Indus Valley Times

ମାଛ ଧରୁଥିବା ବେଳେ ଘଟିଲା ଅଘଟଣ , ମହାନଦୀରେ ବୁଡି ଜଣେ ମୃତ

 Breaking News

ମାଛ ଧରୁଥିବା ବେଳେ ଘଟିଲା ଅଘଟଣ , ମହାନଦୀରେ ବୁଡି ଜଣେ ମୃତ

ମାଛ ଧରୁଥିବା ବେଳେ ଘଟିଲା ଅଘଟଣ , ମହାନଦୀରେ ବୁଡି ଜଣେ ମୃତ
April 26
13:10 2026

ଜଗତସିଂହପୁର, ୨୬/୪ : ମାଛ ଧରୁଥିବା ବେଳେ ଘଟିଲା ଅଘଟଣ । ମହାନଦୀରେ ବୁଡି ଜଣେ ମୃତ। ଜଗତସିଂହପୁର ଜିଲ୍ଲା ପାରାଦୀପ ଚଉମୁହାଣି ନିକଟ ମହାନଦୀରେ ଘଟିଛି ଅଘଟଣ ।ଅଗ୍ନିଶମ ବାହିନୀର ଅକ୍ଲାନ୍ତ ପରିଶ୍ରମ ପରେ ମୃତଦେହ ଠାବ ହୋଇଛି ।
ଖବର ଅନୁଯାୟୀ, ମହେନ୍ଦ୍ର ଏବଂ ଅନ୍ୟ ଜଣେ ବ୍ୟକ୍ତି ନଦୀରେ ପଶି ଜାଲ ଟାଣୁଥିଲେ। ହଠାତ୍ ମହେନ୍ଦ୍ର ପାଣିରେ ବୁଡ଼ି ନିଖୋଜ ହୋଇ ଯାଇଥିଲେ। ଏହାପରେ ତୁରନ୍ତ ଅଗ୍ନିଶମ ବାହିନୀକୁ ଖବର ଦିଆଯାଇଥିଲା । କୁଜଙ୍ଗରୁ ଅଗ୍ନିଶମ ବାହିନୀ ପହଞ୍ଚି ଖୋଜାଖୋଜି ଆରମ୍ଭ କରିଥିଲା। ଜାଲ ଟାଣି ମାଛ ଧରୁଥିବା ବେଳେ ଯୁବକ ଜଣକ ପାଣିରେ ବୁଡ଼ି ଯାଇ ମୃତ୍ୟୁବରଣ କରିଛନ୍ତି। ମୃତ ବ୍ୟକ୍ତି ପାରାଦୀପ ଗଡ ଗାଁର ମହେନ୍ଦ୍ର ସେଠି ବୋଲି ଜଣାପଡ଼ିଛି।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031