Indus Valley Times

ମୁର୍ଶୁଣ୍ଢ୧ ଖେଳ ପଡ଼ିଆ ଠାରେ ଜ଼ିଲ୍ଲା ସ୍ତରୀୟ ଲକ୍ଷପତି ଦିଦି ଙ୍କ ଏକ ଦିନିଆଁ କର୍ମଶାଳା ଅନୁଷ୍ଠିତ

 Breaking News

ମୁର୍ଶୁଣ୍ଢ୧ ଖେଳ ପଡ଼ିଆ ଠାରେ ଜ଼ିଲ୍ଲା ସ୍ତରୀୟ ଲକ୍ଷପତି ଦିଦି ଙ୍କ ଏକ ଦିନିଆଁ କର୍ମଶାଳା ଅନୁଷ୍ଠିତ

ମୁର୍ଶୁଣ୍ଢ୧ ଖେଳ ପଡ଼ିଆ ଠାରେ ଜ଼ିଲ୍ଲା ସ୍ତରୀୟ ଲକ୍ଷପତି ଦିଦି ଙ୍କ ଏକ ଦିନିଆଁ କର୍ମଶାଳା ଅନୁଷ୍ଠିତ
March 12
14:54 2025

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ, ୧୨/୩ : (ମଙ୍ଗଳବାର) ଦିନ ୧୧ ଘଣ୍ଟା ସମୟରେ ବୌଦ୍ଧ ବ୍ଲକ୍ ମୁର୍ଶୁଣ୍ଢ୧ ଖେଳ ପଡ଼ିଆ ଠାରେ ଜିଲ୍ଲା ସ୍ତରୀୟ ଲକ୍ଷପତି ଦିଦିଙ୍କ ଦିନିକିଆ କର୍ମଶାଳା ଉଦଘାଟିତ ହୋଇଯାଇଛି । ଜିଲ୍ଲାପାଳ ଶ୍ରୀଯୁକ୍ତ ସୁବ୍ରତ କୁମାର ପଣ୍ଡା ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ କର୍ମଶାଳାକୁ ଉଦଘାଟନ ପୂର୍ବକ ଏହି କର୍ମଶାଳା ମାଆ ମାନଙ୍କୁ ସ୍ୱାବଲମ୍ବୀ କରିବା, ସେମାନଙ୍କ ଅନ୍ତର୍ନିହିତ ଚେତନା କୁ ଜାଗ୍ରତ କରିବାରେ ସହାୟକ ହେବ ବୋଲି ମତବ୍ୟକ୍ତ କରିଥିଲେ ।
ସମ୍ମାନିତ ଅତିଥି ଭାବରେ ଅତିରିକ୍ତ ଜିଲ୍ଲାପାଳ ଅନିରୁଦ୍ଧ ପଧାନ ସୁସ୍ଥ ପରିବାର ଗଠନ ରେ ନାରୀ ମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ଏବଂ ଆଗକୁ ମାଆ ମାନେ କରୋଡ଼ପତି ହେବାର ଆଭିମୁଖ୍ୟ ରହିଛି, ମାଆ ମାନେ ତାହା ପୂରଣ କରିବେ ବୋଲି ଆହ୍ୱାନ କରିଥିଲେ କ୍ଷ ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ, ଜ଼ିଲ୍ଲା ପରିଷଦ ପ୍ରଭାସ ଚନ୍ଦ୍ର ଦଣ୍ଡସନା ସ୍ୱାଗତ ଭାଷଣ ଦେବା ସହ କର୍ମଶାଳା ର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ ।
ଉପ -ଜିଲ୍ଲାପାଳ ପ୍ରବୀଣ କୁମାର ବାଣୁଆ ନିଜ ସ୍ୱ ରଚିତ କବିତା ପାଠ କରି ଲକ୍ଷପତି ଦିଦି ମାନଙ୍କୁ ଉତ୍ସାହିତ କରିଥିଲେ । ଭାରପ୍ରାପ୍ତ ଜ଼ିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡ଼. ମଦନ ମୋହନ ପ୍ରଧାନ ମହିଳା ମାନେ ଆଗକୁ ବଢ଼ିବା ପାଇଁ ଆହ୍ୱାନ କରିଥିଲେ ।
ବୌଦ୍ଧ ବ୍ଲକ୍ ଅଧ୍ୟକ୍ଷ ପ୍ରିୟଦର୍ଶି ପ୍ରତ୍ୟୁଷ ରଥ, ଜିଲ୍ଲା ପରିଷଦ ଜୋନ ନମ୍ବର ୪ ର ସଦସ୍ୟ ଇଂ.ରାକେଶ ତ୍ରିପାଠୀ ବିକଶିତ ଓଡିଶା ଗଠନ, ବିକଶିତ ଗ୍ରାମ ଗଠନ, ବିକଶିତ ପରିବାର ଗଠନ, ଲକ୍ଷ୍ମପତି ଦିଦି କର୍ମଶାଳା ର ଆଭିମୁଖ୍ୟ ବିଷୟରେ ବକ୍ତବ୍ୟ ପ୍ରଦାନ ମାଧ୍ୟମରେ ୧୦ ଜଣ ଲକ୍ଷପତି ଦିଦି ଙ୍କୁ ସମ୍ବର୍ଦ୍ଧିତ କରି ଉତ୍ସାହିତ କରିଥିଲେ କ୍ଷ ଉଦଘାଟନୀ କାର୍ଯ୍ୟକ୍ରମ କୁ ଜ଼ିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରିତାକାନ୍ତି ବଳିୟାର ସିଂହ ଏବଂ ଦିନିକିଆ କର୍ମଶାଳା ର ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମ କୁ ମିଶନ୍ ଶକ୍ତି ର ଜିଲ୍ଲା କାର୍ଯ୍ୟକ୍ରମ ସଂଯୋଜକ ରଶ୍ମୀ ରଂଜନ ସେଠୀ ପରିଚାଳନା କରିଥିଲେ । ଶେଷରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ବୌଦ୍ଧ ବ୍ଲକ ଯୁଧିଷ୍ଠିର ମେହେର ଧନ୍ୟବାଦ ପ୍ରଦାନ କରିଥିଲେ ।
ଉକ୍ତ କାର୍ଯ୍ୟକ୍ରମରେ ବୌଦ୍ଧ ଜିଲ୍ଲାର ବିଭିନ୍ନ ଅଂଚଳରୁ ପ୍ରାୟ ୪ ହଜାର( ବୌଦ୍ଧ ବ୍ଲକ ରୁ ୨୦୦୦, ହରଭଙ୍ଗା ବ୍ଲକ ରୁ ୧୪୦୦ ଏବଂ କଣ୍ଟାମକ୍ଷଲ ବ୍ଲକ ରୁ ୬୦୦ ଜଣ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା, ଏମବିକେ ଓ ସିଆରପି ମାନେ ଯୋଗ ଦେଇଥିଲେ ।

About Author

indadmin

indadmin

Related Articles

Archives

Calendar

July 2026
M T W T F S S
 12345
6789101112
13141516171819
20212223242526
2728293031