Indus Valley Times

ରଶ୍ମିରେଖାଙ୍କ ପୁରୁଷବନ୍ଧୁଙ୍କ ଆତ୍ମହତ୍ୟା, ରାଉରକେଲାରୁ ମିଳିଲା ଝୁଲନ୍ତା ମୃତଦେହ

 Breaking News

ରଶ୍ମିରେଖାଙ୍କ ପୁରୁଷବନ୍ଧୁଙ୍କ ଆତ୍ମହତ୍ୟା, ରାଉରକେଲାରୁ ମିଳିଲା ଝୁଲନ୍ତା ମୃତଦେହ

ରଶ୍ମିରେଖାଙ୍କ ପୁରୁଷବନ୍ଧୁଙ୍କ ଆତ୍ମହତ୍ୟା, ରାଉରକେଲାରୁ ମିଳିଲା ଝୁଲନ୍ତା ମୃତଦେହ
July 06
09:49 2022

ରାଉରକେଲା, ୬/୭: ବହୁ ଚର୍ଚ୍ଚିତ ଟେଲି ଅଭିନେତ୍ରୀ ରଶ୍ମିରେଖା ଓଝାଙ୍କ ଆତ୍ମହତ୍ୟା ଉପରୁ ପରଦା ହଟି ନ ଥିବା ବେଳେ ଜୀବନ ହାରିଛନ୍ତି ତାଙ୍କ ପୁରୁଷ ବନ୍ଧୁ ସନ୍ତୋଷ ପାତ୍ର । ଗତକାଲି ବିଳମ୍ବିତ ରାତିରେ ରାଉରକେଲା ବାସନ୍ତୀ କଲୋନୀରେ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି ସନ୍ତୋଷ ।
ସନ୍ତୋଷ ରାଉରକେଲାରେ ନିଜ ବାପାମା’ଙ୍କ ସହ ରହୁଥିଲେ। ମାତ୍ର ଗତକାଲି ରାତିରେ ନିଜ ବେଡରୁମ୍ରେ ଥିବା ସନ୍ତୋଷ ଏପରି ଚରମ ପଦକ୍ଷେପ ନେଇଥିଲେ। ପରିବାର ଲୋକେ ଏହା ଜାଣିପାରି ପୁଲିସ୍କୁ ଖବର ଦେଇଥିଲେ। ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ତୁରନ୍ତ ତାଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିଲା।
ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ସନ୍ତୋଷ ପାତ୍ରଙ୍କ ମୃତଦେହକୁ ପୁଲିସ ଜବତ କରି ରାଉରକେଲା ସରକାରୀ ଡାକ୍ତରଖାନାରେ ଥିବା ମର୍ଗ ହାଉସରେ ରଖିଛି । ତାଙ୍କ ବ୍ୟବଚ୍ଛେଦ ପରେ ତାଙ୍କ ଶବ ସତ୍କା କରାଯିବ ।
ଟେଲି ଅଭିନେତ୍ରୀ ରଶ୍ମୀରେଖା ଭୁବନେଶ୍ୱର ନୟାପଲ୍ଲୀ ଗଡ଼ ସାହି ସ୍ଥିତ ଭଡ଼ା ଘରେ ସନ୍ତୋଷ ପାତ୍ରଙ୍କ ସହ ଲିଭ-ଇନ୍ରେ ରହୁଥିବା ବେଳେ ଗତ ୧୭ ତାରିଖରେ ସେ ଆତ୍ମହତ୍ୟା କରିଥିଲେ।
ଏହାପରେ ସନ୍ତୋଷଙ୍କ ପତ୍ତା ମିଳୁ ନ ଥିବା ବେଳେ ତାଙ୍କ ନାଁରେ ଅଭିଯୋଗ ଆସିବା ପରେ ଗତ ୨୪ ତାରିଖରେ ନୟାପଲ୍ଲୀ ଥାନାରେ ହାଜର ହୋଇଥିଲେ ସନ୍ତୋଷ ।
ସେଠାରେ ଜେରା ବେଳେ ଦୁହେଁ ମନ୍ଦିରରେ ବିବାହ କରି ପତିପତ୍ନୀ ପରି ରହୁଥିବା ସ୍ୱୀକାର କରିଥିଲେ ସନ୍ତୋଷ । ହେଲେ ରଶ୍ମୀରେଖାଙ୍କ ମୃତ୍ୟୁର କାରଣ କହି ପାରିବେନି ବୋଲି କହିଥିଲେ।
ସନ୍ତୋଷଙ୍କ ମୃତ୍ୟୁର କାରଣ ଜଣା ପଡ଼ି ନ ଥିବା ବେଳେ ହୁଏତ ମାନସିକ ଚାପ ଯୋଗୁ ସେ ଏପରି ଚରମ ପଦକ୍ଷେପ ଉଠାଇ ଥାଇପାରନ୍ତି, ନଚେତ ଏହା ପଛରେ ଆଉ କିଛି କାରଣ ଅଛି ତାହା ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନି।
ତେବେ ନୟାପଲ୍ ପୁଲିସ୍ ଜେରା କରିବା ପରେ ସନ୍ତୋଷ ୩,୪ ଥର ଆତ୍ମହତ୍ୟା ଉଦ୍ୟମ କରିଥିଲେ ମଧ୍ୟ ନିକଟ ସମ୍ପର୍କୀୟ ତାଙ୍କୁ ଉଦ୍ଧାର କରିଦେଇଥିଲେ । ମାତ୍ର ଗତକାଲି ରାତିରେ ସନ୍ତୋଷ ଏପରି ଚରମ ପଦକ୍ଷେପ ନେଇଥିବା ବେଳେ ଭାଙ୍ଗି ପଡ଼ିଛନ୍ତି ତାଙ୍କ ବୃଦ୍ଧ ବାପାମା’ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031