Indus Valley Times

ମିଳୁଥିଲା ଅକଥନୀୟ ଅତ୍ୟାଚାର: ସେବା ଆଶ୍ରମରୁ ଖସି ଆସିଥିବା ୨ ନାବାଳକ ଉଦ୍ଧାର

 Breaking News

ମିଳୁଥିଲା ଅକଥନୀୟ ଅତ୍ୟାଚାର: ସେବା ଆଶ୍ରମରୁ ଖସି ଆସିଥିବା ୨ ନାବାଳକ ଉଦ୍ଧାର

July 14
09:05 2021

ସୋର, ୧୪/୭: ସେବାଶ୍ରମ ମାଲିକ ପେଟ ପୂରା ଖାଇବାକୁ ଦେଉ ନ ଥିଲେ। ପ୍ରବଳ ଖଟାଉଥିଲେ। ଇଟା,ବାଲି ବୋହିବାକୁ ବାଧ୍ୟ କରୁଥିଲେ । କେବଳ ସେତିକି ନୁହେଁ, ବାସନ ମାଜିବାକୁ, ଲୁଗାସଫା କରିବାକୁ ବି କହୁଥିଲେ। ନ ହେଲେ ମିଳୁଥିଲା ଅକଥନୀୟ ଅତ୍ୟାଚାର। ନିର୍ଯାତନା ସହି ନ ପାରିବାରୁ ସେଠାରୁ ଖସି ପଳାଇ ଆସିଲୁ। ସେବାଶ୍ରମରୁ ଖସି ଆସିଥିବା ୨ ନାବାଳକ ଉଦ୍ଧାର ପରେ କହିଛନ୍ତି ତାଙ୍କ ସହ ବିତିଥିବା ନିର୍ଯାତନାର କାହାଣୀ।
ବାଲେଶ୍ୱର ଜିଲ୍ଲା ଖନ୍ତାପଡ଼ା ଥାନା ଗୋପାଳପୁର ବଜାରରୁ ଗତ ରାତିରେ ୨ ନାବାଳକକୁ ଉଦ୍ଧାର କରାଯାଇଛି ।ନାବାଳକ ଦୁଇଜଣ ଖରାସାହାପୁର ପଞ୍ଚାୟତ ଆଳଦା ଗାଁରେ ଥିବା ମଲ୍ଲିକା ସେବାଶ୍ରମରେ ରହୁଥିଲେ । ସେଠାରେ ସେବାଶ୍ରମ ମୁଖିଆ ନାବାଳକ ଦୁଇ ଜଣଙ୍କୁ ଅତ୍ୟଧିକ ଯନ୍ତ୍ରଣା ଦେବା ସହିତ ବିଭିନ୍ନ କାମ କରାଉଥିଲେ । ତେଣୁ ନାବାଳକ ଦୁଇଜଣ ସେହି ଭୟରେ ସେଠାରୁ ଲୁଚି ପଳାଇ ଆସିଥିବା କହିଛନ୍ତି ।
ଖରାସାହାପୁର ପଞ୍ଚାୟତ ଆଳଦା ଗାଁରେ ଥିବା ମଲ୍ଲିକା ସେବାଶ୍ରମରେ ପ୍ରାୟ ୨୫ ପିଲା ରୁହନ୍ତି । ହେଲେ ଗତ ରାତିରେ ସମସ୍ତେ ଶୋଇପଡ଼ିବା ପରେ ଏହି ୨ ନାବାଳକ ସେଠାରୁ ଖସି ଆସିଥିଲେ। ସେମାନେପ୍ରାୟ ୧୦ କିମି ଚାଲି ଚାଲି ଗୋପାଳପୁର ବଜାରରେ ପହଞ୍ଚିଥିଲେ ।
ଗୋପାଳପୁର ବଜାରରେ ଥିବା ବଜାର କମିଟି ଓ ଗୋପାଳପୁର ଫାଣ୍ଡିର କର୍ମଚାରୀ ସେମାନଙ୍କୁ ଅଟକାଇ ପଚାରିବାରୁ ସବୁକଥା କହିଥିଲେ । ଏହି ଦୁଇ ନାବାଳକଙ୍କ ଘର ମୟୂରଭଞ୍ଜ ଜିଲ୍ଲାରେ ବୋଲି ଜଣାଯାଇଛି। ତେବେ ସ୍ଥାନୀୟଲୋକେ ଏହି ବାବଦରେ ଚାଇଲଡଲାଇନକୁ ମଧ୍ୟ ଖବର ଦେଇଛନ୍ତି ।
ନାବାଳକଦ୍ୱୟ ସେବାଶ୍ରମରୁ ଖସି ପଳାଇ ଆସିଥିବା ବେଳେ ସେମାନଙ୍କୁ ଉଦ୍ଧାର କରାଯାଇଛି। ଘଟଣାର ତଦନ୍ତ କରାଯିବ ବୋଲି ସୋର ଫାଣ୍ଠି ଅଧିକାରୀ କହିଛନ୍ତି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031