Indus Valley Times

ରାଜଧାନୀ ଭୁବନେଶ୍ୱରରେ ପୁଣି ଜଣେ ଛାତ୍ରୀଙ୍କ ମୃତ ଦେହ ଉଦ୍ଧାର,କାରଣ ଅସ୍ପଷ୍ଟ

 Breaking News

ରାଜଧାନୀ ଭୁବନେଶ୍ୱରରେ ପୁଣି ଜଣେ ଛାତ୍ରୀଙ୍କ ମୃତ ଦେହ ଉଦ୍ଧାର,କାରଣ ଅସ୍ପଷ୍ଟ

ରାଜଧାନୀ ଭୁବନେଶ୍ୱରରେ ପୁଣି ଜଣେ ଛାତ୍ରୀଙ୍କ ମୃତ ଦେହ ଉଦ୍ଧାର,କାରଣ ଅସ୍ପଷ୍ଟ
July 05
17:25 2022

ଭୁବନେଶ୍ୱର,୫/୭: ରାଜଧାନୀ ଭୁବନେଶ୍ୱରରେ ପୁଣି ଜଣେ ଛାତ୍ରୀ ଆତ୍ମହତ୍ୟା କରିଛନ୍ତି। ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଆଚାର୍ଯ୍ୟ ବିହାରରେ ଥିବା ଏକ ଭଡ଼ା ଘରୁ ଉଦ୍ଧାର କରାଯାଇଛି।
ମୃତ ଛାତ୍ରୀ ଜଣକ ଏକ ଘରୋଇ ଇଞ୍ଜିନିୟରିଂ କଲେଜରେ ଗଉଇ ପଢ଼ୁଥିଲେ। ବର୍ତ୍ତମାନ ସୁଦ୍ଧା ମୃତ୍ୟୁ କାରଣ ଜଣାପଡ଼ି ନାହିଁ। କମିଶନରେଟ୍ ପୁଲିସ ମୃତଦେହ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି।
ଗତ ୨ ତାରିଖରେ ବିଜେବି କଲେଜର ଯୁକ୍ତ ୩ ଛାତ୍ରୀ ରୁଚିକା ମହାନ୍ତି ହଷ୍ଟେଲ୍ ରୁମ୍ରେ ରଶି ଲଗାଇ ଆତ୍ମହତ୍ୟା କରିଥିଲେ।
ସିନିଅର ଛାତ୍ରୀଙ୍କ ନିର‌୍ୟାତନା ସହି ନପାରି ରୁଚିକା ଆତ୍ମହତ୍ୟା କରିଥିବା ସୁଇସାଇଡ୍ ନୋଟ୍ରେ ଲେଖିଥିଲେ। ହେଲେ କିଏ ସେହି ୩ ଜଣ ସିନିୟର ଛାତ୍ରୀ ତାଙ୍କୁ ରାଗିଂ କରୁଥିଲେ, ସେ ସମ୍ପର୍କରେ ରୁଚିକା ଲେଖିନାହାନ୍ତି। ତେଣୁ ପୁଲିସ କେବଳ ରୁଚିକାଙ୍କ ସାଙ୍ଗ ଓ କଲେଜ କର୍ମଚାରୀଙ୍କୁ ଜେରା କରି ଚୁପ୍ ବସିଛି।
ଅନ୍ୟପକ୍ଷରେ ରୁଚିକାଙ୍କୁ ନ୍ୟାୟ ଦାବିରେ ଚାଲିଛି ଅହୋରାତ୍ର ଧାରଣା। ଏଥିରେ ବିଭିନ୍ନ ଛାତ୍ର ସଂଗଠନ ଓ ରୁଚିକାଙ୍କ ବାପା, ମାଆ ଏବଂ ଭାଇ ସାମିଲ ହୋଇଛନ୍ତି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031