Indus Valley Times

ମାଣିକପାଟଣାରେ ସୀମା ବିବାଦୀୟ ଉତ୍ତେଜନା ପରିସ୍ଥିତିକୁ ନେଇ ଉତ୍କଳ ସମ୍ମିଳନୀର ଜରୁରୀ ବୈଠକ ଓ ଜିଲ୍ଲାପାଳଙ୍କୁ ସ୍ମାରକପତ୍ର

 Breaking News

ମାଣିକପାଟଣାରେ ସୀମା ବିବାଦୀୟ ଉତ୍ତେଜନା ପରିସ୍ଥିତିକୁ ନେଇ ଉତ୍କଳ ସମ୍ମିଳନୀର ଜରୁରୀ ବୈଠକ ଓ ଜିଲ୍ଲାପାଳଙ୍କୁ ସ୍ମାରକପତ୍ର

September 14
19:21 2021

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ପାରଳାଖେମୁଣ୍ଡି,୧୪/୯: ଗଜପତି ଜିଲ୍ଲା ରାୟଗଡ ବ୍ଲକ ଅନ୍ତର୍ଗତ ଆଦିବାସୀ ବହୁଳ ଗଙ୍ଗାବାଡ଼ ପଞ୍ଚାୟତ’ର ଓଡିଶା-ଆନ୍ଧ୍ର ସୀମାନ୍ତରେ ଥିବା ମାଣିକପାଟଣା ଗତ ୯ ତାରିଖ ଦିନ ଘଟିଥିବା ସୀମା ବିବାଦୀୟ ଉତ୍ତେଜନା ପରିସ୍ଥିତି ନେଇ ଉତ୍କଳ ସମ୍ମିଳନୀ ପକ୍ଷରୁ ଜରୁରୀ ବୈଠକ ଆଲୋଚନା କରାଯିବା ସହ ଏ ଦିଗରେ ୮ ଦଫା ଦାବୀ ସମ୍ମିଳିତ ଏକ ସ୍ମାରକପତ୍ର ଗଜପତି ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି ।
ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳ’ଙ୍କ କାର୍ଯ୍ୟାଳୟ ଠାରେ ଉତ୍କଳ ସମ୍ମିଳନୀର ରାଜ୍ୟ ଉପସଭାପତି ଶ୍ରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କ ନେତୃତ୍ୱରେ ଜିଲ୍ଲା ସଭାପତି ଗୁରୁ ଗୌରବ ଗୌରଚନ୍ଦ୍ର ପଣ୍ଡା ଓ ସମ୍ପାଦକ ଆଚାର୍ଯ୍ୟ ବିନୋଦ ଚନ୍ଦ୍ର ଜେନାଙ୍କ ସମେତ ଅନ୍ୟାନ୍ୟ ବରିଷ୍ଠ କର୍ମକର୍ତ୍ତା ପ୍ରମୁଖ ଜିଲ୍ଲାପାଳ ଶ୍ରୀ ଲିଙ୍ଗରାଜ ପଣ୍ଡାଙ୍କୁ ଭେଟି ସମାଧାନ ଦିଗରେ ଆଲୋଚନା କରି ଦାବୀପତ୍ର ପ୍ରଦାନ କରିଥିଲେ ।
ଏହି ଅବସରରେ ଆୟୋଜିତ ଏକ ଜରୁରୀ ବୈଠକ’ରେ ମୁଖ୍ୟତଃ ବିବାଦୀୟ ମାଣିକପାଟଣା ଠାରେ ଗତ ୯ ତାରିଖ ଦିନ ଯେଭଳି ଆନ୍ଧ୍ର’ର ମତ୍ସ୍ୟ ଓ ପଶୁସମ୍ପଦ ମନ୍ତ୍ରୀ ଆପ୍ପାଲା ରାଜୁ ତାଙ୍କ ପ୍ରଶାସନିକ ଓ ପୋଲିସ ଅଧିକାରୀ ସମେତ ଦଳୀୟ କର୍ମକର୍ତ୍ତା’ଙ୍କ ସହ ବେଆଇନ ଅନୁପ୍ରବେଶ ।
ହୋ-ହାଲ୍ଲା, ଗଜପତି ଏଡିଏମଙ୍କୁ ଦୁର୍ବ୍ୟବହାର ଓ ଗିରଫଦାରୀ ଧମକ ପ୍ରଭୃତି ଦେଇ ଏହା ଆମର ଏରିଆ ବୋଲି କହିଲେ , ଏହା ଅତ୍ୟନ୍ତ ନିନ୍ଦନୀୟ । ଉତ୍କଳ ସମ୍ମିଳନୀ ପକ୍ଷରୁ ଏହାର ଦୃଢ଼ ପ୍ରତିବାଦ କରାଯାଉଛି ବୋଲି ଆଲୋଚନା ବୈଠକରେ ମତପ୍ରକାଶ ପାଇଥିଲା ।
ପରେ ଜିଲ୍ଲାପାଳ ଶ୍ରୀ ଲିଙ୍ଗରାଜ ପଣ୍ଡାଙ୍କୁ ଭେଟି ଏହାର ଦୃଢ଼ କାର୍ଯ୍ୟାନୁଷ୍ଠାନ ପଦକ୍ଷେପ ନିଆଯିବା ସହ ଯୁଦ୍ଧକାଳୀନ ଭିତ୍ତିରେ ସମ୍ପୃକ୍ତ ମାଣିକପାଟଣା ଓ ଗଙ୍ଗାବାଡ଼ ପଞ୍ଚାୟତ ଅଞ୍ଚଳରେ ବିଭିନ୍ନ ମୌଳିକ ବ୍ୟବସ୍ଥା ଯୋଗାଇ ଦେବାପାଇଁ ବିସ୍ତୃତ ଆଲୋଚନା କରିଥିଲେ ।
ଜିଲ୍ଲାପାଳ ଶ୍ରୀ ପଣ୍ଡା ଏହିସବୁ ଦାବିଗୁଡିକ ପ୍ରତି ସମ୍ମତି ପ୍ରକାଶ କରି ଆସନ୍ତା କାଲିଠାରୁ ଓଡିଶା ଦେଇ ରାସ୍ତା ନିର୍ମାଣ ପଦକ୍ଷେପ ନେବା ଆରମ୍ଭ କରାଯିବା ସହ ଆସନ୍ତା ୨ମାସ ମଧ୍ୟରେ ସମସ୍ତ ଆବଶ୍ୟକୀୟ ମୌଳିକ ବ୍ୟବସ୍ଥା ଜିଲ୍ଲା ପ୍ରଶାସନ ପକ୍ଷରୁ ଅଞ୍ଚଳବାସୀଙ୍କ ସ୍ୱାର୍ଥ ସାଧନ କରାଯିବ କହିଥିଲେ ।
ଏ ସମ୍ପର୍କରେ ଉତ୍କଳ ସମ୍ମିଳନୀ ରାଜ୍ୟ ଉପସଭାପତି ଶ୍ରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ର ଅଧିକ ସୂଚନା ଦେଇ କହିଛନ୍ତି ଯେ , ଜିଲ୍ଲାପାଳଙ୍କୁ ଉତ୍କଳ ସମ୍ମିଳନୀ ପକ୍ଷରୁ ୮ ଗୋଟି ଦାବିର ସମାଧାନ ପାଇଁ ସ୍ମାରକପତ୍ର ପ୍ରଦାନ କରାଯାଇଛି ।
ସେଥିରେ ମୁଖ୍ୟତଃ ଆରଆଇ: ସର୍କିଲ ପ୍ରତିଷ୍ଠା , ଗଙ୍ଗାବାଡ଼ ଠାରି କଇଁପୁର ପର୍ଯ୍ୟନ୍ତ ୯ କିମି ଦୂରତା ରାସ୍ତା ନିର୍ମାଣ , ସ୍ବାସ୍ଥ୍ୟ ଓ ଶିକ୍ଷା ସେବା , ବାଣିଜ୍ୟ ବ୍ୟବସାୟ ପାଇଁ ସୁଗମ ବ୍ୟବସ୍ଥା , ପ୍ରତ୍ୟେକ କ୍ଷେତ୍ରରେ ଆନ୍ଧ୍ର ଉପରେ ନିର୍ଭରଶୀଳ ନ ହେବା ଭଳି ଗଙ୍ଗାବାଡ଼-କଇଁପୁର ଠାରେ ବ୍ୟବସ୍ଥା କରିବା , ସୁରକ୍ଷା ପାଇଁ ପୋଲିସ ଫାଣ୍ଡି ଓ ମୋବାଇଲ ଟାୱାର ପ୍ରତିଷ୍ଠା କରିବା ଉଚିତ୍ ।
ଆମର ଦୁର୍ବଳତା ତାଙ୍କଠାରେ ପ୍ରକାଶ ନ କରିବା ଓ ତୁରନ୍ତ ସୀମା ବିବାଦ ସମସ୍ୟା’ର ସ୍ଥାୟୀ ସମାଧାନ କରାଯିବା ପ୍ରଭୃତି ଦାବୀ ଗୁଡିକ ଅନ୍ତର୍ଭୁକ୍ତ ବୋଲି କହିଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ଉତ୍କଳ ସମ୍ମିଳନୀର ବରିଷ୍ଠ କର୍ମକର୍ତ୍ତା ଶ୍ରୀ ଅନାଦି ଚରଣ ପାଣିଗ୍ରାହୀ ଓ ଶ୍ରୀ ଭାଗବତ ପାଢ଼ୀ’ଙ୍କ ସମେତ ପ୍ରଶାସନିକ ଅଧିକାରୀ ତଥା ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସଂଗ୍ରାମ ଶେଖର ପଣ୍ଡା ପ୍ରମୁଖ ଉପସ୍ଥିତ ରହି ଆଲୋଚନା କରିଥିଲେ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031