Indus Valley Times

ମିଡ଼ିଆକିଆ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ବାର୍ଷିକ କ୍ରୀଡା ଉତ୍ସବ ପାଳିତ

 Breaking News

ମିଡ଼ିଆକିଆ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ବାର୍ଷିକ କ୍ରୀଡା ଉତ୍ସବ ପାଳିତ

December 18
20:03 2022

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡା,୧୮/୧୨: କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ ମିଡ଼ିଆକିଆ ସ୍ଥିତ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ର ବାର୍ଷିକ କ୍ରୀଡା ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ଉକ୍ତ ଉତ୍ସବରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ବିଜୟଲକ୍ଷ୍ମୀ ପଟ୍ଟନାୟକ ସଭାପତିତ୍ୱ କରିଥିବା ବେଳେ ମୁଖ୍ୟଅତିଥି ଭାବେ ପରିଚାଳନା କମିଟି ର ପୂର୍ବତନ ସଭାପତି ପିସୁ ମଲ୍ଲିକ, ମୁଖ୍ୟବକ୍ତା ଭାବେ ମିଡ଼ିଆକିଆ ଅଞ୍ଚଳ ର ବିଶିଷ୍ଟ ସମାଜସେବୀ ତଥା ଶିକ୍ଷାବିତ ଗୌର ଚନ୍ଦ୍ର ପୂଜାରୀ, ସମ୍ମାନିତ ଅତିଥି ଭାବେ ସୁଟ୍ରି ମଲ୍ଲିକ ପ୍ରମୁଖ ଯୋଗ ଦେଇଥିଲେ।
ସମସ୍ତ କ୍ରୀଡା ପ୍ରତିଯୋଗିତା ବିଦ୍ୟାଳୟ ର କ୍ରୀଡା ଶିକ୍ଷକ ଗୋବିନ୍ଦ ଚନ୍ଦ୍ର ବିଷୋୟୀ ଙ୍କ ତତ୍ୱାବଧାନ ଓ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଙ୍କ ସହଯୋଗ ରେ ସମ୍ପାଦନ କରାଯାଇ କୃତୀ ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା। ଉତ୍ସବ ର ସଫଳତା ନିମନ୍ତ କ୍ରୀଡା ଶିକ୍ଷକ ଗୋବିନ୍ଦ ଚନ୍ଦ୍ର ବିଷୋୟୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031