Indus Valley Times

ମୁମ୍ବାଇ: ଆଉ ଏକ ଟ୍ରେନ୍ ସହିତ ଧକ୍କା ଖାଇ ଧାରଣାଚ୍ୟୁତ ହେଲା ପୁଡ୍ଡୁଚେରୀ ଏକ୍ସପ୍ରେସରେ ୩ଟି ବଗି

 Breaking News

ମୁମ୍ବାଇ: ଆଉ ଏକ ଟ୍ରେନ୍ ସହିତ ଧକ୍କା ଖାଇ ଧାରଣାଚ୍ୟୁତ ହେଲା ପୁଡ୍ଡୁଚେରୀ ଏକ୍ସପ୍ରେସରେ ୩ଟି ବଗି

April 16
09:32 2022

ମୁମ୍ବାଇ, ୧୬/୪: ମହାରାଷ୍ଟ୍ରରେ ଗଡଗ ଏକ୍ସପ୍ରେସ୍ ଏବଂ ପୁଡୁଚେରୀ ଏକ୍ସପ୍ରେସ୍ ଟ୍ରେନ୍ ମଧ୍ୟରେ ଦୁର୍ଘଟଣା ହୋଇଛି ।
ଦାଦର ଏବଂ ମଟୁଗାଁ ମଧ୍ୟରେ ଟ୍ରାକ୍ ବଦଳାଇବା ବେଳେ ଏହି ଦୁଇ ଟ୍ରେନ୍ ସାମ୍ନାସାମ୍ନି ହୋଇଥିଲେ । ଉଭୟ ଟ୍ରେନ୍ର ବଗିଗୁଡିକ ନିଜ ନିଜ ମଧ୍ୟରେ ପିଟି ହେବା ଯୋଗୁଁ ଓଭର ହେଡ୍ ଓ୍ବେୟାର ଭାଙ୍ଗି ଯାଇଥିଲା । ଫଳରେ ପ୍ରଚଣ୍ଡ ଶବ୍ଦ ମଧ୍ୟ ଶୁଣିବାକୁ ମିଳିଥିଲା ।
ଉଭୟ ଟ୍ରେନ୍ ସାମ୍ନାସାମ୍ନି ହେବା ବେଳେ ଟ୍ରେନ୍ର ବେଗ ବହୁତ କମ୍ ଥିଲା । ଏଥିପାଇଁ କାହାର କୌଣସି କ୍ଷତି ଘଟିନାହିଁ । ପ୍ରାଥମିକ ତଦନ୍ତ ଅନୁସାରେ ଟ୍ରାକ୍ ବଦଳାଇବା ବେଳେ ଉଭୟ ଟ୍ରେନ୍ର ବଗି ମଧ୍ୟରେ ଧକ୍କା ହୋଇଥିଲା । ଫଳରେ ଟ୍ରେନ୍ ବଗିଗୁଡିକ ରେଳ ଧାରଣାରୁ ଖସିଯାଇଥିଲା ।
ସୂଚନା ଅନୁସାରେ, ଏହି ଦୁର୍ଘଟଣା ଶୁକ୍ରବାର ରାତିରେ ଘଟିଥିଲା । ଏହି ଦୁର୍ଘଟଣା ମଟୁଗାଁ ରେଲଓ୍ବେ ଷ୍ଟେସନ ନିକଟରେ ଘଟିଥିଲା । ଏଥିଯୋଗୁଁ ଲୋକାଲ ଟ୍ରେନ୍ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା ।

About Author

indadmin

indadmin

Related Articles

Archives

Calendar

September 2024
M T W T F S S
 1
2345678
9101112131415
16171819202122
23242526272829
30