Indus Valley Times

ମୋ ବସରେ ମାତିଛନ୍ତି ଚୋର, ଲଗାତାର ଦୁଇ ଦିନରେ ହେଲାଣି ଦୁଇଟି ଚୋରି

 Breaking News

ମୋ ବସରେ ମାତିଛନ୍ତି ଚୋର, ଲଗାତାର ଦୁଇ ଦିନରେ ହେଲାଣି ଦୁଇଟି ଚୋରି

September 22
19:33 2022

ଭୁବନେଶ୍ୱର,୨୨/୯: ଗତକାଲି ରାଜଧାନୀ ଭୁବନେଶ୍ୱରରେ ‘ମୋ ବସ୍’ରୁ ଜଣେ ଯାତ୍ରୀଙ୍କ ଠାରୁ ୧୫ ହଜାର ଟଙ୍କା ଲୁଟ୍ ହୋଇଥିବା ବେଳେ ଆଜି ଦୁଇ ଜଣ ଛାତ୍ରୀଙ୍କ ମୋବାଇଲ୍ ଚୋରି ହୋଇଯାଇଛି। ଏହି ଘଟଣା ନେଇ ଛାତ୍ରୀ ଦ୍ୱୟ ଥାନାରେ ଅଭିଯୋଗ କରିଥିବା ବେଳେ ପୁଲିସ୍ ତଦନ୍ତ କରୁଛି।
ରୁଟ୍ ନମ୍ବର ୧୬ରେ ଯାଉଥିବା ଏକ ମୋ ବସ୍ରେ ଆଜି ଦୁଇଟି ମୋବାଇଲ୍ ଲୁଟ୍ ହୋଇଛି। ଜଣେ ଛାତ୍ରୀ ରମାଦେବୀ ବିଶ୍ୱବିଦ୍ୟାଳୟ ନିକଟରୁ ଏହି ବସ୍ରେ ଚଢ଼ିଥିଲେ। ସେ ପଳାଶୁଣି ଯାଉଥିଲେ। ତେବେ ବାଟରେ ତାଙ୍କ ବ୍ୟାଗ୍ର ଚେନ୍ ଖୋଲି କେହି ମୋବାଇଲ୍ ନେଇ ଯାଇଥିଲେ। ସେହିପରି ଅନ୍ୟ ଜଣେ ଛାତ୍ରୀ ବାଣୀବିହାର ଛକରୁ ଏହି ବସ୍ରେ ଚଢ଼ିଥିଲେ। ସେ ବି ପଳାଶୁଣି ଯାଉଥିଲେ। ତେବେ ତାଙ୍କର ବି ମୋବାଇଲ୍ ଚୋରି ହୋଇଯାଇଥିଲା।
ଗତକାଲି ଭୁବନେଶ୍ୱରର ବରମୁଣ୍ଡା ବସ୍ଷ୍ଟାଣ୍ଡରୁ ଜଣେ କ୍ୟାନସର ରୋଗୀ ଏକ ମୋ ବସ୍ରେ ଚଢ଼ିଥିଲେ। ସେ କଟକର ଏକ ଘରୋଇ ହସ୍ପିଟାଲ୍କୁ ଯାଉଥିଲେ। ତାଙ୍କ ପ୍ୟାଣ୍ଟ ପକେଟରେ ୧୫,୪୦୦ ଟଙ୍କା ଥିଲା। ଆଚାର‌୍ୟ୍ୟ ବିହାର ଛକରୁ ରସୁଲଗଡ଼ ଭିତରେ ତାଙ୍କ ଟଙ୍କା ଚୋରି ହୋଇଥିଲା। ସେ ବସ୍ର ଗାଇଡ୍ଙ୍କୁ ଏ ବିଷୟରେ କହିବା ପରେ ରସୁଲଗଡ଼ ଛକରେ ବସ୍ଟି ଅଟକିଥିଲା। ଗାଇଡ୍ ପୁଲିସ୍କୁ ସୂଚନା ଦେବା ସହିତ କୌଣସି ଯାତ୍ରୀଙ୍କୁ ଓହ୍ଲାଇବାକୁ ଅନୁମତି ଦେଇ ନଥିଲେ। ତେବେ ପିସିଆର୍ ଭ୍ୟାନ୍ ଯାତ୍ରୀଙ୍କୁ ଯାଞ୍ଚ କରିବା ବଦଳରେ ବସ୍ଟିକୁ ଗସ୍ତବ୍ୟ ସ୍ଥଳ ଅଭିମୁଖେ ଯାତ୍ରା କରିବାକୁ ଅନୁମତି ଦେଇଥିଲା। ଏହା ପୂର୍ବରୁ କିଛି କଲେଜ ଛାତ୍ର ମଧ୍ୟ ଲୁଟ୍ର ଶିକାର ହୋଇଥିଲେ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031