Indus Valley Times

ମାଟ୍ରିକ ପରୀକ୍ଷା ଫଳ : ବାଜି ମାରିଲେ ଝିଅ, ପଛରେ ପଡ଼ିଲେ ପୁଅ

 Breaking News

ମାଟ୍ରିକ ପରୀକ୍ଷା ଫଳ : ବାଜି ମାରିଲେ ଝିଅ, ପଛରେ ପଡ଼ିଲେ ପୁଅ

July 29
12:12 2020

ଭୁବନେଶ୍ୱର,୨୯/୭: ଚଳିତ ବର୍ଷର ମାଟ୍ରିକ ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି । ଦଶମ ଶ୍ରେଣୀ ବାର୍ଷିକ ପରୀକ୍ଷାରେ ଏଥର ପୁଅଙ୍କ ତୁଳନାରେ ଝିଅମାନେ ଅଧିକ ସଫଳତା ଅର୍ଜନ କରିଛନ୍ତି । ଶିକ୍ଷାବର୍ଷ ୨୦୧୯-୨୦ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷାରେ ମୋଟ ୭୭.୭୬ ପ୍ରତିଶତ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି । ଏଥିରୁ ଝିଅମାନଙ୍କର ପାସ ହାର ୮୧.୯୮ ପ୍ରତିଶତ ହୋଇଥିବା ବେଳେ ପୁଅ ମାନଙ୍କର ପାସ ହାର ୭୭.୮ ପ୍ରତିଶତ ରହିଛି । ଗତ ବର୍ଷ ମଧ୍ୟ ମାଟ୍ରିକ ପରୀକ୍ଷାରେ ବାଜି ମାରିଥିଲେ ଝିଅ । ୨୦୧୮-୧୯ ଶିକ୍ଷା ବର୍ଷରେ ୧ ଲକ୍ଷ ୯୧ ହଜାର ୬୫୫ ପୁଅ ପାସ୍ କରିଥିବା ବେଳେ ୨ଲକ୍ଷ ୫ହଜାର ୪୭୦ ଝିଅ ଉତ୍ତୀର୍ଣ୍ଣ ହୋଇଥିଲେ। ଫଳରେ ଛାତ୍ରୀମାନେ ସେମାନଙ୍କ ବିଜୟଧାରା ବଜାୟ ରଖିବାରେ ସମର୍ଥ ହୋଇଛନ୍ତି।
ଚଳିତ ବର୍ଷ ମୋଟ ୪ ଲକ୍ଷ ୨୧ ହଜାର ୨୫୬ ଜଣ ପରୀକ୍ଷାର୍ଥୀ ପାସ୍ କରିଛନ୍ତି । ଏଥିରେ ଏ-୧ ଗ୍ରେଡରେ ୧୨୭୯ ଜଣ, ଏ-୨ ଗ୍ରେଡରେ ୮୪୫୮ ଜଣ, ବି-୧ ଗ୍ରେଡରେ ୧୮ହଜାର ୧୮୮ ଜଣ ପରୀକ୍ଷାର୍ଥୀ ପାସ୍ କରିଛନ୍ତି । ସେହିଭଳି ବି-୨ ଗ୍ରେଡରେ ୩୧ ହଜାର ୩୨୮ ଜଣ, ସି ଗ୍ରେଡରେ ୪୯ହଜାର ୧୫୩ ଜଣ, ଡି ଗ୍ରେଡରେ ୮୯ ହଜାର ୫୫୬ ଜଣ ଓ ଇ ଗ୍ରେଡରେ ୨ ଲକ୍ଷ ୨୩ ହଜାର ୧୯୫ ଜଣ ଛାତ୍ରଛାତ୍ରୀ ପାସ ହୋଇଛନ୍ତି । ୬୭୮ଟି ସ୍କୁଲର ରେଜଲ୍ଟ ଶତପ୍ରତିଶତ ହୋଇଥିବା ବେଳେ ୩୧ଟି ବିଦ୍ୟାଳୟର କୌଣସି ଛାତ୍ରଛାତ୍ରୀ ପାସ କରି ନାହାନ୍ତି ।

-Sambad

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031