Indus Valley Times

ମହୁମାଛି ଆକ୍ରମଣରେ ଏକାଧିକ ଆହତ, ୮ ଗୁରୁତର

 Breaking News

ମହୁମାଛି ଆକ୍ରମଣରେ ଏକାଧିକ ଆହତ, ୮ ଗୁରୁତର

ମହୁମାଛି ଆକ୍ରମଣରେ ଏକାଧିକ ଆହତ, ୮ ଗୁରୁତର
April 23
17:53 2023

ମୟୁରଭଞ୍ଜ,୨୩/୪ : ମୟୁରଭଞ୍ଜ ଜିଲ୍ଲାର ସାରସକଣା ବ୍ଲକ ଶୀର୍ଷା ସ୍ଥିତ ଜଗନ୍ନାଥ ମନ୍ଦିରରେ ଆଜି ଅକ୍ଷୟ ତୃତୀୟା ଅବସରରେ ପୂଜା ଓ ହୋମଯଜ୍ଞ ଆୟୋଜିତ ହୋଇଥିଲା। ରଥ ଅନୁକୂଳ ପାଇଁ ହୋମଯଜ୍ଞ ଚାଲିଥିବା ବେଳେ ମନ୍ଦିର ସମ୍ମୁଖରେ ଥିବା ବଉଳ ଗଛରୁ ମହୁମାଛି ଆକ୍ରମଣ କରିଥିଲେ। ମହୁମାଛି ଆକ୍ରମଣରେ ୮ ଜଣ ଆହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ଗୁରୁତର ରହିଛି।
ଆହତମାନେ ଶୀର୍ଷା ଅଞ୍ଚଳର କୁଞ୍ଜ ବିହାରୀ ସେଠୀ, ସୁଧାଂଶୁ ଶେଖର ସାହୁ , ଦୁର୍ଗା ପ୍ରସାଦ ମହାପାତ୍ର, ବସନ୍ତ ଗିରି, ନଗେନ ସିଂ, ଅମୃତ ସେଠୀ ଓ ଜଣେ ନାବାଳିକା।
ସ୍ଥାନୀୟ ଲୋକେ ଆହତମାନଙ୍କୁ ଉଦ୍ଧାର କରି ଶୀର୍ଷା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଜଣେ ବ୍ୟକ୍ତିଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବାରିପଦା ପିଆରଏମ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।
ସଂକୀର୍ତ୍ତନ ଦଳର ସଦସ୍ୟମାନେ ମଧ୍ୟ ମହୁ ମାଛି ଆକ୍ରମଣର ଶିକାର ହୋଇଛନ୍ତି। ମହୁମାଛି ଆକ୍ରମଣ କରିବା ବେଳେ ଉପସ୍ଥିତ ଲୋକମାନେ ଭୟରେ ଏଣେତେଣେ ଦୌଡ଼ିଥିଲେ। ଏହି ଘଟଣାପରେ ଗାଁରେ ଭୟର ବାତାବରଣ ସୃଷ୍ଟି ହୋଇଛି।
ମହୁମାଛି ଆକ୍ରମଣ ଯୋଗୁ କିଛି ସମୟ ପୂଜା କାର‌୍ୟ୍ୟରେ ବାଧା ଉପୁଜିଥିଲା। ପରେ ସବୁ ସ୍ୱାଭାବିକ ଭାବେ ହୋଇଛି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031