Indus Valley Times

ରବି ଧାନ କ୍ରୟ ନିମନ୍ତେ ଗଡିଲା ଚାଷୀ ସଚେତନତା ପ୍ରଚାର ରଥ

 Breaking News

ରବି ଧାନ କ୍ରୟ ନିମନ୍ତେ ଗଡିଲା ଚାଷୀ ସଚେତନତା ପ୍ରଚାର ରଥ

ରବି ଧାନ କ୍ରୟ ନିମନ୍ତେ ଗଡିଲା ଚାଷୀ ସଚେତନତା ପ୍ରଚାର ରଥ
May 23
21:58 2025

ଅକ୍ଷୟ ରାଉତଙ୍କ ରିପୋର୍ଟ
ଯାଜପୁର, ୨୩/୫: ଆଜି ପୂର୍ବାହ୍ନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ରବିଧାନ ସଂଗ୍ରହ ନିମନ୍ତେ ନିୟନ୍ତ୍ରିତ ବଜାର କମିଟି, ଯାଜପୁର ଆନୁକୁଲ୍ୟରେ ଜିଲ୍ଲାର ଚାଷୀମାନଙ୍କ ସଚେତନତା ନିମନ୍ତେ ପ୍ରଚାର ରଥକୁ ଅତିରିକ୍ତ ଜିଲ୍ଲାପାଳ, ରାଜସ୍ୱ ଶ୍ରୀ ଶିବାନନ୍ଦ ସ୍ବାଇଁ ପତାକା ଦେଖାଇ ଶୁଭ ଉଦଘାଟନ କରିଛନ୍ତି।
ଜିଲ୍ଲାରେ ରବି ଧାନ କ୍ରୟ ନିମନ୍ତେ ୨୬ ଟି ପ୍ରାଥମିକ କୃଷି ସମବାୟ ସମିତି ଓ ୧୩ ଟି ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ନିୟୋଜିତ ହୋଇଛନ୍ତି।
ରବିଧାନ ବିକ୍ରୟ ପାଇଁ ଜିଲ୍ଲାରେ ୫୬୪୦ ଜଣ ଚାଷୀ ପଞ୍ଜୀକୃତ କରିଛନ୍ତି। ଆସନ୍ତା ମଇ ମାସ ୨୮ ତାରିଖରୁ ଜୁନ ମାସ ୩୦ ତାରିଖ ପର୍ଯ୍ୟନ୍ତ ଚାଷୀ ମାନଙ୍କ ଠାରୁ ଧାନ କ୍ରୟ କରାଯିବ।
ରବି ଧାନର ଗୁଣାତ୍ମକ ମାନ (ଏଫ୍ ଏ କ୍ୟୁ) ସର୍ବନିମ୍ନ ସହାୟକ ମୂଲ୍ୟ କ୍ଵିଣ୍ଟାଲ ପିଛା ୨୩୦୦ ଟଙ୍କା ଉପରେ ୮୦୦ ଟଙ୍କାର ଇନପୁଟ ସହାୟତା ପ୍ରଦାନ କରାଯିବ। ଧାନ ବ୍ୟବସାୟ ଉପଯୋଗୀ, ଖାଦ୍ୟ ଉପଯୋଗୀ, ଶୁଖିଲା ପରିଷ୍କାର, ସମରଙ୍ଗୀ ସମ ଆକାର ଏବଂ ଏକ କିସମର ହୋଇଥିବା ଆବଶ୍ୟକ।
ଏହି କାର୍ଯ୍ୟକ୍ରମ ରେ ନିୟନ୍ତ୍ରିତ ବଜାର କମିଟି ସେକ୍ରେଟାରୀ କୃଷ୍ଣଚନ୍ଦ୍ର ନାୟକ,ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ କାମିନୀ ରଞ୍ଜନ ପଟ୍ଟନାୟକ, ଭୁ ଅର୍ଜନ ଅଧିକାରୀ ସାହେବରାମ ବାସ୍କେ, ନିୟନ୍ତ୍ରିତ ବଜାର କମିଟିର କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031