Indus Valley Times

‘ମୋଦିଙ୍କର ଭକ୍ତ ମହାପ୍ରଭୁ’ ଦିନରେ କହିଲେ, ରାତିରେ କ୍ଷମା ମାଗିଲେ ସମ୍ବିତ୍ ପାତ୍ର

 Breaking News

‘ମୋଦିଙ୍କର ଭକ୍ତ ମହାପ୍ରଭୁ’ ଦିନରେ କହିଲେ, ରାତିରେ କ୍ଷମା ମାଗିଲେ ସମ୍ବିତ୍ ପାତ୍ର

‘ମୋଦିଙ୍କର ଭକ୍ତ ମହାପ୍ରଭୁ’ ଦିନରେ କହିଲେ, ରାତିରେ କ୍ଷମା ମାଗିଲେ ସମ୍ବିତ୍ ପାତ୍ର
May 21
11:13 2024

ପୁରୀ, ୨୧/୫ : ବିଜେପିର ପୁରୀ ଲୋକସଭା ପ୍ରାର୍ଥୀ ସମ୍ବିତ ପାତ୍ର ଏକ ନିର୍ଦ୍ଦିଷ୍ଟ ଗଣମାଧ୍ୟମକୁ ପ୍ରତିକିୟା ଦେବା ବେଳେ ମହାପ୍ରଭୁ ଜଗନ୍ନାଥଙ୍କ ସମ୍ପର୍କରେ ଭୁଲବଶତଃ ଏକ ଶବ୍ଦ ତାଙ୍କ ପାଟିରୁ ବାହାରି ଯାଇଥିଲା। ଯାହାକୁ ନେଇ ବିବାଦ ଉପୁଜିଥିଲା।
ଏହାକୁ ନେଇ ସ୍ପଷ୍ଟୀକଣ ରଖିଛନ୍ତି ସମ୍ବିତ ପାତ୍ର। ଏମିତିକି ଉକ୍ତ ଭୁଲ ପାଇଁ ମହାପ୍ରଭୁଙ୍କ ଚରଣରେ ଦଣ୍ଡବତ ହୋଇ କ୍ଷମା ମାଗୁଛି ବୋଲି ସମ୍ବିତ ସୋଶୋଲ୍ ମିଡିଆ ‘ଏକ୍ସ’ରେ ପ୍ରତିକିୟା ରଖିଛନ୍ତି। ଏହାସହ ଏଭଳି ଭୁଲର ପଶ୍ଚାତାପ ପାଇଁ ୩ ଦିନ ଉପବାସ ରହିବେ ବୋଲି ମଧ୍ୟ କହିଛନ୍ତି।
ଗତକାଲି ସମ୍ବିତ ପାତ୍ର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ରୋଡ ଶୋ’ରେ ଯୋଗ ଦେବା ଅବସରରେ ଭୁଲବଶତଃ ମହାପ୍ରଭୁ ଜଗନ୍ନାଥଙ୍କ ସମ୍ପର୍କରେ ଏକ ଶବ୍ଦ ତାଙ୍କ ପାଟିରୁ ବାହାରି ଯାଇଥିଲା।
ସମ୍ବିତଙ୍କ ଏଭଳି ମନ୍ତବ୍ୟ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ୍ସରେ ଏକ ପୋଷ୍ଟ କରି ଏହା ମହାପ୍ରଭୁଙ୍କ ପ୍ରତି ଅପମାନ ବୋଲି କହିଥିଲେ। ସେହିଭଳି କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ ମଧ୍ୟ ଏକ୍ସ’ରେ ଏହାକୁ ସମାଲୋଚନା କରିଥିଲେ। ସମ୍ବିତ ଏନେଇ ସ୍ପଷ୍ଟୀକରଣ ରଖିବା ସହ କ୍ଷମାପ୍ରାର୍ଥନା କରିଛନ୍ତି।
ସେ କହିଛନ୍ତି, ମହାପ୍ରଭୁ ଜଗନ୍ନାଥଙ୍କ ଅନନ୍ୟ ଭକ୍ତ ହେଉଛନ୍ତି ପ୍ରଧାନମନ୍ତ୍ରୀ। ସେ ମହାପ୍ରଭୁଙ୍କୁ ବହୁତ ମାନନ୍ତି। ପ୍ରଧାନମନ୍ତ୍ରୀ ମହାପ୍ରଭୁଙ୍କୁ ଦର୍ଶନ କରି ଆର୍ଶୀବାଦ ଲୋଡ଼ିଛନ୍ତି। ଏହି ବିଷୟରେ ଉପସ୍ଥାପନ କରିବାକୁ ଯାଇ ଗୋଟିଏ ନ୍ୟୁଜ ଚ୍ୟାନେଲରେ ଭୁଲରେ ଓଲଟା କହିଦେଇଥିଲି। ଜଗନ୍ନାଥ ମୋଦିଙ୍କ ଭକ୍ତ ବୋଲି ମୁଁ କହି ଦେଇଥିଲି। ଏହା ବହୁତ ବଡ଼ ଭୁଲ୍ ମୁଁ ଜାଣିଛି।
କିନ୍ତୁ ଅଜଣାତରେ ମୁଁ କହିଦେଇଥିଲି, ମୋର ହୃଦୟ ଭିତରେ ସେମିତି କିଛି ନ ଥିଲା। ଏଥିପାଇଁ ମୁଁ କ୍ଷମା ମାଗୁଛି। ଅଜଣାତରେ ବି ମହାପ୍ରଭୁଙ୍କୁ ବିଷୟରେ ଏପରି କହିବା ଠିକ୍ ନୁହେଁ। କିନ୍ତୁ ଅଜଣାତରେ ଏକ ବାକ୍ୟ ବାହାରି ଯାଇଛି, ସେଥିପାଇଁ ମୁଁ ମହାପ୍ରଭୁଙ୍କୁ ମୁଣ୍ଡିଆ ମାରି ତାଙ୍କ ଚରଣ ତଳେ କ୍ଷମାପ୍ରାର୍ଥନା କରୁଛି। ମୁଁ ଏଥିପାଇଁ ୩ ଦିନ ଉପବାସ ରହି ପଶ୍ଚାତାପ କରିବି।

About Author

indadmin

indadmin

Related Articles

Archives

Calendar

June 2024
M T W T F S S
 12
3456789
10111213141516
17181920212223
24252627282930