Indus Valley Times

ମାଇନ୍ସ ଆଗରେ ଅଘଟଣ, ହାଇଓ୍ୱା ସହ ଜୀଅନ୍ତା ଜଳିଗଲେ ଡ୍ରାଇଭର

 Breaking News

ମାଇନ୍ସ ଆଗରେ ଅଘଟଣ, ହାଇଓ୍ୱା ସହ ଜୀଅନ୍ତା ଜଳିଗଲେ ଡ୍ରାଇଭର

ମାଇନ୍ସ ଆଗରେ ଅଘଟଣ, ହାଇଓ୍ୱା ସହ ଜୀଅନ୍ତା ଜଳିଗଲେ ଡ୍ରାଇଭର
August 20
11:40 2022

ରାଉରକେଲା/କୋଇଡ଼ା, ୨୦/୮ : ଶନିବାର ସକାଳୁ ସୁନ୍ଦରଗଡ଼ ଜିଲ୍ଲା କୋଇଡା ଥାନା ଅନ୍ତର୍ଗତ ରାଇକଲା ଗୀତାରାଣୀ ଖଣି ଆଗରେ ଘଟିଛି ଅଭାବନୀୟ ଘଟଣା। ଉଚ୍ଚଶକ୍ତି ସମ୍ପନ୍ନ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଡ୍ରାଇଭର ସମେତ ଟିପ୍ପରଟି ଜଳିଯାଇଛି।
ଲଗାଣ ବର୍ଷା ଜାରି ରହିଥିବାରୁ ଟିପ୍ପର(ନଂ ଓଡି୦୯କେ୩୮୩୫) ଭିତରେ ପାଣି ପଶିଯିବାରୁ ଡ୍ରାଇଭର ଡ଼ାଲାକୁ ଉପରକୁ ଟେକୁଥିଲେ।
ହଠାତ ଟିପ୍ପରର ଡ଼ାଲା ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଯିବାରୁ ନିଆଁ ଲାଗି ଯାଇଥିଲା। ଡ୍ରାଇଭର ମଧ୍ୟ ବିଦ୍ୟୁତ ସଂସ୍ପର୍ଶରେ ଆସିଯାଇଥିଲେ। ଏହାଫଳରେ ସେ ଜୀବନ୍ତ ଦଗ୍ଧ ହୋଇଥିଲେ।
ଗାଡ଼ିରୁ ବାହାରିବାକୁ ଚେଷ୍ଟା କରିଥିଲେ ମଧ୍ୟ ଚାଳକ ବାହାରି ପାରି ନ ଥିଲେ। ସ୍ଥାନୀୟ ଲୋକ ପହଞ୍ଚି ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ କରି ଡ୍ରାଇଭରଙ୍କୁ ଗାଡ଼ି ଭିତରୁ ଉଦ୍ଧାର କରିବା ପୂର୍ବରୁ ତାର ମୃତ୍ୟୁ ହୋଇଯାଇଥିଲା। ସ୍ଥାନୀୟ ଖଣି କର୍ତ୍ତୃପକ୍ଷ ଓ ଅଗ୍ନିଶମ ବିଭାଗ ନିଆଁକୁ ଆୟତ୍ତ କରିବାକୁ ପ୍ରୟାସ ଜାରି ରଖିଥିବା ବେଳେ କୋଇଡ଼ା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ଘଟଣାର ତଦନ୍ତ ଚଳାଇଛି। ଚାଳକଙ୍କ ପରିଚୟ ଏ ପର୍ଯ୍ୟନ୍ତ ମିଳି ପାରି ନାହିଁ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031