Indus Valley Times

ମୁକ୍ତାକାଶ ରଙ୍ଗମଞ୍ଚରେ ପଡିଲା ଯବନିକା, ଶ୍ରୀକୃଷ୍ଣ ହସ୍ତେ କଂସ ବଧ

 Breaking News

ମୁକ୍ତାକାଶ ରଙ୍ଗମଞ୍ଚରେ ପଡିଲା ଯବନିକା, ଶ୍ରୀକୃଷ୍ଣ ହସ୍ତେ କଂସ ବଧ

January 26
11:40 2024

ବରଗଡ,୨୬/୧ : ମଞ୍ଚରୁ ପଡ଼ି ମଲା ମହାପ୍ରତାପୀ କଂସ। ଗତକାଲି ରାତିରେ କଂସ ବଧ ସହ ସରିଛି ବରଗଡ ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା। କଂସ ବଧ ସହ ଧନୁଯାତ୍ରାରେ ଯବନିକା ପଡ଼ିଛି। ଅନ୍ୟାୟ ଉପରେ ନ୍ୟାୟର ବିଜୟ ହୋଇଛି। କ୍ରୁର କଂସର ଶାସନରୁ ମଥୁରାକୁ ମୁକ୍ତି ମିଳିଛି। ଏହାପରେ ଶ୍ରୀକୃଷ୍ଣ ଓ ଭାଇ ବଳରାମ ମଥୁରା ନଗରୀ ଭ୍ରମଣ କରିଛନ୍ତି।
ଶ୍ରୀକୃଷ୍ଣଙ୍କ ସହ ଖରାପ ବ୍ୟବହାର ଓ କ୍ରୁର ଶାସନ ପାଇଁ ପାପ ମୁଣ୍ଡାଇଥିବା କଂସ ଭୂମିକାରେ ଅଭିନୟ କରିଥିବା କଳାକାର ହୃଷିକେଶ ଭୋଇ ଆଜି ପୁରୀ ଆସି ମହାପ୍ରଭୁଙ୍କୁ ଦର୍ଶନ କରିବେ। ପ୍ରଥମେ ମହୋଦଧିରେ ସ୍ନାନ କରିବା ପରେ ଶ୍ରୀଜିଉଙ୍କୁ ଦର୍ଶନ କରିବେ।
୧୧ଦିନର ଏହି ଧନୁଯାତ୍ରାରେ ବରଗଡ଼ ମଥୁରାନଗରୀ ଏବଂ ଅମ୍ବାପାଲ୍ଲୀ ଗୋପପୁର ସାଜିଥିଲା। ଦେବକୀ ବସୁଦେବଙ୍କ ବିବାହରୁ ଆରମ୍ଭ ହୋଇଥିଲା ଧନୁଯାତ୍ରା। ଏହାପରେ କଂସଙ୍କୁ ଦୈବବାଣୀ, ଉଗ୍ରେସନଙ୍କୁ ଗାଦିଚ୍ୟୁତ କରି କଂସଙ୍କ ସିଂହାସନ ଆରୋହଣ, ଦେବକୀ ବସୁଦେବଙ୍କୁ କାରାଗାର ପ୍ରେରଣ, କୃଷ୍ଣ ଜନ୍ମ, କୃଷ୍ଣ ବଳରାମଙ୍କ ବାଲ୍ୟଲୀଳା, ଗୋପରୁ ମଥୁରା ଆଗମନ ଓ କଂସ ବଧ ପରିବେଷଣ କରାଯାଇଥିଲା।
୧୧ ଦିନର ରାଜୁତିରେ ମହାରାଜା କଂସଙ୍କ ନଗର ଭ୍ରମଣ ସହ ଦରବାରରେ ନେତା, ମନ୍ତ୍ରୀ ଓ ପ୍ରଶାସକଙ୍କୁ ଜନ କଲ୍ୟାଣ ପାଇଁ ତାଗିଦ କରିଥିଲେ ମହାରାଜା କଂସ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031