Indus Valley Times

ରଗଡା ଡ୍ୟାମ ଗ୍ରୀନ ପାର୍କ :ଗ୍ରାମଞ୍ଚଳରେ ସହରୀ ଝଲକ, ପର୍ଯ୍ୟଟକଙ୍କ ସହିତ ଗ୍ରାମବାସୀଙ୍କୁ ଆକୃଷ୍ଟ କରିବ-ମନ୍ତ୍ରୀ ପ୍ରୀତିରଞ୍ଜନ

 Breaking News

ରଗଡା ଡ୍ୟାମ ଗ୍ରୀନ ପାର୍କ :ଗ୍ରାମଞ୍ଚଳରେ ସହରୀ ଝଲକ, ପର୍ଯ୍ୟଟକଙ୍କ ସହିତ ଗ୍ରାମବାସୀଙ୍କୁ ଆକୃଷ୍ଟ କରିବ-ମନ୍ତ୍ରୀ ପ୍ରୀତିରଞ୍ଜନ

ରଗଡା ଡ୍ୟାମ ଗ୍ରୀନ ପାର୍କ :ଗ୍ରାମଞ୍ଚଳରେ ସହରୀ ଝଲକ, ପର୍ଯ୍ୟଟକଙ୍କ ସହିତ ଗ୍ରାମବାସୀଙ୍କୁ ଆକୃଷ୍ଟ କରିବ-ମନ୍ତ୍ରୀ ପ୍ରୀତିରଞ୍ଜନ
February 03
20:27 2023

ଅକ୍ଷୟ ସାହୁଙ୍କ ରିପୋର୍ଟ
ଯାଜପୁର,୩/୨: ବିକାଶ କେବଳ ସହରରେ ନୁହେଁ ଗାଁ କୁ ମଧ୍ୟ ପରିବ୍ୟାପ୍ତ ହୋଇଛି । ସହରବାସୀ ଯେ ଆଧୁନିକତାକୁ ଅନୁଭବ କରୁଛନ୍ତି ତାହା ନୁହେଁ ବଣ ଜଙ୍ଗଲ ଘେରା ଗାଁରେ ମଧ୍ୟ ବିକାଶ ପାଦ ଥାପିଛି । ଯାହା ଫଳରେ ଗାଁରେ ସହରୀ ସଭ୍ୟତାର ଝଲକ ଦେଖିବାକୁ ମିଳିଛି ।
ସୁକିନ୍ଦା ବ୍ଲକ ଚିଙ୍ଗୁଡ଼ିପାଳ ପଞ୍ଚାୟତ ରଗଡ଼ା ଡ୍ୟାମ ନିକଟ ଗ୍ରୀନ ପାର୍କ ନିର୍ମାଣ ହୋଇଛି । ଏକ ପ୍ରାକୃତିକ ଓ ମନୋରମ ପରିବେଶ ମଧ୍ୟରେ ଗ୍ରୀନ ପାର୍କ ପ୍ରତିଷ୍ଠା ହେବା ଦ୍ୱାରା ଗ୍ରାମବାସୀଙ୍କ ମନରେ ଦେଖା ଦେଇଛି ଅଫୁରନ୍ତ ଆନନ୍ଦ । ବହୁ ସମୟରେ ପର୍ଯ୍ୟଟକକ ମାନେ ରଗଡା ଡ୍ୟାମ ବୁଲିବାକୁ ଆସନ୍ତି । ଏଠାରେ ବୁଲିବା ସହିତ ବଣ ଭୋଜିର ମଜା ନିଅନ୍ତି ।
ଆଗାମୀ ଦିନରେ ପର‌୍ୟ୍ୟଟକ ମାନେ ରଗଡ଼ା ଡ୍ୟାମ ବୁଲିବାକୁ ଆସିବା ସହ ପାର୍କ ନିକଟରେ ବଣଭୋଜି କରିପାରିବେ। ଏହା ସହିତ ପାର୍କରେ ଅତ୍ୟାଧୁନିକ ସୁବିଧା ଉପଲବ୍ଧ ଥିବାରୁ ତାର ଆନନ୍ଦ ଉଠାଇ ପାରିବେ ।
ଆଦିବାସୀ ବହୁଳ ଚିଙ୍ଗୁଡ଼ିପାଳବାସୀ ମାନେ ମଧ୍ୟ ଏହି ପାର୍କରେ କିଛି ସମୟ କାଟି ନିଜ ବ୍ୟସ୍ତ ଜୀବନକୁ ଆନନ୍ଦରେ ଭରି ପାରିବେ ବୋଲି ଆଜି ଏହାକୁ ଉଦଘାଟନ କରିବା ଅବସରରେ କହିଛନ୍ତି ସୁକିନ୍ଦା ବିଧାୟକ ତଥା ଗ୍ରାମ୍ୟ ଉନ୍ନୟନ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ଇଂ ପ୍ରୀତିରଞ୍ଜନ ଘଡାଇ । ଅପରପକ୍ଷେ ନିଜ ଗ୍ରାମରେ ଏହି ନୂତନ ପାର୍କ ପ୍ରତିଷ୍ଠାକୁ ନେଇ ଖୁସି ବ୍ୟକ୍ତ କରିଛନ୍ତି ପଂଚାୟତ ବାସୀଙ୍କ ସହିତ ଗ୍ରାମବାସୀ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031