Indus Valley Times

ରାଜଧାନୀକୁ ଆସୁଥିଲା ୩୨ କେଜି ସୁନା, ମାଡ଼ି ବସିଲା ଜିଆରପି

 Breaking News

ରାଜଧାନୀକୁ ଆସୁଥିଲା ୩୨ କେଜି ସୁନା, ମାଡ଼ି ବସିଲା ଜିଆରପି

ରାଜଧାନୀକୁ ଆସୁଥିଲା ୩୨ କେଜି ସୁନା, ମାଡ଼ି ବସିଲା ଜିଆରପି
March 02
13:52 2022

ଭୁବନେଶ୍ୱର, ୨/୩: ରେଳଷ୍ଟେସନରୁ ଧରାପଡିଲା ପ୍ରାୟ ୩୨କିଲୋଗ୍ରାମରୁ ଅଧିକ ଓଜନର ସୁନା । ଏହି ସୁନାର ମୂଲ୍ୟ ପ୍ରାୟ ୧୨ କୋଟି ଟଙ୍କା ହୋଇଥିବାବେଳେ ସୁନା ଅଳଙ୍କାରଗୁଡିକ ମୁମ୍ବାଇରୁ ଟ୍ରେନ ଯୋଗେ ଭୁବନେଶ୍ବର ଆସିଥିଲା । ଟ୍ରେନରେ ୪ଟି ବ୍ୟାଗରେ ଆଣିବା ବେଳେ ଜିଆରପି ଏହାକୁ ଧରିଛି ।
ଏହି ଘଟଣାରେ ୪ ଜଣ ଅଟକ ଥିବାବେଳେ ମିଳିଥିବା ସୂଚନା ମୁତାବକ କୋଣାର୍କ ଏକ୍ସପ୍ରେସ ଜରିଆରେ ସମ୍ପୃକ୍ତ ଚାରି ଜଣ ଅଭିଯୁକ୍ତ ଭୁବନେଶ୍ୱର ଆସିଥିଲେ। ଅଭିଯୁକ୍ତମାନେ ୪ଟି ବ୍ୟାଗରେ ସୁନା ଭର୍ତ୍ତି କରି ଆଣିଥିଲେ । ପ୍ରତି ବ୍ୟାଗରେ ୮ କେଜି ସୁନା ଥିବାବେଳେ ସୁନାଗୁଡିକ ଜବତ କରିବା ପରେ ୪ ଅଭିଯୁକ୍ତଙ୍କୁ ଅଟକ ରଖାଯାଇଛି । ବର୍ତ୍ତମାନ ଆୟକର ବିଭାଗ ଛାନଭିନ ଜାରି ରଖିଛି ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031