Indus Valley Times

ରାଜ୍ୟସଭା ନିର୍ବାଚନ, ଦେବାଶିଷଙ୍କୁ ପ୍ରାର୍ଥୀ କଲା ବିଜେପି

 Breaking News

ରାଜ୍ୟସଭା ନିର୍ବାଚନ, ଦେବାଶିଷଙ୍କୁ ପ୍ରାର୍ଥୀ କଲା ବିଜେପି

ରାଜ୍ୟସଭା ନିର୍ବାଚନ, ଦେବାଶିଷଙ୍କୁ ପ୍ରାର୍ଥୀ କଲା ବିଜେପି
June 04
19:53 2026

ଭୁବନେଶ୍ୱର, ୪/୬ : ଓଡ଼ିଶାରେ ହେବାକୁ ଥିବା ରାଜ୍ୟସଭା ଉପନିର୍ବାଚନ ପାଇଁ ଭାରତୀୟ ଜନତା ପାର୍ଟି (ବିଜେପି) ନିଜର ପ୍ରାର୍ଥୀ ଘୋଷଣା କରିଛି। ଦଳ ପକ୍ଷରୁ ଦେବାଶିଷ ସାମନ୍ତରାୟଙ୍କୁ ରାଜ୍ୟସଭା ପ୍ରାର୍ଥୀ ଭାବେ ମନୋନୀତ କରାଯାଇଛି। ନିକଟରେ ସେ ରାଜ୍ୟସଭା ସଦସ୍ୟ ପଦରୁ ଇସ୍ତଫା ଦେଇଥିଲେ ଏବଂ ପରବର୍ତ୍ତୀ ସମୟରେ ବିଜୁ ଜନତା ଦଳ (ବିଜେଡି) ଛାଡ଼ି ବିଜେପିରେ ସାମିଲ ହୋଇଥିଲେ।
ଦେବାଶିଷଙ୍କ ବିଜେପିରେ ଯୋଗଦାନ ପରେ ତାଙ୍କୁ ଦଳ ରାଜ୍ୟସଭା ପାଇଁ ପ୍ରାର୍ଥୀ କରିବ ବୋଲି ଚର୍ଚ୍ଚା ଚାଲିଥିଲା। ଶେଷରେ ସେହି ଚର୍ଚ୍ଚାରେ ମୋହର ଲଗାଇ ଦଳ ତାଙ୍କ ନାମ ଘୋଷଣା କରିଛି। ଓଡ଼ିଶାର ରାଜନୈତିକ ପରିବେଶରେ ଏହାକୁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଭାବେ ଦେଖାଯାଉଛି।
ସୂଚନାଯୋଗ୍ୟ, ରାଜ୍ୟସଭାର ଖାଲି ପଡ଼ିଥିବା ଆସନ ପାଇଁ ଆସନ୍ତା ଜୁନ୍ ୧୮ ତାରିଖରେ ଉପନିର୍ବାଚନ ହେବ। ବିଜେପିର ପ୍ରାର୍ଥୀ ଘୋଷଣା ପରେ ଏହି ନିର୍ବାଚନକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031