Indus Valley Times

ମୋବାଇଲ ବ୍ୟାଟେରୀ ଫାଟି ୨ ଭାଇ ଗୁରୁତର,ହସ୍‌ପିଟାଲରେ ଭର୍ତ୍ତି

 Breaking News

ମୋବାଇଲ ବ୍ୟାଟେରୀ ଫାଟି ୨ ଭାଇ ଗୁରୁତର,ହସ୍‌ପିଟାଲରେ ଭର୍ତ୍ତି

December 18
09:52 2021

ବାଲେଶ୍ୱର, ୧୮/୧୨: ସାମାନ୍ୟ ଅସାବଧାନତା କାଳ ହେଲା । ମୋବାଇଲ ବ୍ୟାଟେରୀ ଧରି ଖେଳୁ ଖେଳୁ ତାହା ଫାଟିଯିବାରୁ ୨ ଭାଇ ଗୁରୁତର ହୋଇଛନ୍ତି। ଏପରି ଅଘଟଣ ବାଲେଶ୍ୱର ଜିଲ୍ଲା ନୀଳଗିରି ବ୍ଲକ ଧୋବଶିଲା ଗାଁରେ ଘଟିଛି।
ସୂଚନା ଅନୁଯାୟୀ, ୨ ନାବାଳକ ଭାଇ ଏକ ମୋବାଇଲ ବ୍ୟାଟେରୀ ଧରି ଖେଳୁଥିଲେ। ହେଲେ ହଠାତ୍ ଏହା ଫାଟି ଯାଇଥିଲା। ଏହି ଦୁର୍ଘଟଣାରେ ୨ ଭାଇ ଗୁରୁତର ହୋଇଛନ୍ତି। ପରିବାର ଲୋକେ ଗୁରୁତର ଅବସ୍ଥାରେ ଉଭୟଙ୍କୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ମାତ୍ର ସେଠାରେ ଜଣଙ୍କର ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031