Indus Valley Times

ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ନବୀନ ପଟ୍ଟନାୟକ

 Breaking News

ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ନବୀନ ପଟ୍ଟନାୟକ

ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ନବୀନ ପଟ୍ଟନାୟକ
June 05
11:57 2024

ଭୁବନେଶ୍ୱର,୫/୬: ଚଳିତ ନିର୍ବାଚନର ଫଳାଫଳ ବଦଳାଇ ଦେଇଛି ରାଜ୍ୟ ରାଜନୀତିର ଦୃଶ୍ୟପଟ । ଅପ୍ରତିଦ୍ୱନ୍ଦୀ ନେତା ନବୀନ ପଟ୍ଟନାୟକଙ୍କ ହାତରୁ ଦୀର୍ଘ ଅଢେଇ ଦଶନ୍ଧିର ଶାସନ କ୍ଷମତା ଆଖି ପିଛୁଳାକେ ଖସିଗଲା। ଭୁଶୁଡ଼ିଗଲା ବିଜେଡ଼ି ଦୁର୍ଗ। ଶେଷରେ ଆଜି ଇସ୍ତଫା ଦେଇଛନ୍ତି ୫ ଥରର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ନବୀନ ପଟ୍ଟନାୟକ ଆଜି ପୂର୍ବାହ୍ନ ସାଢେ୧୧ଟାରେ ନବୀନ ନିବାସରୁ ବାହାରି ରାଜଭବନ ଅଭିମୁଖେ ବାହାରିଥିଲେ। ସେଠାରେ ସେ ରାଜଭବନରେ ପହଞ୍ଚି ରାଜ୍ୟପାଳଙ୍କୁ ନିଜ ଇସ୍ତଫାପତ୍ର ପ୍ରଦାନ କରିଛନ୍ତି।
ଚଳିତ ନିର୍ବାଚନରେ ବିଜେପି କ୍ଲିନ୍ ସୁଇପ୍ କରି ୭୮ ସିଟ୍ ହାତେଇ ଥିବା ବେଳେ ମାତ୍ର ୫୧ ସିଟ୍ରେ ସୀମିତ ହୋଇ ଯାଇଛି ବିଜେଡି। କଂଗ୍ରେସ ୧୪ଟି ଆସନ ହାସଲ କରିବାରେ ସକ୍ଷମ ହୋଇଛି।
ଖୋଦ୍ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଥମ ଥର ପାଇଁ ପରାଜୟର ସ୍ୱାଦ ଚାଖିଛନ୍ତି। ହିଞ୍ଜିଳି ଓ କଣ୍ଟାବାଞ୍ଝିରୁ ମଇଦାନକୁ ଓହ୍ଲାଇଥିବା ମୁଖ୍ୟମନ୍ତ୍ରୀ କଣ୍ଟାବାଞ୍ଝି ଆସନରେ ଜନମତ ହାସଲ କରିବାରେ ସମର୍ଥ ହୋଇ ପାରି ନାହାନ୍ତି।
କଣ୍ଟାବାଞ୍ଜି ଆସନରୁ ନବୀନ ୧୬ହଜାରରୁ ଅଧିକ ଭୋଟରେ ପରାସ୍ତ ହୋଇଥିବା ବେଳେ ହିଞ୍ଜିଳି ଆସନରୁ ମାତ୍ର ୪ହଜାରରୁ ଅଧିକ ଭୋଟରେ ବିଜୟ ହୋଇଛନ୍ତି। ବିଧାନସଭା ନିର୍ବାଚନରେ ୫୧ଟି ସିଟ୍ ଜିତିଥିବା ବିଜେଡି ଲୋକସଭା ନିର୍ବାଚନରେ ବିପର‌୍ୟ୍ୟୟରେ ସମ୍ମୁଖୀନ ହୋଇଛି। ଦଳକୁ ଗୋଟିଏ ବି ଆସନ ମିଳିନାହିଁ।
ଏଥିସହ ପ୍ରଥମ ଥର ରାଜ୍ୟରେ ସ୍ପଷ୍ଟ ବହୁମତ ପାଇଥିବା ବିଜେପି ଶିବିରରେ ଉତ୍ସାହ ଖେଳି ଯାଇଛି। ପ୍ରଧାନମନ୍ତ୍ରୀଙ୍କ ପୂର୍ବ ଦମ୍ଭୋକ୍ତି ସ୍ୱରୂପ ବିଜେପି ଏଥର ସରକାର ଗଠନ କରିବ । ତେବେ ରାଜ୍ୟର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେଉଛନ୍ତି ତାହା ଉପରେ ସମସ୍ତଙ୍କ ନଜର।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031