Indus Valley Times

ମୁଁ ମଲା ଲୋକ ଭଳି ବଞ୍ଚିଛି: ଅନୁଭବ

 Breaking News

ମୁଁ ମଲା ଲୋକ ଭଳି ବଞ୍ଚିଛି: ଅନୁଭବ

June 07
12:13 2022

ଭୁବଦେଶ୍ୱର,୭/୬: ମଧ୍ୟ ରାତିରେ ଭିଡିଓ ସେୟାର କଲେ ବିଜେଡି ସାଂସଦ ଅନୁଭବ ମହାନ୍ତି । ପ୍ୟାନ୍ସକୁ ନିଜ ମନର କଥା ବଖାଣିଲେ ଭିଡିଓ ମାଧ୍ୟମରେ । ସେହି ଭିଡିଓରେ ଅନୁଭବ ଫ୍ୟାନ୍ସ ଓ ଶୁଭେଚ୍ଛୁଙ୍କୁ ନିଜ ରୁମ୍ ବୁଲି ଦେଖାଇବା ସହ ତାଙ୍କ ଜୀବନଶୈଳୀ ସମ୍ପର୍କରେ କହିଛନ୍ତି। ଏହି ଅବସରରେ ସେ ପରିବାର ସଦସ୍ୟଙ୍କ ସହ କଟାଇଥିବା ଖୁସିର ମୁହୂର୍ତ୍ତ ବର୍ଣ୍ଣନା କରିବା ସହ କିଛି ଫଟୋ ଫ୍ରେମ୍ ମଧ୍ୟ ଦେଖାଉଥିବା ଭିଡିଓରେ ଦେଖିବାକୁ ମିଳିଛି। ଏଥିରେ ସେ ପରିବାର ସଦସ୍ୟଙ୍କ ସହ ଉଠାଇଥିବା ଫଟୋରେ ନଜର ଆସିଛି ।
ଭିଡିଓରେ ଅନୁଭବ ତାଙ୍କ ଶେଷ ଇଚ୍ଛା କହିବା ସହ ଫ୍ୟାନ୍ସ, ଶୁଭେଚ୍ଛୁ ଓ ସମର୍ଥକଙ୍କୁ କିଛି ବାର୍ତ୍ତା ଦେଇଛନ୍ତି। ସେ କହିଛନ୍ତି, ‘ମୁଁ ବହୁତ ବୋଝ ନେଲିଣି। ମୋତେ ମାରି ସାରିଲଣି। ଆଉ ମରିବାକୁ ନେଇ ମୋତେ ଡରାଅ ନାହିଁ। ମୁଁ ମଲା ଲୋକ ଭଳି ବଞ୍ଚିଛି। ତେଣୁ ମୁଁ ମରିବାକୁ ଆଉ ଡରୁ ନାହିଁ।’
ଅଭନୁଭବ ଆହୁରି କହିଛନ୍ତି, ସବୁ ମଣିଷଙ୍କ ଭଳି ମୋର ମଧ୍ୟ ଶେଷ ଇଚ୍ଛା ଅଛି। ମୁଁ ସବୁବେଳେ ବଞ୍ଚିବାକୁ ଚାହୁଁଥିଲି। ମୁଁ ଆଶା କରୁଛି ମୋର ଏହି ଇଚ୍ଛା ପୁରଣ ହେଉ। ଏହାପରେ ମୁଁ ଆଉ କିଛି କହିବାକୁ ଚାହୁଁନି। ଯାହା ବି ସମସ୍ୟା ଆସିବ ସେସବୁର ମୁଁ ସାମ୍ନା କରିବା ପାଇଁ ପ୍ରସ୍ତୁତ ଅଛି। ଦିନେ ନା ଦିନେ ସୂର‌୍ୟ୍ୟୋଦୟ ହେବ। ହୁଏତ କାଳେ ମୋ ଶେଷ ପୂର୍ବରୁ ସୂର‌୍ୟ୍ୟୋଦୟ ମୁଁ ଦେଖିବି।’
‘ଜୀବନରେ ମୁଁ ଏତିକି ଶିଖିଲି ଯେତେବେଳେ ନିଜ ରକ୍ତ ସାଥ୍ ଦିଏ ନାହିଁ, ତାକୁ ଧରିକି କାନ୍ଦିବା ଉଚିତ୍ ନୁହେଁ। ଏଭଳି କଠିନ ସମୟରେ ନିଜ ରକ୍ତ ନହୋଇ ମଧ୍ୟ ଯେଉଁମାନେ ସାଥ୍ ଦିଅନ୍ତି ତାଙ୍କୁ ମଲା ପର‌୍ୟ୍ୟନ୍ତ ଭୁଲିବା କଥା ନୁହେଁ’ ବୋଲି ଅନୁଭବ କହିଛନ୍ତି।
ସୂଚନାଥାଉ କି, ନିକଟରେ ଅନୁଭବ ମହାନ୍ତି ଓ ପତ୍ନୀ ତଥା ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ହାଇକୋର୍ଟ ତାଗିଦ୍ କରିଥିଲେ। ସୋସିଆଲ ମିଡିଆରେ ମନ୍ତବ୍ୟ ନ ଦେବାକୁ ଉଭୟଙ୍କୁ ତାଗିଦ କରାଯାଇଥିଲା। କେହି କାହା ବିରୋଧରେ ମନ୍ତବ୍ୟ ନ ଦେବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031