Indus Valley Times

ଯୁବତୀଙ୍କ ଘର ଆଗରୁ ଯୁବକଙ୍କ ମୃତଦେହ ଉଦ୍ଧାର

 Breaking News

ଯୁବତୀଙ୍କ ଘର ଆଗରୁ ଯୁବକଙ୍କ ମୃତଦେହ ଉଦ୍ଧାର

ଯୁବତୀଙ୍କ ଘର ଆଗରୁ ଯୁବକଙ୍କ ମୃତଦେହ ଉଦ୍ଧାର
July 29
11:02 2022

ରାଉରକେଲା,୨୯/୭ : ହତ୍ୟା ନା ଆତ୍ମହତ୍ୟା । ଯୁବତୀଙ୍କ ଘର ଆଗରୁ ମିଳିଲା ଯୁବକଙ୍କ ଝୁଲନ୍ତା ମୃତଦେହ । ରାଉରେକଲା ସେକ୍ଟର-୧୬ ଶିବାଜୀ ନଗର ବସ୍ତିରେ ଏପରି ଘଟଣା ଦେଖିବାକୁ ମିଳିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ଖବର ଅନୁଯାୟୀ, ଶୁକ୍ରବାର ଦିନ ସେକ୍ଟର ଶିବାଜୀ ନଗର ବସ୍ତିର ଏହି ଘଟଣା ସମସ୍ତଙ୍କୁ ଆଶ୍ଚର‌୍ୟ୍ୟ କରିଛି । ଜଣେ ଯୁବତୀଙ୍କ ଘରେ ଆଗରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଠାବ ହୋଇଛି । ତେବେ ଏହି ଘଟଣାରେ ଆସିଛି ଏକ ଟ୍ୱିଷ୍ଟ । ଯାହାକି ସମସ୍ତଙ୍କୁ ଚକିତ କରିଛି ।
ଯୁବତୀଙ୍କ ସହ ଯୁବକଙ୍କ ପ୍ରେମ ସମ୍ପର୍କ ଥିବା ଅଭିଯୋଗ ଆସିଛି । ପ୍ରେମ ସମ୍ପର୍କ ନେଇ ଏପରି ହୋଇଥିବା ଅଭିଯୋଗ ଆଣିଛନ୍ତି ମୃତ ଯୁବକଙ୍କ ପତ୍ନୀ । ପ୍ରଥମେ ତାଙ୍କୁ ହତ୍ୟା କରାଯାଇଛି, ପରେ ଟାଙ୍ଗି ଦେଇଥିବା ମୃତ ଯୁବକଙ୍କ ପତ୍ନୀ ଅଭିଯୋଗ ଆଣିଛନ୍ତି ।
ଅନ୍ୟପଟେ ଯୁବତୀ ଜଣଙ୍କ ବିବାହ କରିବାକୁ ମନା କରିବାରୁ ଯୁବକ ଆତ୍ମହତ୍ୟା କରିଥିବା ମଧ୍ୟ ସନ୍ଦେହ କରାଯାଉଛି । ପୋଲିସ ଘଟଣାସଂପର୍କରେ ସୂଚନା ପାଇ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଛି । ଏହାସହି ଘଟଣାରେ ପୋଲିସ ତଦନ୍ତ ଜାରି ରଖିଛି ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031