Indus Valley Times

ରାଜଧାନୀରେ ଭଙ୍ଗାଜିବ ୪୧୦ଟି କ୍ୱାଟରସ୍‌

 Breaking News

ରାଜଧାନୀରେ ଭଙ୍ଗାଜିବ ୪୧୦ଟି କ୍ୱାଟରସ୍‌

ରାଜଧାନୀରେ ଭଙ୍ଗାଜିବ ୪୧୦ଟି କ୍ୱାଟରସ୍‌
July 25
18:55 2022

ଭୁବନେଶ୍ବର ୨୫।୭: ଭାଙ୍ଗାଯିବ ସରକାରୀ କ୍ୱାଟରସ୍ । ଭୁବନେଶ୍ବର ୟୁନିଟ୍-୨ରେ ୪୧୦ଟି କ୍ୱାଟରସ୍ ଭାଙ୍ଗି ପିପିପି ମୁଡରେ ପୁନଃନିର୍ମାଣ ହେବ । ୟୁନିଟ୍-୬ ଅନ୍ତର୍ଗତ ୫୦ଟି କ୍ବାର୍ଟର ଭଙ୍ଗାଯାଇ ପୋଷ୍ଟ ଗ୍ରାଜୁଏଟ୍ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ଏଜୁକେସନ ଆଣ୍ଡ୍ ରିସର୍ଚ୍ଚ, କ୍ୟାପିଟାଲ ହସ୍ପିଟାଲ, ଭୁବନେଶ୍ବର ନିର୍ମାଣ ହେବ ।
ସେହିଭଳି ୟୁନିଟ୍-୪ ଅନ୍ତର୍ଗତ ଅନ୍ୟ ୫୦ଟି କ୍ବାର୍ଟର ଏମଏଲଏ କଲୋନୀରେ ବହୁତଳ ଆବାସିକ କୋଠା ନିର୍ମାଣ କରାଯିବ । ୟୁନିଟ୍-୩ରେ ଭୁବନେଶ୍ବର ମହାନଗର ନିଗମର ନୂତନ କାର‌୍ୟ୍ୟାଳୟ ନିର୍ମାଣ ପାଇଁ ୧୨ଟି କ୍ବାର୍ଟର ଓ ୟୁନିଟ୍-୮ ଅନ୍ତର୍ଗତ ୩୬ଟି କ୍ବାର୍ଟର ନିରାପଦ ନଥିବା ଯୋଗୁଁ ଭଙ୍ଗାଯାଇଛି ।
ଏହା ବାଦ ୟୁନିଟ୍-୨ରେ ୧୨୪ଟି ଘର ଖାଲି ପଡ଼ିଛି । ଯାହାର ପୁନଃନିର୍ମାଣ ଯୋଜନା ନିମନ୍ତେ ପ୍ରସ୍ତାବ ଥିବାରୁ ଆବଣ୍ଟନ ହୋଇନାହିଁ । ବର୍ତ୍ତମାନ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ଅଧୀନରେ ୧୧,୩୭୪ଟି କ୍ବାର୍ଟର ରହିଛି ।
ସୋମବାର ଦିନ ବିଧାନସଭାରେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହୀନିପତିଙ୍କ ପ୍ରଶ୍ନର ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲିଖିତ ଉତ୍ତର ରଖିଛନ୍ତି ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031