ମୁନିଗୁଡ଼ାରେ ଚରକ ଆୟୁର୍ବେଦିକ ବୈଦ୍ୟ ସଂଘର ଭବ୍ୟ ଉତ୍ସବ, ତିନି ଜିଲ୍ଲାର ବିଶିଷ୍ଟ କବିରାଜଙ୍କୁ ସମ୍ମାନ
ପ୍ରମୋଦ କୁମାର ସାହୁକାରଙ୍କ ରିପୋର୍ଟ
ମୁନିଗୁଡ଼ା/ରାୟଗଡ଼ା,୭/୧୧ : ରାୟଗଡା ଜିଲ୍ଲା ମୁନିଗୁଡ଼ା ବ୍ଲକ ବଂଶଧାରା ହେଲତକେର ଠାରେ ଚରକ ଆୟୁର୍ବେଦିକ ବୈଦ୍ୟ ସଂଘ ପକ୍ଷରୁ ମହା ଆଡ଼ମ୍ବର ଓ ଉତ୍ସାହର ସହିତ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି। କାର୍ଯ୍ୟକ୍ରମରେ ରାୟଗଡ଼ା, କନ୍ଧମାଳ ଓ କଳାହାଣ୍ଡି ଜିଲ୍ଲାର ବିଶିଷ୍ଟ କବିରାଜମାନେ ଯୋଗଦେଇଥିଲେ।
ଉତ୍ସବରେ ତିନୋଟି ଜିଲ୍ଲାର ବରିଷ୍ଠ ଆୟୁର୍ବେଦିକ କବିରାଜମାନଙ୍କୁ ସେମାନଙ୍କର ଦୀର୍ଘଦିନର ସେବା ଓ ଅବଦାନ ପାଇଁ ସମ୍ବର୍ଦ୍ଧିତ କରାଯାଇଥିଲା।
ସମ୍ମାନିତ ଅତିଥି ଭାବେ ରାୟଗଡ଼ା ଜିଲ୍ଲା ନିଖିଳ ଉତ୍କଳ ବୈଦ୍ୟ ସମ୍ମିଳନୀର ସଭାପତି କବିରାଜ ଶ୍ରୀ ରାମକୃଷ୍ଣ ଚୌଧୁରୀ, କନ୍ଧମାଳ ର ବିଶିଷ୍ଟ କବିରାଜ ବିଷ୍ଣୁପ୍ରିୟା କହଁର ଏବଂ କଳାହାଣ୍ଡି ଜିଲ୍ଲାର କବିରାଜ ଶ୍ରୀ ଉଦ୍ଧବ ସାହୁଙ୍କୁ ଉତ୍ତରୀୟ, ପୁଷ୍ପଗୁଚ୍ଛ ଓ ସ୍ମାରକ ପ୍ରଦାନ କରି ସମ୍ମାନିତ କରାଯାଇଥିଲା।
ଅତିଥିମାନେ ନିଜ ବକ୍ତବ୍ୟରେ ଆୟୁର୍ବେଦ ଚିକିତ୍ସାର ପ୍ରାଚୀନ ପରମ୍ପରାକୁ ସୁରକ୍ଷିତ ରଖିବା ସହ ଲୋକଙ୍କ ନିକଟରେ ଏହାର ଉପକାରିତା ପହଞ୍ଚାଇବା ପାଇଁ ସମସ୍ତ ବୈଦ୍ୟଙ୍କୁ ଆହ୍ୱାନ ଜଣାଇଥିଲେ। ଏହି ଅବସରରେ ବହୁ ସଂଖ୍ୟକ କବିରାଜ, ସଦସ୍ୟ ଓ ଆୟୁର୍ବେଦ ପ୍ରେମୀ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ।
ଶେଷରେ ଚରକ ଆୟୁର୍ବେଦିକ ବୈଦ୍ୟ ସଂଘ ପକ୍ଷରୁ ସମସ୍ତ ଅତିଥି ଓ ସହଯୋଗୀମାନଙ୍କୁ କୃତଜ୍ଞତା ଜଣାଯାଇଥିଲା।
ଏଥିରେ ସଭାପତି, ଚତୁର୍ଭୁଜ ଧାଙ୍ଗଡ଼ା ମାଝୀ, ମୁଖ୍ୟ ଅତିଥି ମାନ୍ୟବର ବିଷମ କଟକ ବିଧାୟକ ନୀଳ ମାଧବ ହିକ୍କା, ମୁଖ୍ୟ ବକ୍ତା ପଦ୍ମଶ୍ରୀ ପଟ୍ଟାୟତ ସାହୁ,ସମ୍ପାଦକ,ପ୍ରାଣୀଧନ ତପାର୍କ ଗୌରାଙ୍ଗ ଚରଣ ରାଉତ ମିନା ଝୋଲା ବାବା ସ୍ୱାମୀ ଜନକାନନ୍ଦ ଗିରି ପ୍ରମୋଦ କୁମାର ସାହୁକାର ମୁଖ୍ୟ ଅତିଥି ପ୍ରବୀଣ କୁମାର ବାଗ ବନାଞ୍ଚଳ ଅଧିକାରୀ ଏବଂ ମାନ୍ୟ ଗଣ୍ୟ ବ୍ୟକ୍ତି ଉପସ୍ଥି ତ ଦେଖିବାକୁ ମିଳିଥିଲା







