Indus Valley Times

ମିଶନ ଶକ୍ତି ଓ ଆଇସିଆଇ ବ୍ୟାଙ୍କ କରେସ୍ପଡେଂସ ଏଜେଣ୍ଟ ମହିଳା ମାନଙ୍କ ପାଇଁ ପ୍ରଶିକ୍ଷଣ ଓ ପରିଚୟ ବଣ୍ଟନ କାର୍ଯ୍ୟକ୍ରମ

 Breaking News

ମିଶନ ଶକ୍ତି ଓ ଆଇସିଆଇ ବ୍ୟାଙ୍କ କରେସ୍ପଡେଂସ ଏଜେଣ୍ଟ ମହିଳା ମାନଙ୍କ ପାଇଁ ପ୍ରଶିକ୍ଷଣ ଓ ପରିଚୟ ବଣ୍ଟନ କାର୍ଯ୍ୟକ୍ରମ

September 08
13:19 2022

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୮/୯: ମିଶନ ଶକ୍ତି ଓ ଆଇସିଆଇ ବ୍ୟାଙ୍କ ସହଯୋଗରେ କାର୍ଯ୍ୟରତ ବ୍ୟାଙ୍କ କରେସ୍ପଡେଂସ ଏଜେଣ୍ଟ ମହିଳା ମାନଙ୍କ ପାଇଁ ପ୍ରଶିକ୍ଷଣ ଓ ପରିଚୟ ବଣ୍ଟନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା ।
ସୂଚନା ଯୋଗ୍ୟ ଯେ ଗ୍ରାମାଞ୍ଚଳ ରେ ଯେଉଁଠାରେ ବ୍ୟାଙ୍କ ସୁବିଧା ନାହିଁ ସେଠାରେ ଘରେ ଘରେ ବ୍ୟାଙ୍କ ସୁବିଧା ଯୋଗାଇ ଦେବାପାଇଁ ବୌଦ୍ଧ ଜିଲ୍ଲା ରେ ୩୧ ଜଣ ମହିଳା ସଦସ୍ୟା ଙ୍କୁ ମିଶନ ଶକ୍ତି ଦ୍ୱାରା ବ୍ୟାଙ୍କ କରେସ୍ପଣ୍ଡେନ୍ସ ଏଜେଣ୍ଟ ଭାବେ ନିୟୋଜିତ କରାଯାଇଅଛି । ବୌଦ୍ଧ ଜିଲ୍ଲା କୋପରେଟିଭ ବ୍ୟାଙ୍କ ସମ୍ମିଳନୀ କକ୍ଷ ରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ଆଇସିଆଇ ବ୍ୟାଙ୍କ ର ଶ୍ରୀ ଭାସ୍କର ଚନ୍ଦ୍ର ସ୍ୱାଇଁ ପ୍ରଶିକ୍ଷଣ ଦେଇଥିଲେ । କୋପରେଟିଭ ବ୍ୟାଙ୍କ ର ସେକ୍ରେଟାରୀ ଶ୍ରୀ ନିରଞ୍ଜନ ପଟନାୟକ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ସେବାଷ୍ଟିଆନା କୁଜୁର ଓ ଡିପିସି ମିଶନ ଶକ୍ତି ଶ୍ରୀ ଦେବଦତ୍ତ ମିଶ୍ର କାର୍ଯ୍ୟକ୍ରମ ରେ ଉପସ୍ଥିତ ରହି ସମସ୍ତ ସଦସ୍ୟା ଙ୍କୁ ପରିଚୟ ପତ୍ର ପ୍ରଦାନ କରିଥିଲେ ।

Tags
Share

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031