Indus Valley Times

ମାଗଣା ରାସନ ସାମଗ୍ରୀ ବଣ୍ଟନ ଅବଧି ୩ ମାସ ବୃଦ୍ଧି: କେନ୍ଦ୍ର ସରକାର

 Breaking News

ମାଗଣା ରାସନ ସାମଗ୍ରୀ ବଣ୍ଟନ ଅବଧି ୩ ମାସ ବୃଦ୍ଧି: କେନ୍ଦ୍ର ସରକାର

September 28
16:18 2022

ନୂଆଦିଲ୍ଲୀ, ୨୮/୯: କେନ୍ଦ୍ର ସରକାର ଦେଶର ଗରିବ ଲୋକଙ୍କୁ ବଡ଼ ଆଶ୍ୱସ୍ତି ଦେଇ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାକୁ ଆଉ ତିନି ମାସ ବଢାଇବାକୁ ନିଷ୍ପତ୍ତି ନେଇଛନ୍ତି । କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ଅନୁସାରେ, ଚଳିତ ବର୍ଷ ଶେଷ ଯାଏଁ ଏହି ଯୋଜନାକୁ ବଢାଯାଇଛି । ବୁଧବାର ପ୍ରଧାନମନ୍ତ୍ରୀ ମୋଦୀଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି ।
ଅର୍ଥ ମନ୍ତ୍ରଣାଳୟ ଅନୁସାରେ ତିନି ମାସର ମାଗଣା ରାସନ ପାଇଁ ସରକାରଙ୍କ ଉପରେ ୪୫,୦୦୦ କୋଟି ଟଙ୍କା ଅତିରିକ୍ତ ବୋଝ ପଡିବ । ସୂତ୍ର ଅନୁସାରେ, ନିଜ ପାଖରେ ଥିବା ଖାଦ୍ୟାନ୍ନର ସମୀକ୍ଷା କରିବା ପରେ କେନ୍ଦ୍ର ସରକାର ଏହି ନିଷ୍ପତ୍ତି ନେଇଛନ୍ତି । ବର୍ତ୍ତମାନ ସମୟରେ ସରକାରଙ୍କ ପାଖରେ ପ୍ରଚୁର ପରିମାଣରେ ଖାଦ୍ୟ ସମାଗ୍ରୀ ଉପଲବ୍ଧ ରହିଛି ।
ଏହା ପୂର୍ବରୁ ଏହି ଯୋଜନାକୁ କେନ୍ଦ୍ର ସରକାର ବନ୍ଦ କରିପାରନ୍ତି ବୋଲି ଚର୍ଚ୍ଚା ହୋଇଥିଲା । ତେବେ ସରକାରଙ୍କ ଏହି ନିଷ୍ପତ୍ତିକୁ ରାଜନୈତିକ ଦୃଷ୍ଟିରୁ ମଧ୍ୟ ଦେଖାଯାଉଛି ।
ଆସନ୍ତା ତିନି ମାସ ଭିତରେ ଗୁଜରାଟ ଏବଂ ହିମାଚଳରେ ନିର୍ବାଚନ ହେବ । ଏପରି ସ୍ଥିତିରେ ଏହି ଯୋଜନାକୁ ତିନି ମାସ ବଢାଇବା ନିଷ୍ପତ୍ତି ସହ ନିର୍ବାଚନକୁ ଯୋଡି ଦେଖାଯାଉଛି । ଉଲ୍ଲେଖଯୋଗ୍ୟ, କରୋନା କାଳରେ କେନ୍ଦ୍ର ସରକାର ପିଏମ୍ ଗରିବ କଲ୍ୟାଣ ଅନ୍ନ ଯୋଜନା ନାଁରେ ଏହି ସ୍କିମର ଘୋଷଣା କରିଥିଲେ । ଏହା ଅଧିନରେ ପ୍ରତି ମାସରେ ଜଣେ ବ୍ୟକ୍ତି ପିଛା ୫ କେଜି ମାଗଣା ରାସନ ଉପଲବ୍ଧ କରାଯାଉଛି ।
ଏହି ଯୋଜନାର ଲାଭ ଦେଶର ପ୍ରାୟ ୮୦ କୋଟି ଲୋକଙ୍କୁ ମିଳୁଛି । ରାଷ୍ଟ୍ରୀୟ ଖାଦ୍ୟ ସୁରକ୍ଷା ଆଇନରେ ମଧ୍ୟ ଏହି ସମାନ ରାସନ ସବସିଡିରେ ମିଳିଛୁ । କିନ୍ତୁ ପିଏମ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ଦିଆଯାଉଥିବା ରାସନ ଏହାଠାରୁ ଅତିରିକ୍ତ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031