Indus Valley Times

ଯୁବକଙ୍କୁ ପେଟ୍ରୋଲ ଢାଳି ନିଆଁ ଲଗାଇ ହତ୍ୟା ଉଦ୍ୟମ ଅଭିଯୋଗ

 Breaking News

ଯୁବକଙ୍କୁ ପେଟ୍ରୋଲ ଢାଳି ନିଆଁ ଲଗାଇ ହତ୍ୟା ଉଦ୍ୟମ ଅଭିଯୋଗ

ଯୁବକଙ୍କୁ ପେଟ୍ରୋଲ ଢାଳି ନିଆଁ ଲଗାଇ ହତ୍ୟା ଉଦ୍ୟମ ଅଭିଯୋଗ
August 08
11:42 2026

ବଣାଇ/ ସୁନ୍ଦରଗଡ଼, ୮/୮ : : ସୁନ୍ଦରଗଡ଼ ଜିଲ୍ଲା ଲହୁଣିପଡ଼ା ଥାନା ଅନ୍ତର୍ଗତ କଲେଇପୋଷରେ ଜଣେ ଯୁବକଙ୍କ ଉପରେ କିରୋସିନି ଢାଳି ନିଆଁ ଲଗାଇ ଦେଇଛନ୍ତି ଦୁର୍ବୃତ୍ତ । କଲେଇପୋଷ ବସଷ୍ଟାଣ୍ଡ୍ ନିକଟରେ ଏହି ଅଭାବନୀୟ ଘଟଣା ଘଟିଛି । ଗୁରୁତର ଯୁବକ ହେଲେ ଗଣିଘସା ଗ୍ରାମର କାହ୍ନୁଚରଣ ମହାନ୍ତ । ତାଙ୍କୁ ଗୁରୁତର ଅବସ୍ଥାରେ ରାଉରକେଲା ଆଇଜିଏଚ୍ ମେଡ଼ିକାଲରେ ଭର୍ତ୍ତି କରାଯାଇଛି ।
ଆଜି ସକାଳ ପ୍ରାୟ ୬ ଟା ୩୦ରୁ ୭ଟା ମଧ୍ୟରେ ଗଣିଘସା ଗ୍ରାମର କାହ୍ନୁଚରଣ ମହାନ୍ତ କୌଣସି କାମରେ ଘରୁ ବାହାରି ବସଷ୍ଟାଣ୍ଡକୁ ଆସୁଥିବାବେଳେ ଦୁଇ ଜଣ ମୁଖା ପିନ୍ଧା ବ୍ୟକ୍ତି ବାଇକରେ ଆସିଥିଲେ । ଜଣେ ବାଇକରୁ ଓହ୍ଲାଇ ତାଙ୍କୁ କାବୁ କରିବା ପରେ ଆଉ ଜଣେ କିରୋସିନି ଢାଳି ନିଆଁ ଲଗାଇଥିଲେ ।
ଏହା ପରେ ଦୁଇ ଜଣ ସେଠାରୁ ଫେରାର ହୋଇଯାଇଥିଲେ । କାହ୍ନୁଚରଣଙ୍କୁ ଜଳୁଥିବା ଅବସ୍ଥାରେ ଦେଖି ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ପ୍ରଥମେ ଲହୁଣୀପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ସେଠାରୁ ଡାକ୍ତର ତାଙ୍କୁ ରାଉରକେଲା ଇସ୍ପାତ ଜେନେରାଲ ହସ୍ପିଟାଲକୁ ସ୍ଥାନାନ୍ତର କରିବାକୁ ପରାମର୍ଶ ଦେଇଥିଲେ । ଯୁବକଙ୍କ ଶରୀରର ୮୦ ପ୍ରତିଶତ ଅଂଶ ପୋଡ଼ି ଯାଇଛି । ଆଇଜିଏଚ୍ ବର୍ଣ୍ଣ ୟୁନିଟରେ ତାଙ୍କର ଚିକିତ୍ସା ଚାଲିଛି । ତାଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି ।
ସେପଟେ ବଣାଇ ପୁଲିସ ଖବର ପାଇ ଘଟଣା ସ୍ଥଳରେ ପହଁଚିଛି । କାହିଁକି ଏଭଳି ଆକ୍ରମଣ ହୋଇଛି ତାହା ସ୍ପଷ୍ଟ ହୋଇପାରିନାହିଁ । ଜମିବାଡ଼ି ବିବାଦକୁ କେନ୍ଦ୍ର କରି ଏଭଳି ହୋଇଥିବା ତାଙ୍କ ବାପା ଅଭିଯୋଗ କରିଛନ୍ତି । ତେବେ ପୁଲିସ ତଦନ୍ତ ପରେ ସ୍ପଷ୍ଟ ହେବ ।

About Author

indadmin

indadmin

Related Articles

Archives

Calendar

August 2026
M T W T F S S
 12
3456789
10111213141516
17181920212223
24252627282930
31