Indus Valley Times

ମାର୍ଚ୍ଚରେ ହୋଇପାରେ ବାତ୍ୟା! ୨୦ରେ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଲଘୁଚାପ

 Breaking News

ମାର୍ଚ୍ଚରେ ହୋଇପାରେ ବାତ୍ୟା! ୨୦ରେ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଲଘୁଚାପ

ମାର୍ଚ୍ଚରେ ହୋଇପାରେ ବାତ୍ୟା! ୨୦ରେ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଲଘୁଚାପ
March 15
08:51 2022

ଭୁବନେଶ୍ବର : ଆସନ୍ତା ୨୦ ତାରିଖ ବେଳକୁ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ। ଏହା କ୍ରମଶଃ ଘନୀଭୂତ ହୋଇ ଉତ୍ତର ବଙ୍ଗୋପସାଗରରେ ପହଞ୍ଚିବ। ଏହା କେତେ ଘନୀଭୂତ ହେବ, ବାତ୍ୟା ରୂପ ନେବ କି ନାହିଁ, ସେ ନେଇ କୌଣସି ସ୍ପଷ୍ଟ ସୂଚନା ନାହିଁ। ତେବେ ପରିବେଶ ଅନୁକୂଳ ଥିବାରୁ ଏହା ବାତ୍ୟା ରୂପ ନେଇପାରେ। ଅନ୍ୟପକ୍ଷେ ଲଘୁଚାପଟି ବାରମ୍ବାର ଦିଗ ପରିବର୍ତ୍ତନ କରିବାର ସମ୍ଭାବନା ଥିବାରୁ ଏହା ଭାରତ କିମ୍ବା ଓଡ଼ିଶା ସ୍ପର୍ଶ କରିବ କି ନାହିଁ, ତାହା ଏବେଠାରୁ ଆକଳନ କରିବା କଷ୍ଟକର। ବିଗତ ବର୍ଷମାନଙ୍କରେ ମଧ୍ୟ ମାର୍ଚ୍ଚରେ ସୃଷ୍ଟ କୌଣସି ଘୂର୍ଣ୍ଣିଝଡ଼ ଭାରତ କିମ୍ବା ଓଡ଼ିଶା ସ୍ପର୍ଶ କରିନାହିଁ। କିନ୍ତୁ ଜଳବାୟୁ ପରିବର୍ତ୍ତନରେ ଏହି ସାମ୍ଭାବ୍ୟ ଘୂର୍ଣ୍ଣିଝଡ଼ ଭାରତ ଉପକୂଳ ଛୁଇଁବାର ସମ୍ଭାବନାକୁ ଏଡ଼ାଇ ହେବ ନାହିଁ ବୋଲି କହିଛନ୍ତି ବିଶିଷ୍ଟ ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ର ନାଥ ପଶୁପାଳକ। ଯଦି ଲଘୁଚାପଟି ବାତ୍ୟାର ରୂପ ନେବ ଓ ଭାରତ ଉପକୂଳ ସ୍ପର୍ଶ କରିବ, ତେବେ ଏହା ଗତ ୧୨୧ ବର୍ଷରେ ମାର୍ଚ୍ଚ ମାସର ୭ମ ବାତ୍ୟା ହେବ। କାରଣ ୧୯୦୧ ମସିହାଠାରୁ ଚଳିତ ବର୍ଷ ପର୍ଯ୍ୟନ୍ତ ମାର୍ଚ୍ଚ‌ରେ ମାତ୍ର ୬ଟି ବାତ୍ୟା ସୃଷ୍ଟି ହୋଇଛି ବୋଲି ଡ. ପଶୁପାଳକ ସୂଚନା ନେଇଛନ୍ତି। ଅବଶ୍ୟ ଏନେଇ ଆଇଏମ୍‌ଡି ପକ୍ଷରୁ କୌଣସି ସୂଚନା ମିଳିନାହିଁ।

ଡ. ପଶୁପାଳକ ବିଭିନ୍ନ ମଡେଲ ଅନୁଧ୍ୟାନ କରି କହିଛନ୍ତି ଯେ ଏନ୍‌ସିଇପି ଜିଏଫ୍‌ଏସ୍‌ ମଡେଲ ଅନୁଯାୟୀ ସମ୍ଭାବ୍ୟ ଘୂର୍ଣ୍ଣଝଡ଼ଟି ଦିଗ ବଦଳାଇବାର ସମ୍ଭାବନା ରହିଥିବାରୁ ଭା‌ରତ ଉପକୂଳକୁ ସ୍ପର୍ଶ କରିବ ନାହିଁ। ବିଗତ କିଛି ବର୍ଷ ହେଲା ମାର୍ଚ୍ଚରେ ଭାରତରେ ବାତ୍ୟା ହୋଇନାହିଁ। ଏଣୁ ଏଥର ମଧ୍ୟ ଏହା ଭାରତରେ ସ୍ଥଳଭାଗ ନ ଛୁଇଁବାର ଅଧିକ ସମ୍ଭାବନା ରହିଛି। କିନ୍ତୁ ଜଳବାୟୁ ପରିବର୍ତ୍ତନର ପ୍ରଭାବରେ ଏହାର ଭାରତ ଉପକୂଳମୁହାଁ ହୋଇପାରେ। ତଥାପି ଆସନ୍ତା ୨୦ ତା‌ରିଖ ଆଡ଼କୁ ଏନେଇ ସ୍ପଷ୍ଟତା ଆସିଯିବ ବୋଲି ସେ କହିଛନ୍ତି।

-Sambad

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031