Indus Valley Times

ମାଲବାହୀ ଟ୍ରେନ୍ ଲାଇନଚ୍ୟୁତ

 Breaking News

ମାଲବାହୀ ଟ୍ରେନ୍ ଲାଇନଚ୍ୟୁତ

September 20
20:40 2022

ରାଉରକେଲା ୨୦।୯: ରାଉରକେଲା ଇସ୍ପାତ କାରଖାନାକୁ ଉତ୍ପାଦିତ ଷ୍ଟିଲ୍ ନେବାକୁ ଆସୁଥିବା ବେଳେ ମାଲ୍ବାହୀ ଟ୍ରେନ୍ଟି ଲାଇନଚ୍ୟୁତ ହୋଇଛି । ଯାହାଫଳରେ ଟ୍ରେନ୍ର ୩ଟି ବଗି ଟ୍ରାକ୍ରୁ ଖସିଯାଇଛି । ଖବର ଅନୁଯାୟୀ, ରାଉରକେଲା ଇସ୍ପାତ କାରଖାନାରେ ଉତ୍ପାଦିତ ଷ୍ଟିଲକୁ ଅନ୍ୟ ରାଜ୍ୟକୁ ନେବା ଲାଗି ଏକ ମାଲବାହୀ ଟ୍ରେନ କାରଖାନାର ଟିଆରଏମ ବିଭାଗକୁ ଆସୁଥିଲା ।
ଏହି ସମୟରେ ବନ୍ଧମୁଣ୍ଡା ୟାର୍ଡ଼ ନିକଟରେ ମାଲବାହୀ ଟ୍ରେନର ୩ଟି ବଗି ଲାଇନଚ୍ୟୁତ ହୋଇଛି । ଠିକ ଭାବେ କେପିଙ୍ଗ କରାଯାଇନଥିବାରୁ ଏହିଭଳି ଦୁର୍ଘଟଣା ଘଟିଥିବା ଅନୁମାନ କରାଯାଉଛି ।
ତେବେ ଏହି ଦୁର୍ଘଟଣା ପରେ ରେଳ ବିଭାଗର ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ଲାଇନଚ୍ୟୁତ ହୋଇଥିବା ବଗିଗୁଡିକୁ ଧାରଣାରୁ ହଟାଇବା ପ୍ରୟାସ ଜାରି ରଖିଛନ୍ତି । ଏବେ ସୁଦ୍ଧା କାହାର କିଛି କ୍ଷତି ହୋଇନଥିବା ଜଣାପଡିଛି । ରେଲଓ୍ୱ ପକ୍ଷରୁ ଘଟଣାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031