Indus Valley Times

ଯୁବକର ଉନ୍ମତ୍ତକାଣ୍ଡ: ବାପା, ଖୁଡ଼ିଙ୍କ ସମେତ ୫ ଜଣଙ୍କୁ କଟୁରିରେ ଆକ୍ରମଣ

 Breaking News

ଯୁବକର ଉନ୍ମତ୍ତକାଣ୍ଡ: ବାପା, ଖୁଡ଼ିଙ୍କ ସମେତ ୫ ଜଣଙ୍କୁ କଟୁରିରେ ଆକ୍ରମଣ

ଯୁବକର ଉନ୍ମତ୍ତକାଣ୍ଡ: ବାପା, ଖୁଡ଼ିଙ୍କ ସମେତ ୫ ଜଣଙ୍କୁ କଟୁରିରେ ଆକ୍ରମଣ
March 05
11:44 2023

କଟକ,୫/୩: କଟକ ଜିଲ୍ଲା ଟାଙ୍ଗୀ ଥାନା କହ୍ନେଇପୁର ପଞ୍ଚାୟତର ଗୁଆଳିଡ଼ିହ ଗାଁରେ ଶନିବାର (ଗତକାଲି) ନିଜ ବାପା ଓ ଖୁଡ଼ିଙ୍କ ସମେତ ୪ ଜଣଙ୍କୁ କଟୁରୀ ରେ ହାଣି ଫେରାର ହୋଇଯାଇଥିବା ନିଶାସକ୍ତ ଯୁବକକୁ ଆଜି ପୁଲିସ୍ ଗିରଫ କରିଛି। ସ୍ଥାନୀୟ ଲୋକେ ତାକୁ କାବୁ କରି ପୁଲିସ୍ ଜିମାରେ ଦେଇଥିଲେ।
ଗିରଫ ଯୁବକର ନାଁ ସୁରେଶ ମହାନ୍ତି। ସେ ବହୁତ ନିଶା ସେବନ କରେ। ନିଶା ଖାଇ ଖାଇ ତା’ ମୁଣ୍ଡ ଖରାପ ହୋଇଗଲାଣି ବୋଲି ଲୋକେ କହିଛନ୍ତି।
ଗତକାଲି ସନ୍ଧ୍ୟାରେ ସୁରେଶ ପ୍ରଥମେ ପୋଖରୀ କୂଳରେ ତାଙ୍କ ଖୁଡ଼ିକୁ ଆକ୍ରମଣ କରିଥିଲା। ଦୁଇ ହାତରେ ଦୁଇଟି କଟୁରୀ ଧରି ସେ ତାଙ୍କ ଖୁଡ଼ି ସୁକାନ୍ତି ମହାନ୍ତିଙ୍କୁ ଆକ୍ରମଣ କରିଥିଲା। ସେ ସୁକାନ୍ତିଙ୍କ ଡାହାଣ ହାତ ହାଣି ଦେଇଥିଲା। ସେଠାରୁ ଫେରି ବାଟରେ ଗାଁର ଆଉ ଦୁଇ ଜଣ ମହିଳା- ରଞ୍ଜୁଲତା ବିଶ୍ୱାଳ ଓ ପ୍ରମିଳ ବିଶ୍ୱାଳଙ୍କୁ କଟୁରୀରେ ହାଣି ଦେଇଥିଲା। ଶେଷରେ ସେ ତା’ ବାପା ଶରତ ଚନ୍ଦ୍ର ମହାନ୍ତିଙ୍କୁ ହାଣିଥିଲା। ସମସ୍ତ ଆହତଙ୍କୁ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ଏଭଳି କାଣ୍ଡ ସୁରେଶ ପ୍ରଥମ ଥର କରି ନାହିଁ। ପୂର୍ବରୁ ତିନି/ଚାରି ଥର ସେ ମାରଣାସ୍ତ୍ରରେ ଲୋକଙ୍କୁ ଆକ୍ରମଣ କରିଛି। ଥରେ ସେ ତା’ କକା, ଖୁଡ଼ି ଓ ସେମାନଙ୍କ ଝିଅକୁ ଆକ୍ରମଣ କରିଥିଲା। ରମେଶକୁ ନିଶାନିବାରଣ କେନ୍ଦ୍ରରେ ବି ରଖାଯାଇଥିଲା। କିନ୍ତୁ ସେଠାରୁ ଫେରିବା ପରେ ସେ ପୁଣି ନିଶା ସେବନ କରୁଛି। ନିଶା ସେବନ କରି ସେ ତାଙ୍କ ବାପାମା’ଙ୍କୁ ଗାଳିଗୁଲଜ କରେ।

 

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031