Indus Valley Times

ମାଲକାନଗିରି : ମାଓବାଦୀଙ୍କ ଉପରେ ପୁଣି ଏୟାର ଷ୍ଟ୍ରାଇକ ହୋଇଥିବା ଅଭିଯୋଗ

 Breaking News

ମାଲକାନଗିରି : ମାଓବାଦୀଙ୍କ ଉପରେ ପୁଣି ଏୟାର ଷ୍ଟ୍ରାଇକ ହୋଇଥିବା ଅଭିଯୋଗ

ମାଲକାନଗିରି : ମାଓବାଦୀଙ୍କ ଉପରେ ପୁଣି ଏୟାର ଷ୍ଟ୍ରାଇକ ହୋଇଥିବା ଅଭିଯୋଗ
April 17
16:34 2022

ମାଲକାନଗିରି,୧୭/୪: ମାଓବାଦୀଙ୍କ ଉପରେ ପୁଣି ଏୟାର ଷ୍ଟ୍ରାଇକ ହୋଇଥିବା ଅଭିଯୋଗ । ଛତିଶଗଡ଼ର କିଛି ଜିଲ୍ଲାରେ ଏୟାର ଷ୍ଟ୍ରାଇକ୍ ହୋଇଥିବା ଅଭିଯୋଗ ଆସିଛି । ବୋମା ମାଡ଼ରେ ସଂରକ୍ଷିତ ଜଙ୍ଗଲ ଗୁଡିକ ମଧ୍ୟ ନଷ୍ଟ ହୋଇଥିବା ଅଭିଯୋଗ ଆସିଛି ।
ତଦଣ୍ଡକାରଣ୍ୟ ସ୍ପେଶାଲ ଜୋନାଲ କମିଟି ଅଧ୍ୟକ୍ଷ ବିକଳ୍ପ ଏକ ପ୍ରେସ ବିଜ୍ଞପ୍ତିରେ ଲେଖିଛନ୍ତି ଯେ, ଗତ ୧୪ ଓ ୧୫ ତାରିଖ ଦିନ ମାଓବାଦୀଙ୍କ ଦମନ ନିମନ୍ତେ ଆକାଶ ମାର୍ଗରୁ ମାଓ ଶିବିର ଉପରେ ଆକ୍ରମଣ କରାଯାଇଥିଲା ।
କିଟମ୍, ରାସମ, ଏରାମ, ସକିଲେର, ମାଡପା, ଦୁଲେଡ, କୋଟାମାର୍କା, କଟମନଗୁମ୍, ଆଦି ଗ୍ରାମ ଗୁଡିକ ଉପରେ ଏହି ଦୁଇ ଦିନ ଧରି ଆକାଶ ମାର୍ଗରୁ ରାତିରେ ୫୦ ରୁ ଉର୍ଦ୍ଧ୍ବ ବୋମା ବିସ୍ଫୋରଣ କରାଯାଇଥିବା ମାଓ ସଙ୍ଗଠନ ଅଭିଯୋଗ କରିଛନ୍ତି ।
ତେବେ ଏହି ବୋମା ମାଡ ଦ୍ୱାରା ମାଓ ସଙ୍ଗଠନର କୌଣସି କ୍ଷତି ହୋଇନଥିବା ବେଳେ ଏହି ଅଞ୍ଚଳର ବହୁ ଗ୍ରାମବାସୀ ଆତଙ୍କିତ ହୋଇପଡିଛନ୍ତି । ଏପିରିକି ବୋମା ମାଡ଼ରେ ସଂରକ୍ଷିତ ଜଙ୍ଗଲ ଗୁଡିକ ମଧ୍ୟ ନଷ୍ଟ ହୋଇଥିବା ଦେଖିବାକୁ ମିଳିଛି ।
ମାଓ ଦମନ ନାମରେ ଆକାଶ ମାର୍ଗରୁ ଏଭଳି ଆକ୍ରମଣକୁ ନିନ୍ଦା କରିଛନ୍ତି ନକ୍ସଲ ନେତା ବିକଳ୍ପ । ଏହା ସହ ଆଗାମୀ ଦିନରେ ମାଓ ସଙ୍ଗଠନ ପକ୍ଷରୁ ଏହାର ଉଚିତ ଜବାବ ଦିଆଯିବ ବୋଲି ଚେତାବନୀ ଦେଇଛନ୍ତି ମାଓ ନେତା ବିକଳ୍ପ । ସ୍ଥାନୀୟ ଆଦିବାସୀ ଲୋକେ ମଧ୍ୟ ଏହାକୁ ବିରୋଧ କରିବା ସହ ଏକ ପ୍ରକାର ଭୟରେ ରହିଛନ୍ତି ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031