Indus Valley Times

ରାଜଧାନୀରୁ ଚୋରି ଶିଶୁକୁ ବାଲେଶ୍ବରରୁ ଉଦ୍ଧାର କଲା କମିସନରେଟ୍ ପୁଲିସ

 Breaking News

ରାଜଧାନୀରୁ ଚୋରି ଶିଶୁକୁ ବାଲେଶ୍ବରରୁ ଉଦ୍ଧାର କଲା କମିସନରେଟ୍ ପୁଲିସ

ରାଜଧାନୀରୁ ଚୋରି ଶିଶୁକୁ ବାଲେଶ୍ବରରୁ ଉଦ୍ଧାର କଲା କମିସନରେଟ୍ ପୁଲିସ
April 15
13:20 2025

ଭୁବନେଶ୍ୱର,୧୫/୪ : କମିଶନରେଟ ପୋଲିସକୁ ଏକ ବଡ଼ ସଫଳତା ମିଳିଛି । ରାଜଧାନୀ ରାମ ମନ୍ଦିର ସାମ୍ନାରୁ ଜଣେ ଦୃଷ୍ଟି ବାଧିତ ମାଆ କୋଳରୁ ଚୋରି ହୋଇଥିବା ଦେଢ଼ ବର୍ଷର ଶିଶୁ ଶେଷରେ ଉଦ୍ଧାର ହୋଇଛି । କମିଶନରେଟ ପୋଲିସର ପ୍ରାଣ ମୂର୍ଚ୍ଛା ଉଦ୍ୟମ ପରେ ବାଲେଶ୍ୱର ଜିଲ୍ଲା ଖନ୍ତାପଡ଼ା ଥାନା ବୋଇତା ଗାଁରୁ ଶିଶୁ ପୁତ୍ର ଶୁଭମ ଓରଫ କେଶବ ଉଦ୍ଧାର ହୋଇଛି ।
ପୋଲିସର ଏକ ସ୍ୱତନ୍ତ୍ର ଟିମ ଶିଶୁକୁ ବାଲେଶ୍ୱରରୁ ଭୁବନେଶ୍ୱରରେ ନେଇକି ଆସିଛି । ତାର ସ୍ୱାସ୍ଥ୍ୟ ପରୀକ୍ଷ କରାଯାଉଛି । ସେପଟେ ବୋଇତା ଗାଁର ଝେଲମରାଣୀ ପଣ୍ଡାଙ୍କୁ ଅପହରଣକାରୀ ବିକ୍ରି କରିଥିବା ଜଣାପଡ଼ିଛି । ଝେଲମଙ୍କୁ ପୋଲିସ ଅଟକ ରଖିଥିବା ଜଣାପଡ଼ିଛି ।
ପୋଲିସକୁ ଧନ୍ୟବାଦ ଦେଲା ମା’
ତେବେ ଗତକାଲି ରାତିରେ ବାଲେଶ୍ୱରରୁ ଶିଶୁ ପୁତ୍ରକୁ ଉଦ୍ଧାର କରାଯାଇଥିବା ଜଣାପଡ଼ିଛି । ପୋଲିସ କେଶବର ଫଟୋ ମାଆଙ୍କୁ ଦେଖାଇଥିଲେ, କିନ୍ତୁ ମାଆ ଦୃଷ୍ଟିହୀନ ହୋଇଥିବାରୁ ଅନ୍ୟମାନଙ୍କୁ ଫଟୋ ଦେଖାଯାଇଥିଲା । ସେମାନେ କେଶବକୁ ଚିହ୍ନଟ କରିଥିଲେ । ସେପଟେ ପୁଅ ମିଳିବା ଖବର ପାଇବା ପରେ ମାଆ ଖୁସିରେ ଆତ୍ମହରା ହୋଇପଡ଼ିଛନ୍ତି । ସମସ୍ତ ଶ୍ରେୟ ପୋଲିସ ଟିମକୁ ଦେଇଛନ୍ତି । ପ୍ରଭୁ ଶ୍ରୀରାମଙ୍କ କୃପା ଏବଂ ପୋଲିସର ଉଦ୍ୟମ ଫଳରେ ଏହା ସମ୍ଭବ ହୋଇପାରିଲା ବୋଲି କହିଛନ୍ତି ମାଆ ଜୟନ୍ତୀ ।
କେମିତି ହୋଇଥିଲା ଅପହରଣ ?
ପ୍ରତିଦିନ ଜୟନ୍ତୀ ମଲ୍ଲିକ ନାମରେ ଜଣେ ଦୃଷ୍ଟିବାଧିତ ମହିଳା ଜଣକ ନିଜ ପୁଅକୁ ନେଇ ରାମମନ୍ଦିର ପାଖକୁ ଆସନ୍ତି । ଏପ୍ରିଲ ୧୨ ତାରିଖ ଶନିବାର ମଧ୍ୟ ସେ ମନ୍ଦିର ନିକଟକୁ ଆସିଥିଲେ । କିନ୍ତୁ କାଳବୈଶାଖୀ ଯୋଗୁଁ ସେ ବସ୍ତିକୁ ଫେରି ପାରି ନ ଥିଲେ । ସେଥିପାଇଁ ରାତିରେ ମନ୍ଦିର ସାମ୍ନାରେ ରହିଯାଇଥିଲେ । କିନ୍ତୁ ଜଣେ ଦୁର୍ବୃତ୍ତ ଶିଶୁକୁ ଜୁସ୍ ପିଇବାକୁ ଦେବା ସହିତ ମୋବାଇଲ ଦେଖାଇଥିଲା । କିଛି ସମୟ ତା ସହ ଖେଳିବା ପରେ ସେଠାରୁ ଶିଶୁକୁ ଧରି ଫେରାର ହୋଇଯାଇଥିଲା ।
ଶିଶକୁ ଉଦ୍ଧାର କରିବାକୁ କମିଶନରେଟ୍ ପୋଲିସ ଦିନ ରାତି ଏକ କରିଦେଇଥିଲା । ୫ଟି ଟିମ୍ ଗଠନ କରି ଘନ ଘନ ତଦନ୍ତ କରାଯାଇଥିଲା । ଭୁବନେଶ୍ୱର ରାମମନ୍ଦିର ଛକରୁ ରେଳ ଷ୍ଟେସନ ଯାଏଁ ପ୍ରାୟ ୪୦ରୁ ଉର୍ଦ୍ଧ୍ୱ ସିସିଟିଭି କ୍ୟାମେରା ଫୁଟେଜ୍ ଯାଞ୍ଚ କରାଯାଇଥିଲା । ଅପହରଣକାରୀକୁ ପୋଲିସ ସିସିଟିଭି ଜରିଆରେ ଠାବ କରିବା ପରେ ଗଞ୍ଜାମ, ନୟାଗଡ଼ ଆଦି ଜିଲ୍ଲାକୁ ପୋଲିସ ଟିମ ପଠାଯାଇଥିଲା । ଏମିତିକି ରାଜ୍ୟ ବାହାରକୁ ମଧ୍ୟ ପୋଲିସ ଟିମ୍ ଯାଇଥିଲା । ଅପହରଣକାରୀ ଶୁଭମର ଚୁଟି କାଟି ବେଶ ମଧ୍ୟ ବଦଳାଇ ଦେଇଥିଲା ।

About Author

indadmin

indadmin

Related Articles

Archives

Calendar

March 2026
M T W T F S S
 1
2345678
9101112131415
16171819202122
23242526272829
3031