Indus Valley Times

ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବିରେ ବିଜେପିର ବିକ୍ଷୋଭ

 Breaking News

ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବିରେ ବିଜେପିର ବିକ୍ଷୋଭ

February 16
14:59 2023

ଭୁବନେଶ୍ୱର,୧୬/୨: ରାଜଧାନୀ ରାଜରାସ୍ତାରେ ଆଜି ଦେଖିବାକୁ ମିଳିଛି ହେଭିୱେଟ ପାୱାର ଶୋ’ । ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ରଙ୍କ ପ୍ରସଙ୍ଗକୁ ନେଇ ବିଜେପିକୁ ବିଜେଡି ଟାର୍ଗେଟ କରିଥିବା ବେଳେ ବିପର‌୍ୟ୍ୟସ୍ତ ଆଇନଶୃଙ୍ଖଳାକୁ ନେଇ ଗର୍ଜିଛି ବିଜେପି।
ଭୁବନେଶ୍ୱର ରାଜଭବନ ଆଗରେ ବିଜେପିର ନେତା ଓ କର୍ମୀ ବହୁ ସଂଖ୍ୟାରେ ଏକାଠି ହୋଇ ରାଜ୍ୟ ସରକାରଙ୍କ ବିରୋଧରେ ବର୍ଷିଛନ୍ତି। ଧାରଣାରେ ବିଜେପିର ବହୁ ହେଭିୱେଟ ନେତା ସାମିଲ ହୋଇ ସିଧାସଳଖ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରିଛନ୍ତି।
ଏହି ଧାରଣାରେ ସାଂସଦ ଅପରାଜିତା ଷଡ଼ଙ୍ଗୀ , ପ୍ରତାପ ଷଡ଼ଙ୍ଗୀ , ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା , ରାଜ୍ୟ ପ୍ରଭାରୀ ଡି. ପୁରନ୍ଦେଶ୍ୱରୀ, ସାଂସଦ ସୁରେଶ ପୂଜାରୀ ପ୍ରମୁଖ ସାମିଲ ହୋଇ ରାଜ୍ୟ ସରକାରଙ୍କ ମନମୁଖି ଶାସନ, ବିପର‌୍ୟ୍ୟସ୍ତ ଆଇନଶୃଙ୍ଖଳା ପରିସ୍ଥିତିକୁ ନେଇ ଜୋରଦାର ବର୍ଷିଛନ୍ତି।
ରାଜଭବନ ସାମ୍ନାରେ ହେଉଥିବା ଧାରଣାରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା । ମୁଖ୍ୟମନ୍ତ୍ରୀ ଯଦି ଶାସନ କରୁନାହାନ୍ତି, ଗାଦି ଛାଡ଼ନ୍ତୁ ବୋଲି ସେ ସିଧାସଳଖ କହିଛନ୍ତି।
ସେ କହିଛନ୍ତି, ଓଡ଼ିଶାରେ ମୁଖ୍ୟମନ୍ତ୍ରୀ ଶାସନ କରୁନାହାନ୍ତି ବୋଲି ସ୍ପଷ୍ଟ ହୋଇଯାଇଛି । ଓଡ଼ିଶାର ମା’, ଭଉଣୀମାନେ ନିର‌୍ୟାତନା, ହତ୍ୟାର ଶିକାର ହେଉଛନ୍ତି। ଅଭିଯୁକ୍ତଙ୍କ ମଧ୍ୟରେ ମନ୍ତ୍ରୀ, ବିଧାୟକମାନେ ବି ସାମିଲ ଅଛନ୍ତି। କିନ୍ତୁ ଅଭିଯୁକ୍ତ ମନ୍ତ୍ରୀ, ବିଧାୟକଙ୍କ ଉପରେ କିଛି କାର‌୍ୟ୍ୟାନୁଷ୍ଠାନ ହେଉନି । ଏବେ ସ୍ପଷ୍ଟ ଦିବାଲୋକରେ କ୍ୟାବିନେଟ ମନ୍ତ୍ରୀ ନବ ଦାସଙ୍କୁ ହତ୍ୟା କରିଦିଆଗଲା। କିନ୍ତୁ ବିଡ଼ମ୍ବନାର ବିଷୟ ଏହାକୁ ଚପେଇ ଦେବାକୁ ଉଦ୍ୟମ ହେଉଛି।
ନବ ଦାସଙ୍କୁ ହତ୍ୟା ପାଇଁ ଆଦେଶ କିଏ ଦେଇଛି, କିଏ ଷଡ଼ଯନ୍ତ୍ର କରିଛି ତାହା ସାମ୍ନାକୁ ଆସୁନି। ଷଡ଼ଯନ୍ତ୍ରର ପର୍ଦ୍ଦାଫାସ ନେଇ ସାରା ଓଡ଼ିଶାବାସୀ ଅପେକ୍ଷା କରିଛନ୍ତି । ସତ୍ୟ ସାମ୍ନାକୁ ଆଣିବା ସହ ଷଡ଼ଯନ୍ତ୍ରକାରୀଙ୍କୁ ଦଣ୍ଡିତ କରାଯିବା ଦରକାର। ମୁଖ୍ୟମନ୍ତ୍ରୀ ଶାସନ କରୁ ନ ଥିବା ସ୍ପଷ୍ଟ ହୋଇଗଲାଣି ବୋଲି କହିଛନ୍ତି ବୈଜୟନ୍ତ ପଣ୍ଡା।
ରାଜଭବନ ସମ୍ମୁଖରେ ଆୟୋଜିତ ପ୍ରତିବାଦ ସଭାରେ ଯୋଗ ଦେଇ ଭୁବନେଶ୍ୱର ଏମ୍ପି ଅପରାଜିତା ଷଡଙ୍ଗୀ କହିଛନ୍ତି, ଆଇନଶୃଙ୍ଖଳା ସ୍ଥିତିକୁ ନେଇ ସାରା ଓଡ଼ିଶାବାସୀ ମର୍ମାହତ । ଅନେକ ବିଜେଡି କର୍ମୀ ମଧ୍ୟ ନିଜକୁ ଅସୁରକ୍ଷିତ ମଣୁଛନ୍ତି। ଯଦି ନିଜ ମନ୍ତ୍ରୀଙ୍କୁ ସୁରକ୍ଷା ଦେଇପାରୁନ, ଆମେ କିଭଳି ସୁରକ୍ଷିତ। ଆମେ ସମସ୍ତେ ଅସୁରକ୍ଷିତ, ମୁଁ ନିଜେ ମଧ୍ୟ ଅସୁରକ୍ଷିତ ଅନୁଭବ କରୁଛି। ୧୫ ଦିନ ହୋଇଗଲା, ନବ ଦାସ ହତ୍ୟାର ଉଦ୍ଦେଶ୍ୟ ଓଡ଼ିଶାବାସୀ ଜାଣିପାରୁ ନାହାନ୍ତି।
ଜଷ୍ଟିସ ଜେପି ଦାସଙ୍କୁ ମନ୍ତ୍ରୀ ନବ ଦାସ ମର୍ଡର କେସ୍ର ଦାୟିତ୍ୱ ଦେବା ନେଇ ମଧ୍ୟ ପ୍ରଶ୍ନ କଲେ ଅପରାଜିତା । ରାଜ୍ୟ ସରକାରଙ୍କୁ ଖୁଲମଖୁଲା ପଚାରିଲେ, କେଉଁ ଜୁଡିସିଆଲ ଅର୍ଡରରେ ଜେପି ଦାସଙ୍କୁ ଦାୟିତ୍ୱ ଦିଆଯାଇଛି? ଯଦି ସାହସ ଅଛି, ହାଇକୋର୍ଟ ଅର୍ଡର ସମସ୍ତଙ୍କ ସାମ୍ନାରେ ରଖ। ଆମେ ସମସ୍ତେ ଅସୁରକ୍ଷିତ, ମୁଖ୍ୟମନ୍ତ୍ରୀ ଏହାର ଜବାବ ଦିଅନ୍ତୁ ବୋଲି କହି ସେ ରାଜ୍ୟ ସରକାରଙ୍କୁ କଡ଼ା ଭାଷାରେ ଭର୍ତ୍ସନା କରିଛନ୍ତି।
ବିଜେପିର ରାଜ୍ୟ ପ୍ରଭାରୀ ଡି. ପୁରନ୍ଦେଶ୍ୱରୀ ରାଜ୍ୟ ସରକାରଙ୍କୁ କଡ଼ା ଭାଷାରେ ନିନ୍ଦା କରିବା ସହ କହିଛନ୍ତି, ଓଡ଼ିଶାରେ ଆଇନଶୃଙ୍ଖଳା ବିପର‌୍ୟ୍ୟସ୍ତ ହୋଇ ପଡ଼ିଛି। ନବୀନ ବାବୁ କହୁଛନ୍ତି ସାଢ ୪ କୋଟି ଓଡ଼ିଆ ମୋ ପରିବାର। ହେଲେ ତାଙ୍କ ପରିବାରରୁ କିଏ ସୁରକ୍ଷିତ ତାହା ନବୀନ ବାବୁ କହି ପାରିବେକି? ଓଡ଼ିଶାରେ ମହିଳାଙ୍କ ଉପରେ ଏଠାରେ ନିର‌୍ୟାତନା ବଢ଼ି ଚାଲିଛି। ପୁଲିସ୍ ଷ୍ଟେଶନରେ ଏଫଆଇଆର ହେଉନି। ତାହାର ତଦନ୍ତ ହେଉନି। ଫଳରେ ମହିଳାମାନେ ପୀଡ଼ିତା ହୋଇ ରହି ଯାଉଛନ୍ତି।

 

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031