Indus Valley Times

ମାଟ୍ରିକ ପରୀକ୍ଷାଫଳ: ଛାତ୍ରୀ ଆଗୁଆ, ୩,୨୨୨ ସ୍କୁଲର ରେଜଲ୍ଟ ଶତ ପ୍ରତିଶତ

 Breaking News

ମାଟ୍ରିକ ପରୀକ୍ଷାଫଳ: ଛାତ୍ରୀ ଆଗୁଆ, ୩,୨୨୨ ସ୍କୁଲର ରେଜଲ୍ଟ ଶତ ପ୍ରତିଶତ

ମାଟ୍ରିକ ପରୀକ୍ଷାଫଳ: ଛାତ୍ରୀ ଆଗୁଆ, ୩,୨୨୨ ସ୍କୁଲର ରେଜଲ୍ଟ ଶତ ପ୍ରତିଶତ
May 18
11:37 2023

କଟକ,୧୮/୫: ପ୍ରକାଶ ପାଇଛି ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ବାରା ପରିଚାଳିତ ୨୦୨୩ ମାଟ୍ରିକ୍ ପରୀକ୍ଷାଫଳ। ଏଥର ପରୀକ୍ଷାଫଳକୁ ଲକ୍ଷ୍ୟ କଲେ ଜଣାଯାଏ ଯେ ଛାତ୍ରଙ୍କଠାରୁ ଆଗରେ ଛାତ୍ରୀ ରହିଛନ୍ତି। ଛାତ୍ରଙ୍କ ତୁଳନାରେ ଛାତ୍ରୀଙ୍କ ପାସହାର ଅଧିକ ରହିଛି । ଏଥର ଛାତ୍ରମାନଙ୍କ ପାସ୍ ହାର ରହିଛି ୯୫.୭୫ ପ୍ରତିଶତ। ଅପରପକ୍ଷରେ ଚଳିତ ଥର ୯୭.୦୫ ପ୍ରତିଶତ ଛାତ୍ରୀ ପାସ୍ କରିଛନ୍ତି। ଏବର୍ଷ ମୋଟ ୫୦୫୪୦୪ ଛାତ୍ରଛାତ୍ରୀ ପାସ୍ କରିଛନ୍ତି। ସେମାନଙ୍କ ମଧ୍ୟରୁ ୨୫୧୨୯୮ ଜଣ ଛାତ୍ର ଓ ୨୫୭୧୦୬ଜଣ ଛାତ୍ରୀ ଥିବା ଜଣାଯାଇଛି। ଏମାନଙ୍କ ମଧ୍ୟରୁ ୨୨୫୪ ଜଣ ଛାତ୍ରୀ ଏ-୧ ଗ୍ରେଡରେ ପାସ୍ କରିଥିବା ବେଳେ ୧୯୦୫ଜଣ ଛାତ୍ରୀ ଏ-୧ ଗ୍ରେଡରେ ପାସ୍ କରିଛନ୍ତି।
ଏଥର ଏ-୧ ଗ୍ରେଡରେ ପାସ୍ କରିଛନ୍ତି ୪୧୫୮ ଜଣ ଛାତ୍ରଛାତ୍ରୀ । ସେହିପରି ଏ-୨ ଗ୍ରେଡରେ ୩୫, ୮୩୮ ଜଣ ଛାତ୍ରଛାତ୍ରୀ, ବି-୧ ଗ୍ରେଡରେ ୭୭,୫୬୭ ଏବଂ ବି-୨ ଗ୍ରେଡରେ ୧, ୧୮, ୭୫୧ ଜଣ ପାସ୍ କରିଛନ୍ତି । ଏଣେ କଟକ ଓ ଜଗତସିଂହପୁର ଜିଲ୍ଲାରେ ସର୍ବାଧିକ ୯୭.୯୯ ପ୍ରତିଶତ ପାସ ହାର ହୋଇଥିବା ନେଇ ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି । ମାଲକାନଗିରିରେ ସର୍ବନିମ୍ନ ୯୨.୬୬ ପ୍ରତିଶତ ଛାତ୍ରଛାତ୍ରୀ ପାସ୍ କରିଛନ୍ତି। ତେଣେ ରାଜ୍ୟର ୩୨୨୨ ବିଦ୍ୟାଳୟରେ ପାସ୍ ହାର ଶତ ପ୍ରତିଶତ ରହିଛି।
ଏଣେ ଦିନ ୧୨ଟା ସୁଦ୍ଧା ୱେବ୍ସାଇଟ୍ ଓ ଏସ୍ଏମ୍ଏସ୍ ଜରିଆରେ ପରୀକ୍ଷାଫଳ ଉପଲବ୍ଧ ହୋଇଯିବ ବୋଲି ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି। ଛାତ୍ରଛାତ୍ରୀ ନିଜ ମୋବାଇଲରୁ ପରୀକ୍ଷାଫଳ ଜାଣିବାକୁ ହେଲେ ଙଜ୧୦ ନିଜର ରୋଲ୍ ନମ୍ବର ଲେଖି ୫୬୭୬୭୫୦ ନମ୍ବରକୁ ଏସ୍ଏମ୍ଏସ୍ କଲେ ପରୀକ୍ଷାଫଳ ଜାଣିପାରିବେ। ଏହା ବ୍ୟତୀତ ବୋର୍ଡର ୱେବ୍ସାଇଟ୍ ଙ୍ଗଙ୍ଗଙ୍ଗ.ଭଗ୍ଦରକ୍ଟୟସଗ୍ଦଷବ.ବମ.ସଦ୍ଭ ରେ ମଧ୍ୟ ପରୀକ୍ଷାଫଳ ଉପଲବ୍ଧ ହେବ ବୋଲି ବୋର୍ଡ ଉପସଭାପତି ଡକ୍ଟର ନିହାରରଂଜନ ମହାନ୍ତି ସୂଚନା ଦେଇଛନ୍ତି।
ସୂଚନାଯୋଗ୍ୟ ଯେ ଚଳିତବର୍ଷ ୫ଲକ୍ଷ ୪୧ହଜାର ୨୪୭ଜଣ ଛାତ୍ରଛାତ୍ରୀ ପରୀକ୍ଷା ପାଇଁ ଫର୍ମ ପୂରଣ କରିଥିବା ବେଳେ ୫ଲକ୍ଷ ୩୨ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି। ମାର୍ଚ୍ଚ ୧୦ରୁ ୨୦ତାରିଖ ପର‌୍ୟ୍ୟନ୍ତ ରାଜ୍ୟର ୩୨୧୮ଟି ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ଏପ୍ରିଲ୍ ୩ ତାରିଖରୁ ୧୪ ତାରିଖ ପର‌୍ୟ୍ୟନ୍ତ ରାଜ୍ୟର ୫୫ଟି କେନ୍ଦ୍ରରେ ଖାତା ମୂଲ୍ୟାୟନ କରାଯାଇଥିଲା।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031