Indus Valley Times

ମାଛ ଧରିବା ବେଳେ ଭାସିଯାଇ ଜଣଙ୍କର ମୃତ୍ୟୁ : ଜଣେ ଉଦ୍ଧାର, ଜଣେ ନିଖୋଜ

 Breaking News

ମାଛ ଧରିବା ବେଳେ ଭାସିଯାଇ ଜଣଙ୍କର ମୃତ୍ୟୁ : ଜଣେ ଉଦ୍ଧାର, ଜଣେ ନିଖୋଜ

ମାଛ ଧରିବା ବେଳେ ଭାସିଯାଇ ଜଣଙ୍କର ମୃତ୍ୟୁ : ଜଣେ ଉଦ୍ଧାର, ଜଣେ ନିଖୋଜ
September 14
17:10 2023

ବଲାଙ୍ଗୀର,୧୪/୯: ନାଳରେ ମାଛ ଧରିବା ବେଳେ ଗୁରୁବାର ଅଘଟଣ ଘଟିଛି। ଗଭୀର ଜଳରେ ୩ ଜଣ ବ୍ୟକ୍ତି ବୁଡ଼ି ଯାଇଛନ୍ତି। ସେମାନଙ୍କ ମଧ୍ୟରୁ ଜଣଙ୍କର ମୃତଦେହ ଉଦ୍ଧାର କରାଯାଇଛି।
ଅନ୍ୟ ଜଣେ ନିଖୋଜ ଥିବା ବେଳେ ଆଉ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇପାରିଛି। ବଲାଙ୍ଗୀର ଜିଲ୍ଲା ଆଗଲପୁର ବ୍ଲକ ଭରସୁଜା ଗ୍ରାମପଞ୍ଚାୟତ ପିପିଲିପାଲି ଗ୍ରାମରେ ଏହି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି।
ମୃତ ବ୍ୟକ୍ତି ହେଲେ ଗୋଲେଖ ପୋଢ଼। ନିଖୋଜ ବ୍ୟକ୍ତି ହେଲେ ପ୍ରମୋଦ ପୋଢ଼। ରଜନୀ ପୋଢ଼ଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ସୂଚନା ଅନୁସାରେ ପିପିଲିପାଲି ଗ୍ରାମର ଗୋଲେଖ ପୋଢ଼, ପ୍ରମୋଦ ପୋଢ଼ ଓ ରଜନୀ ପୋଢ଼ ଆଜି ପୂର୍ବାହ୍ନ ୧୧ଟାରେ ମାଛ ଧରିବାକୁ ଗାଁ ନିକଟ କୁଲାରି ନାଳକୁ ଯାଇଥିଲେ। ମାଛ ଧରୁଥିବା ବେଳେ ଉପରମୁଣ୍ଡରୁ ବନ୍ୟା ଜଳସ୍ତର ବଢ଼ି ଯାଇଥିଲା।
ଫଳରେ ସେମାନେ ଗଭୀର ପ।ଣିରେ ବୁଡ଼ି ଯାଇଥିଲେ। ଏହି ସମୟରେ ରଜନୀ ଚିତ୍କାର କରିବାରୁ ଲୋକମାନେ ଆସି ସେମାନଙ୍କୁ ଉଦ୍ଧାର କରିବା ପାଇଁ ଚେଷ୍ଟା କରିଥିଲେ।
ଗୋଲେଖ ପୋଢ଼ ଓ ରଜନୀ ପୋଢ଼ଙ୍କୁ ଉଦ୍ଧାର କରାଯାଇ ଆମ୍ବୁଲାନ୍ସ ଯୋଗେ ଆଗଲପୁର ଗୋଷ୍ଠୀ ସ୍ବାସ୍ଥ୍ୟକୁ ନିଆଯାଇଥିଲା। ସେଠାରେ ଡାକ୍ତର ଗୋଲେଖଙ୍କୁ ମୃତ ଘୋଷଣା କରିଥିଲେ। ରିପୋର୍ଟ ଲେଖାଯିବା ବେଳକୁ ରଜନୀଙ୍କ ଚିକିତ୍ସା ଜାରି ରହିଛି। ଅନ୍ୟପଟରେ ଅଗ୍ନିଶମ ବାହିନୀ ନିଖୋଜ ପ୍ରମୋଦ ପୋଢ଼ଙ୍କୁ ଉଦ୍ଧାର କରିବା ପାଇଁ ଉଦ୍ୟମ ଜାରି ରଖିଛନ୍ତି।

About Author

indadmin

indadmin

Related Articles

Archives

Calendar

September 2024
M T W T F S S
 1
2345678
9101112131415
16171819202122
23242526272829
30