Indus Valley Times

ରାଜଧାନୀରେ ଏନଆଇଏ , ଏଟିଏସ୍ ଟିମ୍: ପାକିସ୍ତାନୀ ଲିଙ୍କ ମାମଲାରେ ଜେରା ହେବ ଅଭିଜିତ ସଞ୍ଜୟ ଜୁମ୍ବେର

 Breaking News

ରାଜଧାନୀରେ ଏନଆଇଏ , ଏଟିଏସ୍ ଟିମ୍: ପାକିସ୍ତାନୀ ଲିଙ୍କ ମାମଲାରେ ଜେରା ହେବ ଅଭିଜିତ ସଞ୍ଜୟ ଜୁମ୍ବେର

ରାଜଧାନୀରେ ଏନଆଇଏ , ଏଟିଏସ୍ ଟିମ୍: ପାକିସ୍ତାନୀ ଲିଙ୍କ ମାମଲାରେ ଜେରା ହେବ ଅଭିଜିତ ସଞ୍ଜୟ ଜୁମ୍ବେର
July 09
12:46 2023

ଭୁବନେଶ୍ୱର,୯/୭: ଓଟିପି ସେୟାରିଂ ଅଭିଯୋଗର ତଦନ୍ତ ପାଇଁ ଭୁବନେଶ୍ୱରରେ ବିଳମ୍ବିତ ରାତିରେ ପହଞ୍ଚିଛି ଏନଆଇଏ ଓ ଆଣ୍ଟି ଟେରରିଷ୍ଟ ସ୍କ୍ୱାଡ୍ (ଏଟିଏସ୍)।
ଆଜି ଏସଟିଏଫ୍ କାର୍ଯ୍ୟାଳୟରେ ଅଭିଯୁକ୍ତ ମୁମ୍ବାଇର ଅଭିଜିତ ସଞ୍ଜୟ ଜୁମ୍ବେରକୁ ଜେରା କରାଯିବ ବୋଲି ଜଣାଯାଇଛି। ସଞ୍ଜୟ ଜୁମ୍ବେରକୁ ୪ ଦିନିଆ ରିମାଣ୍ଡରେ ନେଇଛି ଆଣ୍ଟି ଟେରରିଷ୍ଟ ସ୍କ୍ୱାଡ୍। ଓଟିପି ସେୟାରିଂର ଗୁମର ଖୋଲିବ ବୋଲି ଆଶା କରାଯାଉଛି।
ସୂଚନାଯୋଗ୍ୟ, ଆଜି ହେଉଛି ରିମାଣ୍ଡରେ ଦ୍ବିତୀୟ ଦିନ। ଜେରା ବେଳେ ପଦାକୁ ଆସିବ ପାକିସ୍ତାନ ଆଇ ଏସ ଆଇ ଏଜେଣ୍ଟଙ୍କ ସହ ଖୋଲିବ ଆର୍ଥିକ କାରବାର ଲିଙ୍କ। ଅଭିଜିତ ଜରିଆରେ ଆଇଏସ ଆଇ ଫଣ୍ଡିଂ ହେଉଥିଲା।
ଏହି ମାମଲାରେ ଆଗରୁ ଓଡ଼ିଶାର ପଠାଣି ଓ ପ୍ରୀତମଙ୍କ ସମେତ ୪ଜଣ ଅଭିଯୁକ୍ତଙ୍କ ପାଖକୁ ଟଙ୍କା ଆସିଥିଲା ଓଡ଼ିଶାର ସିମକାର୍ଡ ପାକିସ୍ତାନରେ ଅପରେଟ ହେଉଥିଲା।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031