Indus Valley Times

ରନ୍ଧା ଖାଦ୍ୟ ଖାଇବାକୁ ବିରୋଧ କରି ହେତୁବାଦୀଙ୍କୁ ହତ୍ୟା ଧମକ,ଲୋଡ଼ିଲେ ସୁରକ୍ଷା

 Breaking News

ରନ୍ଧା ଖାଦ୍ୟ ଖାଇବାକୁ ବିରୋଧ କରି ହେତୁବାଦୀଙ୍କୁ ହତ୍ୟା ଧମକ,ଲୋଡ଼ିଲେ ସୁରକ୍ଷା

October 28
17:16 2022

ଭୁବନେଶ୍ୱର,୨୮/୧୦: ସୂର୍ଯ୍ୟପରାଗ ସମୟରେ ପାକ୍ ତ୍ୟାଗ ନିଷେଧ ଥିବା ବେଳେ କେତେ ଜଣ ହେତୁବାଦୀ ଚିକେନ ବିରିୟାନି ଖାଇଥିଲେ ।ପାକ୍ତ୍ୟାଗକୁ ସେମାନେ ବିଜ୍ଞାନ ସମ୍ମତ ବୋଲି ଅସ୍ୱୀକାର କରିବା ସହ ଏହାକୁ ଖୋଲାଖୋଲି ଉଲ୍ଲଂଘନ କରିଥିଲେ । ଏହାକୁ ନେଇ ଆରମ୍ଭ ହୋଇଥିବା ବିବାଦ ଥମିବା ନାଁ ଧରୁନି। ଏନେଇ ଆରୋପ ପ୍ରତ୍ୟାରୋପ ଚାଲିଥିବା ବେଳେ ବିଭିନ୍ନ ଥାନାରେ ମାମଲା ବି ରୁଜ ହେଉଛି। ଏବେ ହେତୁବାଦୀ ପ୍ରତାପ ରଥଙ୍କ ନିକଟକୁ ଯାଇଛି ଲିଗାଲ ନୋଟିସ ।
ପ୍ରତାପ ରଥଙ୍କୁ ନୋଟିସ୍ ଜାରି କରିଛନ୍ତି ଆଇନଜୀବୀ ସନ୍ଦିପନ ମିଶ୍ର । କାହିଁକି ତାଙ୍କ ବିରୋଧରେ ମାମଲା ରୁଜୁ କରାନଯିବ ବୋଲି ଜବାବ ତଲବ କରିଛନ୍ତି । ୭ ଦିନ ମଧ୍ୟରେ ନିର୍ଦ୍ଦିଷ୍ଟ ଉତ୍ତର ନ ଦେଲେ ମାମଲା ରୁଜୁ ହେବ ବୋଲି ମଧ୍ୟ ଚେତାବନୀ ଦେଇଛନ୍ତି। ତେବେ ନୋଟିସ ସଂପର୍କରେ ପ୍ରଫେସର ପ୍ରତାପ ରଥଙ୍କ ପ୍ରତିକ୍ରିୟା ମିଳିନି ।
ଗତ ମଙ୍ଗଳବାର ସୂର୍ଯ୍ୟପରାଗ ସମୟରେ ହେତୁବାଦୀ ସମାଜ ଲୋକେ ହିନ୍ଦୁ ନୀତି ନିୟମକୁ ବିରୋଧ କରି ଚିକେନ ବିରିୟାନି ଖାଇଥିଲେ। ଏପରିକି ଏହାକୁ ନେଇ ତର୍କ, ଆଲୋଚନା ଆରମ୍ଭ ହେବାରୁ ହେତୁବାଦୀମାନେ ବ୍ରାହ୍ମଣ ସମାଜକୁ ଆକ୍ଷେପ କରି ବହୁ ଆପତ୍ତିଜନକ ମନ୍ତବ୍ୟ ଦେଇଥିଲେ। ଏହା ହିନ୍ଦୁ ଧର୍ମୀୟ ଭାବନାକୁ କୁଠାରଘାତ ବୋଲି ଚର୍ଚ୍ଚା ଜୋର ଧରିଛି। ତେଣୁ ତାଙ୍କ ବିରୋଧରେ ମାମଲା ରୁଜୁ କରାଯିବ ବୋଲି ଚେତାବନୀ ଦିଆଯାଇଛି ।
ହେତୁବାଦୀ ପ୍ରତାପ ରଥ ଆସନ୍ତା ୭ ଦିନ ମଧ୍ୟରେ ନିଃସର୍ତ୍ତ କ୍ଷମା ପ୍ରାର୍ଥନା ଯଦି ନ କରନ୍ତି, ତେବେ ନୋଟିସ୍ର ଉତ୍ତର ଦେବାକୁ ପଡ଼ିବ । ନଚେତ ତାଙ୍କ ବିରୋଧରେ ମାମଲା ରୁଜୁ କରାଯିବ ବୋଲି କହିଛନ୍ତି ଆଇନଜୀବୀ ସନ୍ଦିପନ ମିଶ୍ର ।
ସୂଚନାଯୋଗ୍ୟ, ଏହି ମାମଲାକୁ ନେଇ ବିବାଦ ଦିନକୁ ଦିନ ଘନେଇବାକୁ ଲାଗିଥିବା ବେଳେ ଏଯାବତ ହେତୁବାଦୀଙ୍କ ନାଁରେ ୨ ଟି ମାମଲା ରୁଜୁ ହୋଇ ସାରିଲାଣି। ଅପରପକ୍ଷେ, ଅଜଣା ନମ୍ବରରୁ ହତ୍ୟା ଧମକ ଦିଆଯାଉଥିବା ନେଇ ହେତୁବାଦୀମାନେ ବି ଥାନା ଦ୍ୱାରସ୍ତ ହୋଇଛନ୍ତି ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031