Indus Valley Times

ରାଜଭବନ ନିକଟସ୍ଥ ପେଟ୍ରୋଲ ଟାଙ୍କିରେ ବିସ୍ଫୋରଣ: ଗ୍ୟାସ୍ ଟାଙ୍କି ଫାଟି ହୁତୁ ହୁତୁ ଜଳୁଛି

 Breaking News

ରାଜଭବନ ନିକଟସ୍ଥ ପେଟ୍ରୋଲ ଟାଙ୍କିରେ ବିସ୍ଫୋରଣ: ଗ୍ୟାସ୍ ଟାଙ୍କି ଫାଟି ହୁତୁ ହୁତୁ ଜଳୁଛି

October 07
13:46 2020

ଭୁବନେଶ୍ବର,୭/୧୦ : ରାଜଭବନ ନିକଟସ୍ଥ ଇଣ୍ଡିଆନ ଅଏଲ ପେଟ୍ରୋଲ ଟାଙ୍କିରେ ଆଜି ଏକ ବଡ଼ ଧରଣର ବିସ୍ଫୋରଣ ଘଟିଛି । ଏହା ଫଳରେ ଟାଙ୍କିରେ ନିଆଁ ଲାଗିଯାଇଛି । ପେଟ୍ରୋଲ ପମ୍ପରେ ହଠାତ୍ ପ୍ରଚଣ୍ଡ ଶବ୍ଦ ହୋଇଥିଲା । ଏହାପରେ ନିଆଁ ଲାଗିଯାଇଥିବା ଜଣାପଡିଛି । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ଓ ପୁଲିସ ପହଞ୍ଚିଛନ୍ତି । କେଉଁ କାରଣରୁ ଟାଙ୍କିରେ ନିଆଁ ଲାଗିଲା ସେ ସମ୍ପର୍କରେ ଜଣାପଡ଼ିନାହିଁ । ଘଟଣାସ୍ଥଳରେ ତୁରନ୍ତ ଅଗ୍ନିଶମ ବାହିନୀ ୩ଟି ଗାଡି ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ ଜାରି ରଖିଛି । ଗ୍ୟାସ୍ ଟାଙ୍କି ଫାଟି ଏହି ଅଗ୍ନିକାଣ୍ଡ ଘଟିଥିବା ପ୍ରାଥମିକ ସୂଚନାରୁ ଜଣାଯାଇଛି ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031