯୋଗାଯୋଗ କରିବେ ଇତ୍ୟାଦି ବିଷୟରେ ବ୍ୟାପକ ଭାବରେ ସଚେତନତା ବାର୍ତ୍ତା ଗୀତ ମାଧ୍ୟମରେ ପ୍ରଚାର କରିବା ।
ଏହି ଅବସରରେ DSWO, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ, CDPO, PO, DISTRICT CO -ORDINATOR ଓ ସମସ୍ତ ICDS ସୁ ମହିଳା ଓ ଶିଶୁ ବିକାଶ ବିଭାଗ ଦ୍ୱାରା ପ୍ରାଯୋଜିତ ବାଲ୍ୟ ବିବାହ ନିରାକରଣ ପାଇଁ ସଚେତନତା ରଥ ଶୁଭାରମ୍ଭ କାର୍ଯ୍ୟରେ ଯୋଗଦେଇଥିଲେ ।
ବୌଦ୍ଧ : କିଡନୀ ରୋଗୀଙ୍କ ପାଇଁ ମାଗଣା ସ୍ୱାସ୍ଥ୍ୟସେବା ଶିବିର
ବୌଦ୍ଧ,୨୫/୬ : ବୌଦ୍ଧଜିଲାରେ କିଡନୀ ରୋଗୀଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଥିବାବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ବଢିଚାଲିଛି ।
ବିଶେଷ ଭାବରେ ଜିଲାର ହରଭଙ୍ଗା ବ୍ଲକରେ କିଡନୀ ରୋଗ ତାର ବିଭୀଷିକା ଦେଖାଉଥିବାବେଳେ ଜିଲା ପ୍ରଶାସନ ପକ୍ଷରୁ ବାରମ୍ବାର ବିଭିନ୍ନ ସଂସ୍ଥା ଜରିଆରେ କିଡନୀ ରୋଗୀମାନଙ୍କୁ ଚିକିତ୍ସାସେବା ଯୋଗାଇଦେବାର ବ୍ୟବସ୍ଥା କରାଇଛନ୍ତି ।
ଏହି ପରିପ୍ରେକ୍ଷିରେ କଟକ ର ଚିତଜ୍ଞାନୀ ଚେରିଟେବଲ ଟ୍ରଷ୍ଟ ପକ୍ଷରୁ ବୌଦ୍ଧଜିଲାର ହରଭଙ୍ଗା ବ୍ଲକରେ ଏକ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଆୟୋଜନ କରାଯିବାକୁ ନିଷ୍ପତି ଗ୍ରହଣ କରାଯାଇଛି ।
ଆସନ୍ତା ୨୬ ତାରିଖ ଦିନ ହରଭଙ୍ଗା ଆଂଚଳିକ ମହାବିଦ୍ୟାଳୟଠାରେ ବରିଷ୍ଠ ନାଗରିକ ଓ କିଡନୀ ରୋଗୀମାନଙ୍କ ପାଇଁ ହେବାକୁଥିବା ଏହି ଶିବିରରେ ଭୁବନେଶ୍ୱର,ବୁର୍ଲା ମେଡିକାଲ କଲେଜର ବିଶେଷଜ୍ଞ ଚିକିତ୍ସିକମାନଙ୍କ ଦ୍ୱାରା ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା କରାଯିବା ସହିତ ଅତ୍ୟାଧୁନିକ ପଦ୍ଧତି ଯଥା ଇସିଜି,ଏକ୍ସ-ରେ ଓ ବିଭିନ୍ନ ରକ୍ତ ପରୀକ୍ଷା ଇତ୍ୟାଦି କରାଯାଇ ରୋଗ ନିରୁପଣ କରାଯିବ ।
ଏଥିପାଇଁ ବରିଷ୍ଠ ନାଗରିକ ଓ କିଡନୀ ରୋଗୀମାନଙ୍କୁ ଉକ୍ତଦିନ ସକାଳ ୮ ଘଣ୍ଟା ଠାରୁ ୧୨ ଘଣ୍ଟା ମଧ୍ୟରେ ନିଜର ନାମ ପଂଜିକୃତ କରିବାକୁ ନିବଦେନ କରାଯାଇଛି । ଅଧିକ ରୁ ଅଧିକ ସଂଖ୍ୟାରେ ଲୋକ ଏହି ସ୍ୱାସ୍ଥ୍ୟ ପରୀକ୍ଷା ଶିବିରରେ ଯୋଗଦେଇ ଲାଭ ଉଠାଇବାକୁ ଆୟୋଜକଙ୍କ ପକ୍ଷରୁ ନିବଦେନ କରାଯାଇଛି ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031