Indus Valley Times

ଯାଜପୁର :ଟ୍ରକକୁ ପଛରୁ ପିଟିଲା ସ୍କୁଟି; ୨ ମୃତ, ଜଣେ ଗୁରୁତର

 Breaking News

ଯାଜପୁର :ଟ୍ରକକୁ ପଛରୁ ପିଟିଲା ସ୍କୁଟି; ୨ ମୃତ, ଜଣେ ଗୁରୁତର

January 03
12:10 2023

ଦାନଗଦି,୩/୧: ଯାଜପୁର ଜିଲା ଟମକା ଥାନା ଅନ୍ତର୍ଗତ ମହୁଲମୂଳ ଛକରେ ରାତିରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଦୁଇ ଜଣ ଯୁବକଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ଜଣେ ଯୁବକଙ୍କୁ ଗୁରୁତର ଆହତ ଅବସ୍ଥାରେ ଦାନଗଦି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି।
ଖବର ମୁତାବକ, ସୋମବାର ବିଳମ୍ବିତ ରାତିରେ ଏହି ଘଟଣା ଘଟିଛି। ଡୁବୁରୀ-ନରଣପୁର ପୂର୍ତ୍ତ ବିଭାଗ ରାସ୍ତାର ଡୁବୁରୀ ପଟରୁ ଏକ ସ୍କୁଟିରେ ୩ ଜଣ ଯୁବକ ଟମକା ପଟକୁ ଯାଉଥିବା ବେଳେ ରାସ୍ତା ଉପରେ ଠିଆ ହୋଇଥିବା ଏକ କୋଇଲା ବୋଝେଇ ଟ୍ରକ୍ ପଛ ପଟରେ ସ୍କୁଟିଟି ମାଡ଼ ହୋଇ ଗାଡ଼ି ଭିତରକୁ ପଶି ଯାଇଥିଲା। ଏହାଫଳରେ ଘଟଣାସ୍ଥଳରେ ହିଁ ସ୍କୁଟି ଚାଳକ ଓ ମଝିରେ ବସିଥିବା ଯୁବକଙ୍କର ମୃତ୍ୟୁ ଘଟିଥିଲା। ପଛରେ ବସିଥିବା ଯୁବକଙ୍କୁ ଗୁରୁତର ଅବସ୍ଥାରେ ସେଠାରୁ ଉଦ୍ଧାର କରାଯାଇଥିଲା।
ତାଙ୍କୁ ଗୁରୁତର ଅବସ୍ଥାରେ ଚିକିତ୍ସା ପାଇଁ ଦାନଗଦି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତୀ କରାଯାଇଛି। ଟମକା ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ଦୁର୍ଘଟଣାର ଅନୁସନ୍ଧାନ କରୁଛି।
ମୃତ ଦୁଇ ଯୁବକ ହେଲେ ଟମକା ଥାନା କିଆଝର ଗ୍ରାମର ମହେନ୍ଦ୍ର ମାଝୀ ଓ ମନ ମୁର୍ମୁ। ଗୁରୁତର ଆହତ ଥିବା କେଶବ ମାରାଣ୍ଡିଙ୍କୁ ପ୍ରଥମେ ଦାନଗଦି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ପରେ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031