Indus Valley Times

ରସିକିଆ ନକଲି ଡାକ୍ତରଙ୍କ ଅସଲି ପତ୍ନୀ ଗିରଫ

 Breaking News

ରସିକିଆ ନକଲି ଡାକ୍ତରଙ୍କ ଅସଲି ପତ୍ନୀ ଗିରଫ

ରସିକିଆ ନକଲି ଡାକ୍ତରଙ୍କ ଅସଲି ପତ୍ନୀ ଗିରଫ
April 05
12:00 2022

ଭୁବନେଶ୍ବର,୫/୪: ରସିକିଆ ନକଲି ଡାକ୍ତର ରମେଶଚନ୍ଦ୍ର ସ୍ବାଇଁଙ୍କ ପତ୍ନୀ କମଳା ସ୍ୱାଇଁଙ୍କୁ କମିସନରେଟ ପୁଲିସର ପିଙ୍କ ଟିମ ଝଡଖଣ୍ଡରୁ ଗିରଫ କରିଥିବାର ସୂଚନା ମିଳିଛି। କମଳା ଥଲେ ନକଲି ଡାକ୍ତର ରମେଶ ସ୍ୱାଇଁଙ୍କ ଦ୍ଵିତୀୟ ପତ୍ନୀ। ମୋଷ୍ଟ ୱାଣ୍ଟେଡ କମଳାଙ୍କୁ ରାଜ୍ୟ ବାହାରୁ ଗିରଫ କରାଯାଇଥିବା ପୁଲିସ ସୂତ୍ରରୁ ସୂଚନା ମିଳିଛି।
ସୂଚନାଯୋଗ୍ୟ, ନକଲି ଡାକ୍ତର ରମେଶ ଓ ତା’ ସହଯୋଗୀ ବିଶ୍ବରଂଜନ ଦାସକୁ ରିମାଣ୍ଡରେ ଆଣିଥିଲା, ସେଭଳି କିଛି ହେଲା ନାହିଁ। ଓଲଟି ଜେରା ବେଳେ ଦୁହେଁ ପୁଲିସକୁ ନାକେଦମ୍ କଲେ। ୟାଡୁସିଆଡୁ ମିଛ କଥା କହି ପୁଲିସକୁ ଭୁଆଁ ବୁଲାଇଲେ। ତେଣୁ ବାଧ୍ୟ ହୋଇ ରିମାଣ୍ଡ ଅବଧି ସରିବାର ଦିନକ ପୂର୍ବରୁ ପୁଲିସ ଉଭୟଙ୍କୁ କୋର୍ଟରେ ହାଜର କରାଇ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଥିଲା।

About Author

indadmin

indadmin

Related Articles

Archives

Calendar

October 2024
M T W T F S S
 123456
78910111213
14151617181920
21222324252627
28293031