Indus Valley Times

ଯୁକ୍ତ ଦୁଇ ଶେଷ ବର୍ଷ ପ୍ରୋଜେକ୍ଟ ପେପର ହ୍ୱାଟସ୍ ଆପ୍‌ରେ ସବ୍‌ମିଟ୍ ହେବ : ରାଜ୍ୟ ଉଚ୍ଚଶିକ୍ଷା ବିଭାଗ

 Breaking News

ଯୁକ୍ତ ଦୁଇ ଶେଷ ବର୍ଷ ପ୍ରୋଜେକ୍ଟ ପେପର ହ୍ୱାଟସ୍ ଆପ୍‌ରେ ସବ୍‌ମିଟ୍ ହେବ : ରାଜ୍ୟ ଉଚ୍ଚଶିକ୍ଷା ବିଭାଗ

ଯୁକ୍ତ ଦୁଇ ଶେଷ ବର୍ଷ ପ୍ରୋଜେକ୍ଟ ପେପର ହ୍ୱାଟସ୍ ଆପ୍‌ରେ ସବ୍‌ମିଟ୍ ହେବ : ରାଜ୍ୟ ଉଚ୍ଚଶିକ୍ଷା ବିଭାଗ
July 08
10:57 2021

ଭୁବନେଶ୍ୱର, ୮/୭ : ହ୍ୱାଟସ୍ ଆପ୍‌ରେ ସବ୍‌ମିଟ୍ ହେବ ଯୁକ୍ତ ଦୁଇ ଶେଷ ବର୍ଷ ପ୍ରୋଜେକ୍ଟ ପେପର । ଏହା ସବୁ ବିଭାଗ ଛାତ୍ରଛାତ୍ରୀଙ୍କ ପାଇଁ ଲାଗୁ ହେବନି। ଇଣ୍ଡିଆନ ମ୍ୟୁଜିକ, ଡ୍ୟାନ୍ସ, ଡ୍ରାମା, ମ୍ୟୁଜିକ ଇନ୍ଷ୍ଟ୍ରୁମେଣ୍ଟ, ଗୀତ ବିଭାଗର ଛାତ୍ରଛାତ୍ରୀଙ୍କ ପାଇଁ ଲାଗୁ ହୋଇଛି ଏହି ନିୟମ।
ଏହି ବିଭାଗୀୟ ଛାତ୍ରଛାତ୍ରୀ ନିଜ ନିଜର ଅଡିଓ ଏବଂ ଭିଡିଓ କ୍ଲିପ କରି ବିଭାଗୀୟ ଅଧ୍ୟାପକଙ୍କୁ ପଠାଇବେ । ଅଡିଓ ଏବଂ ଭିଡିଓ କ୍ଲିପର ଅବଧି ୩ରୁ ୫ ମିନିଟ୍ ରହିବ। ଏହାରି ଆଧାରରେ ସେମାନଙ୍କୁ ପ୍ରାକ୍ଟିକାଲ ବା ପ୍ରୋଜେକ୍ଟ ମାର୍କ ଦିଆଯିବ । ଏ ସବୁ ବିଷୟରେ ପ୍ରୋଜେକ୍ଟ ପେପର ବ୍ୟବସ୍ଥା ନଥିବାରୁ ଏଭଳି ପଦ୍ଧତି ଅପଣାଇବାକୁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ବିଜ୍ଞପ୍ତି ପ୍ରକାଶ କରିଛି ।
ସୂଚନାଯୋଗ୍ୟ, କରୋନା ମହାମାରୀ ନିଜ କାୟା ବିସ୍ତାର କରୁଥିବାରୁ ଚଳିତ ବର୍ଷ ହେବାକୁ ଥିବା ମାଟ୍ରିକ, ଯୁକ୍ତ ୨ ପରୀକ୍ଷା ଆଦି ବାତିଲ କରାଯାଇଥିଲା । ମାଟ୍ରିକ ରେଜଲ୍ଟ ବାହାରି ସାରିଥିବା ବେଳେ ଚଳିତ ମାସ ଶେଷ ସୁଦ୍ଧା ଯୁକ୍ତ ୨ ରେଜଲ୍ଟ ବାହାରିବ ବୋଲି ଗତକାଲି ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ସୂଚନା ଦେଇଥିଲେ।
ଗତ ବର୍ଷ ଅପେକ୍ଷା ଚଳିତ ବର୍ଷ ଯୁକ୍ତ ୨ରେ ମୋଟ ପାସ୍ ହାର ୯୦ ପ୍ରତିଶତରୁ ଅଧିକ ରହିବ । ମୂଲ୍ୟାୟନ ପ୍ରକ୍ରିୟା ଉପରେ ମତ ରଖି ଏପରି କହିଛନ୍ତି ସିଏଚ୍ଏସ୍ଇ ପରୀକ୍ଷା ନିୟନ୍ତ୍ରକ ବିଜୟ ସାହୁ ।
ସେ କହିଛନ୍ତି, ମାଟ୍ରିକ୍ ପରୀକ୍ଷାରେ ଛାତ୍ରଛାତ୍ରୀ ଯେତିକି ମାର୍କ ରଖିଥାନ୍ତି, ସାଧାରଣତଃ ଯୁକ୍ତ ୨ରେ ସେମାନଙ୍କ ମଧ୍ୟରୁ ଅଧିକାଂଶ ପିଲାଙ୍କର ମାର୍କ କମିଯାଇଥାଏ । ତେବେ ଏଥର ଯେଉଁ ବିକଳ୍ପ ପଦ୍ଧତିରେ ମୂଲ୍ୟାୟନ କରାଯାଉଛି, ସେଥିରେ ଛାତ୍ରଛାତ୍ରୀଙ୍କ ମାର୍କ ଦଶମ ଶ୍ରେଣୀ ମାର୍କ ପାଖାପାଖି କିମ୍ବା ତାଠାରୁ ଅଧିକ ରହିବ । ସେହିପରି ପ୍ରଥମ ଓ ଦ୍ୱିତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ପାସ୍ ହାର ମଧ୍ୟ ଗତବର୍ଷ ତୁଳନାରେ ଅଧିକ ରହିବ ।
ସୂଚନାଯୋଗ୍ୟ, ମାଟ୍ରିକ ପରୀକ୍ଷା ମୂଲ୍ୟାୟନକୁ ନେଇ ଛାତ୍ରୀଛାତ୍ରୀଙ୍କ ଅସନ୍ତୋଷ ଥମିବା ନାଁ ଧରୁ ନ ଥିବା ବେଳେ ଯୁକ୍ତ ୨ ପରୀକ୍ଷା ଫଳାଫଳ ଛାତ୍ରଛାତ୍ରୀଙ୍କୁ କେତେ ସନ୍ତୁଷ୍ଟ କରିପାରୁଛି ତାହା ଦେଖିବାକୁ ବାକି ରହିଲା।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031