Indus Valley Times

ମୁମ୍ବାଇରେ ପ୍ରବଳ ବର୍ଷା ଯୋଗୁଁ ଭୂସ୍ଖଳନ, ୧୧ ଜଣଙ୍କ ମୃତ ଦେହ ଉଦ୍ଧାର

 Breaking News

ମୁମ୍ବାଇରେ ପ୍ରବଳ ବର୍ଷା ଯୋଗୁଁ ଭୂସ୍ଖଳନ, ୧୧ ଜଣଙ୍କ ମୃତ ଦେହ ଉଦ୍ଧାର

ମୁମ୍ବାଇରେ ପ୍ରବଳ ବର୍ଷା ଯୋଗୁଁ ଭୂସ୍ଖଳନ, ୧୧ ଜଣଙ୍କ ମୃତ ଦେହ ଉଦ୍ଧାର
July 18
09:24 2021

ମୁମ୍ବାଇ,୧୮/୭ : ରବିବାର ଭୋର ସକାଳୁ ମହାରାଷ୍ଟ୍ରର ରାଜଧାନୀ ମୁମ୍ବାଇରେ ପ୍ରବଳ ବର୍ଷା ହୋଇଛି । ବର୍ଷା ଜଳ ଯୋଗୁଁ ରାସ୍ତାଘାଟ ଜଳାର୍ଣ୍ଣବ ହୋଇଯାଇଛି । ରେଳଧାରଣା ବୁଡ଼ିଯାଇଥିବା ବେଳେ ତଳିଆ ଅଂଚଳରେ ଲୋକଙ୍କର ଘରକୁ ପାଣି ପ୍ରବେଶ କରିଛି । ପ୍ରବଳ ବର୍ଷା ଯୋଗୁଁ ଚେମ୍ବୁରର ୱାନୀ ନାକା ଅଂଚଳରେ ଭୂସ୍ଖଳନ ହୋଇଛି । ଫଳରେ ୪ରୁ ୫ଟି ଘର ଚାପି ହୋଇଯାଇଛି । ଅନେକ ଲୋକ ଦବି ଯାଇଥିବା ଜାତୀୟ ଗଣମାଧ୍ୟମ ରିପୋର୍ଟ କରିଛି । ସୂଚନା ପାଇଁ ଏନଡିଆରଏଫ ଟିମ୍ ଘଟଣାସ୍ଥଳକୁ ପହଂଚିଥିଲେ । ରିପୋର୍ଟ ଲେଖାଯିବା ବେଳକୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଏହାରି ମଧ୍ୟରେ ୧୧ ଜଣଙ୍କର ମୃତଦେହ ଉଦ୍ଧାର କରାଯାଇଛି । ଏଥିରେ ଜଣେ ମହିଳାଙ୍କ ମୃତଦେହ ମଧ୍ୟ ଅଛି । କୁହାଯାଉଛି ଯେ, ଆହୁରି ୬ରୁ ୮ ଜଣ ଚାପି ହୋଇଯାଇଛନ୍ତି । ତେଣୁ ମୃତକଙ୍କ ସଂଖ୍ୟା ବଢ଼ିପାରେ ।
ହିମାଚଳ ପ୍ରଦେଶ, ଉତ୍ତରପ୍ରଦେଶ ଓ ରାଜସ୍ଥାନର କିଛି ଅଂଚଳରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହୋଇଛି । କିନ୍ତୁ ଉତ୍ତରପ୍ରଦେଶର ସମତଳ ଅଂଚଳରେ ଶନିବାର ପ୍ରବଳ ଗରମ ଅନୁଭୂତ ହୋଇଛି । ଆଗାମୀ କିଛି ଦିନ ମଧ୍ୟରେ ରାଜ୍ୟରେ ବର୍ଷା ହେବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ରାଜସ୍ଥାନର କିଛି ଅଂଚଳରେ ବିଗତ ୨୪ ଘଣ୍ଟା ମଧ୍ୟରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହୋଇଛି ।
ମୁମ୍ବାଇର ସିୟୋନ ଅଂଚଳ ଏବଂ ଗାନ୍ଧୀ ମାର୍କେଟ ଜଳାର୍ଣ୍ଣବ ହୋଇଛି । ସଡ଼କରେ ପାଣି ଭର୍ତ୍ତି ହୋଇଥିବା ବେଳେ ରେଳଧାରଣାରେ ମଧ୍ୟ ସମାନ ଅବସ୍ଥା ଉପୁଜିଛି । ପରିସ୍ଥିତି ମୁକାବିଲା ପାଇଁ ବିଏମସି (ମୁମ୍ବାଇ ମହାନଗର ନିଗମ)ର କର୍ମଚାରୀ ମୁତୟନ ଅଛନ୍ତି । ବନ୍ୟା ବିପଦ ବଢ଼ିପାରେ ବୋଲି ସେମାନେ ଲୋକଙ୍କୁ ସଚେତନ କରାଉଛନ୍ତି ।
ମୁମ୍ବାଇ ଓ ଏହାର ଆଖପାଖ ଅଂଚଳରେ ଶନିବାର ରାତି ପ୍ରବଳ ବର୍ଷା ହୋଇଛି । ମୁମ୍ବାଇ ବ୍ୟତୀତ ଥାଣେ, ରାୟଗଡ଼, ନଭି ମୁମ୍ବାଇ ଓ ପାଲଘରରେ ଶନିବାର ରାତି ମୁସଲଧାରା ବର୍ଷା ହୋଇଛି । ମୁମ୍ବାଇର ସିୟୋନ, ଚେମ୍ବୁର, କୁର୍ଲା, ଚୁନ୍ନାଭଟ୍ଟୀ, ଭାଡୁପ, ଅନ୍ଧେରୀ, ମଲାଡ, ବୋରୀୱଲୀ ଓ କାନ୍ଦିବଲୀରେ ଜଳାର୍ଣ୍ଣବ ଦେଖାଯାଇଛି ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031